ନୂଆଦିଲ୍ଲୀ, ୩୦ ଡିସେମ୍ବର (ହିସ) - ୧୯୯୩ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା (ଆଇଏଫଏସ୍) ର ସଞ୍ଜୀବ ରଂଜନ ଇଂଣ୍ଡିୟାନ ଓଶନ ରିମ୍ ଏସୋସିଏସନ୍ (ଆଇଓଆରଏଫ୍) ର ପରବର୍ତୀ ସେକ୍ରେଟେରୀ ଜେନେରାଲ୍ ହେବେ। ସେ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ।
ବୈଦେଶିକ ମନ୍ତ୍ରଣାଳୟ ସୋମବାର ଏକ ବିବୃତିରେ କହିଛି ଯେ ସଞ୍ଜୀବ ରଂଜନ ଇଂଣ୍ଡିୟାନ ଓଶନ ରିମ ଆସୋସିଏସନର ପରବର୍ତୀ ସାଧାରଣ ସମ୍ପାଦକ ହେବେ। ସେ ୧୯୯୩ ବ୍ୟାଚ୍ ଭାରତୀୟ ବୈଦେଶିକ ସେବା ଅଧିକାରୀ ଏବଂ ବର୍ତମାନ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଡ୍ୟୁଟିର ଅଧିକାରୀ ଅଟନ୍ତି। ବିବୃତିରେ କୁହାଯାଇଛି ଯେ ସଞ୍ଜୀବ ରଂଜନ ଖୁବ୍ ଶୀଘ୍ର ଦାୟିତ୍ୱ ଗ୍ରହଣ କରିବେ।
---------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ