ସମ୍ବଲପୁର, ୭ ଡିସେମ୍ବର (ହି.ସ.)- ନାକଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପରିସରରେ ଗତକାଲି ଏଡସ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଯୁବ ରେଡକ୍ରସର କାଉନସିଲର ଅଧ୍ଯାପକ ସରୋଜ କୁମାର ଭୁଏ ଙ୍କ ତତ୍ତ୍ଵାବଧାନରେ ଟିକିରାସେତୁ ରାସ୍ତାର ଉଭୟ ପାର୍ଶ୍ବ କୁ ନାକଟିଦେଉଳ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ଛାତ୍ରମାନେ ସଫେଇ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ହେମାନନ୍ଦ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏଡସ୍ ସଚେତନତା କାର୍ଯ୍ୟକ୍ରମରେ ଡ. ସୁରଭି ସାମଲ, ଡ. ମନୋରଞ୍ଜନ ପ୍ରଧାନ,ଡ.ପ୍ରଶାନ୍ତ କୁମାର ଦାଶ, ଜିତେନ୍ଦ୍ରିୟ ପ୍ରଧାନ ଓ ଅଞ୍ଜନା କୁମାରୀ ସାହୁ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଲକ୍ଷଣ, କାରଣ ଓ ତାର ନିରାକରଣ ସଂପର୍କରେ ଆଲୋଚନା କରିଥିଲେ । ଛାତ୍ର ରୋସନ ଦେହୁରୀ,ସ୍ବାଗତ ସାହୁ,ସତ୍ଯ ନାରାୟଣ ସାହୁ ଓ ପ୍ରଭାସିନୀ ପ୍ରଧାନ ଆଲୋଚନାରେ ଭାଗ ନେଇଥିବା ବେଳେ ଆୟୋଜିତ ପ୍ରବନ୍ଧ, ସାଧାରଣ ଜ୍ଞାନ ଓ ବକ୍ତୃତା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ