ଶହେ ଦିନ ବ୍ୟାପି ସଘନ ଯଷ୍ମା ନିରାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ
ଜୟପୁର, ୭ ଡିସେମ୍ବର (ହି.ସ.) - ଶହେ ଦିନ ବ୍ୟାପି ସଘନ ଯଷ୍ମା ନିରାକରଣ କାଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାବଣାଗୁଡା ଠାରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି କାଯ୍ୟକ୍ରମ ମାଧ୍ୟମରେ ବିଶେଷ ଭାବରେ ଯେଉଁମାନଙ୍କର ଯଷ୍ମା ହେବାର ଅଧିକ ଆଶଙ୍କା ଥାଏ ସେ ମାନଙ୍କର
ଶହେ ଦିନ ବ୍ୟାପି ସଘନ ଯଷ୍ମା  ନିରାକରଣ କାଯ୍ୟକ୍ରମର ଶୁଭାରମ୍ଭ


ଜୟପୁର, ୭ ଡିସେମ୍ବର (ହି.ସ.) - ଶହେ ଦିନ ବ୍ୟାପି ସଘନ ଯଷ୍ମା ନିରାକରଣ କାଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରାବଣାଗୁଡା ଠାରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଏହି କାଯ୍ୟକ୍ରମ ମାଧ୍ୟମରେ ବିଶେଷ ଭାବରେ ଯେଉଁମାନଙ୍କର ଯଷ୍ମା ହେବାର ଅଧିକ ଆଶଙ୍କା ଥାଏ ସେ ମାନଙ୍କର ରୋଗ ଚିହ୍ନଟ ଓ ଚିକିତ୍ସା ଏକ ସଘନ ଅଭିଯାନ ମାଧ୍ୟମ କାଯ୍ୟ କାରି ହେବ । ଏହି ସଚେତନତା ରଥକୁ ରାବଣାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସ୍ୱାସ୍ତିକ ମହଲା ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ପିଏଚଇଓ ଧରିତ୍ରି ମୁଦୁଲି, ବିପିଏମ ଦିପାନ୍ୱିତା ପଟ୍ଟନାୟକ, ସୁପରଭାଇଜର ସୁଶାନ୍ତ ନାୟକ, ଚିତରଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶହେ ଦିନ ବ୍ୟାପି ସଘନ ଯଷ୍ମା ନିରାକରଣ ଉପରେ ବ୍ଲକ ପ୍ରତ୍ୟେକ ପଂଚାୟତ ରେ ବୁଲି ସଚେତନ କରିବ । ସବୁ ଗ୍ରାମ ପଂଚାୟତରେ ଅଶା କର୍ମି ମାନେ ଘର ଘର ବୁଲି ଯଷ୍ମା ଉପରେ ପରୀକ୍ଷା, ସର୍ଭେ କରିବା ସହ ଚିହ୍ନଟ ହେଲେ ଔଷଧ ବିତରଣ କରାଯିବ । ଏହି ରଥ ବୋରିଗୁମ୍ମା, କୋଟପାଡ ଓ କୁନ୍ଦୁରା ବ୍ଲକର ସମସ୍ତ ପଂଚାୟତ ଗ୍ରାମ ବୁଲି ସଚେତନ କରିବ । ରଥ ଶୁଭାରମ୍ଭ ପରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ କର୍ମଚାରି ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande