କ୍ଷିତିଜ୍ୟୋତିଃ ଆଶ୍ରମରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର 78ଜଣଙ୍କ ଚକ୍ଷୁ ପରୀକ୍ଷା
ଘଟଗାଁ 28-ଡିସେମ୍ବର ଶନିବାର (ହି :ସ ) ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା କେନ୍ଦ୍ର ପରିସରରେ କେନ୍ଦୁଝର ଉନ୍ନୟନ ପରିଷଦ, ଭୂମିକା ଚକ୍ଷୁ ଚିକିତ୍ସାଳୟ, ସକ୍ଷମ ଭାରତ ଓ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ରର ମିଳିତ ସହଯୋଗରେ ଏକଦୀବସିୟ ମାଗଣା ବିଶାଳ ଚକ୍ଷ
କ୍ଷିତିଜ୍ୟୋତିଃ ଆଶ୍ରମରେ ବିଶାଳ ଚକ୍ଷୁ ଚିକିତ୍ସା ଶିବିର   78ଜଣଙ୍କ ଚକ୍ଷୁ ପରୀକ୍ଷା


ଘଟଗାଁ 28-ଡିସେମ୍ବର ଶନିବାର (ହି :ସ )

ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା କେନ୍ଦ୍ର ପରିସରରେ କେନ୍ଦୁଝର ଉନ୍ନୟନ ପରିଷଦ, ଭୂମିକା ଚକ୍ଷୁ ଚିକିତ୍ସାଳୟ, ସକ୍ଷମ ଭାରତ ଓ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ରର ମିଳିତ ସହଯୋଗରେ ଏକଦୀବସିୟ ମାଗଣା ବିଶାଳ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି !

ଉକ୍ତ ଶିବିରକୁ କ୍ଷିତିଜ୍ୟୋତିଃ ଆଶ୍ରମର ଘଟଗାଁ କେନ୍ଦ୍ର ପରିଚାଳଳ ଅର୍ଜୁନ ଚରଣ ମହାନ୍ତ ଉଦଘାଟନ କରିଥିଲେ !

ଭୂମିକା ଚକ୍ଷୁ ଚିକିତ୍ସାଳୟର ଉତ୍ତର ଓଡ଼ିଶାର କ୍ଷେତ୍ରୀୟ ପରିଚାଳକ କର୍ଣ୍ଣାଟ କିଶୋର ଜେନାଙ୍କ ବରିଷ୍ଠ ନିର୍ଦ୍ଦେଶନାରେ ଚକ୍ଷୁ ବିଶେଷଜ୍ଞ, ଚକ୍ଷୁ ସହାୟିକା ଓ ସହାୟକ ମିଳିମିଶି ଶିବିରକୁ ଆସୁଥିବା ରୋଗୀମାନଙ୍କର ଚକ୍ଷୁ ପରୀକ୍ଷା ଓ ଚିକିତ୍ସା ଦାୟିତ୍ୱ ତୁଲାଇଥିଲେ ! କେନ୍ଦୁଝର ଉନ୍ନୟନ ପରିଷଦର ପରିଚାଳନା ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଆବଧାନରେ ରୋଗୀ ମାନଙ୍କୁ ଔଷଧ ଓ ଚଷମା ବଣ୍ଟନ କରାଯାଇଛି !ଏହି ଶିବିରକୁ ବୀଣାଝରି, ଧାଙ୍ଗଡ଼ ଡିହା, ମଣତା, ଘଟଗାଁ, ଉପରଡିହା ଆଦି ଗ୍ରାମରୁ 78ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା ! ତନ୍ମଧ୍ୟରୁ 29ଜଣଙ୍କୁ ମାଗଣାରେ ଚଷମା ଓ ଔଷଧ ପ୍ରଦାନ କରାଯିବା ସହିତ 18ଜଣଙ୍କ ମୋତିଆବିନ୍ଦୁ ଚିହ୍ନଟ କରାଯାଇଥିଲା ! 10ଜଣଙ୍କୁ ମୋବାଇଲ ଭ୍ୟାନ ଯୋଗେ ଭୂମିକା ଚକ୍ଷୁ ଚିକିତ୍ସାଳୟ କେନ୍ଦୁଝରକୁ ପ୍ରେରଣ କରାଗଲା ଅସ୍ତ୍ରୋପଚାର କରାଇବା ପାଇଁ ! ସେମାନଙ୍କର ଯିବା ଆସିବା, ଖାଇବା, ପିଇବା, ରହିବା ଓ ଅସ୍ତ୍ରୋପଚାର ସହ ସମ୍ପୂର୍ଣ୍ଣ ଚିକିତ୍ସା ଭୂମିକା ତରଫରୁ ବହନ କରାଯିବ ! କ୍ଷିତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ କାର୍ଯ୍ୟକ୍ରମ ଆୟୋଜନର ମୁଖ୍ୟ ଭୂମିକା ନେଇଥିଲେ !

ରୁଦ୍ର ନାରାୟଣ ଲୋହାର, ଲାଲୀମାରାଣୀ ଯେନା, ଯଶୋମତି ମଲ୍ଲିକ, ପୂଜାରାଣୀ ମହାନ୍ତ, ଅଭିଷେକ ମହାନ୍ତ, ନିହାର ରଞ୍ଜନ ବେଜ, ନରେନ୍ଦ୍ର କୁମାର ସାହୁ, ଭୀମସେନ ପାତ୍ର, ଶକୁନ୍ତଳା ମହାନ୍ତ, ଦୀପ୍ତି ମୟୀ ମହାନ୍ତ, ପୁରୁଷୋତ୍ତମ ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ ଓ ମୁନା ପାତ୍ର ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ !ହିନ୍ଦୁସ୍ତାନ ସମାଚାର -ଘନଶ୍ୟାମ

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande