ଦୂଷିତ ଜଳ କାରଣରୁ ସମ୍ବଲପୁରରେ ପୁଣିଥରେ ୨୦୧୪ର ଜଣ୍ଡିସ ଆତଙ୍କ
• ବିଜେଡିର ଦୀର୍ଘ ୨୫ ବର୍ଷର ମନୋମୁଖୀ ଶାସନବ୍ୟବସ୍ଥା ଓ ଅପାରଗତା କାରଣରୁ ସମ୍ବଲପୁରବାସୀ ବାରମ୍ବାର ଜଣ୍ଡିସ ଓ ଡାଇରିଆ
ଦୂଷିତ ଜଳ କାରଣରୁ ସମ୍ବଲପୁରରେ ପୁଣିଥରେ ୨୦୧୪ର ଜଣ୍ଡିସ ଆତଙ୍କ


• ବିଜେଡିର ଦୀର୍ଘ ୨୫ ବର୍ଷର ମନୋମୁଖୀ ଶାସନବ୍ୟବସ୍ଥା ଓ ଅପାରଗତା କାରଣରୁ ସମ୍ବଲପୁରବାସୀ ବାରମ୍ବାର ଜଣ୍ଡିସ ଓ ଡାଇରିଆରେ ହନ୍ତସନ୍ତ ହୋଇଛନ୍ତି

• ବିଜେଡି ନେତା ରୋହିତ ପୂଜାରୀ ନିଜ ଦଳର ବାସ୍ତବ ବିଫଳତାକୁ ସାମ୍ନାକୁ ଆଣିଛନ୍ତି

• ସମ୍ବଲପୁରରେ ରାସ୍ତା, ନାଳର ଅବ୍ୟବସ୍ଥା ସହ ଟାଉନ ହଲ୍ ନଥିବା ସେ ଯେଉଁ ଅଭିଯାଗ ଆଣିଛନ୍ତି, ତାହା ତାଙ୍କ ଦୁର୍ନୀତିଗ୍ରସ୍ତ ୨୫ ବର୍ଷ ସରକାର ପାଇଁ ହୋଇଛି

• ରାଜ୍ୟରେ ଯୁବକମାନେ ପଥଭ୍ରଷ୍ଟ ହେଉଛନ୍ତି, ଦାଦନ ଖଟିବାକୁ ଯାଉଛନ୍ତି ତେବେ ତାହାର ପ୍ରମୁଖ କାରଣ ହେଲା ବିଜେଡି ସରକାର

• ସମ୍ବଲପୁରରୁ ପ୍ରତିନିଧିତ୍ୱ କରିବା ପାଇଁ ବିଜେଡି ଦଳରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କହିପାରିବେ କି ତାଙ୍କ ସରକାର ସମ୍ବଲପୁର ପାଇଁ କଣ କରିଛନ୍ତି ?

• କେବଳ ନିଜକୁ କ୍ରୀତଦାସ କହିଦେଲେ ଲୋକଙ୍କ ସେବା ହୋଇଯାଏନାହିଁ, ଲୋକଙ୍କ ପାଇଁ କାମ କରିବାକୁ ପଡେ, ଯାହା ଶ୍ରୀ ଦାସ ଓ ବିଜେଡି ପାଖରେ ଦେଖାଯାଏନାହିଁ

• ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ସମ୍ବଲପୁରରେ ହୋଇଥିବା ବିକାଶ କାମର ଦେଲେ ହିସାବ

ସମ୍ବଲପୁର, ତା ମାର୍ଚ୍ଚ ୨୯ (ହି.ସ) ସମ୍ବଲପୁର ସହରରେ ୨୦୧୪ ମସିହାରେ ଜଣ୍ଡିସ ସଂକ୍ରମଣ ଏକରକମର ଆତଙ୍କ ଖେଳାଇଥିଲା । ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ତଥା ଦୂଷିତ ପାନୀୟ ଜଳ କାରଣରୁ ଲୋକମାନେ ୨୦୧୮ ଓ ୨୦୧୯ରେ ମଧ୍ୟ ଅନୁରୂପ ଭାବରେ ମଧ୍ୟ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ଚଳିତବର୍ଷ ପୁଣିଥରେ ହୀରାକୁଦ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସରକାରଙ୍କ ମନୋମୁଖୀ ଶାସନବ୍ୟବସ୍ଥା ଓ ଅପାରଗତା କାରଣରୁ ଡାଇରିଆରେ ଆକ୍ରାନ୍ତ ହୋଇ ଲୋକଙ୍କ ମୃତ୍ୟୁ ହେବା ସହ ଏବେବି ଶତାଧିକ ଆକ୍ରାନ୍ତ ବୁର୍ଲା ଭିମାସାର ମେଡିକାଲରେ ଚିକିତ୍ସାଧୀନ ହେଉଛନ୍ତି । ଦୀର୍ଘ ୨୫ ବର୍ଷରେ ସ୍ୱଚ୍ଛ ପାନୀୟ ଜଳର ବ୍ୟବସ୍ଥା ନ କରିବା କ’ଣ ସରକାରର ରୂପାନ୍ତରଣ ବୋଲି ବିଜେଡି ନେତା ରୋହିତ ପୂଜାରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ରେଙ୍ଗାଲି ବିଧାୟକ ନାଉରୀ ନାୟକ ।

ସେ ଆହୁରି କହିଛନ୍ତି ଯେ ବିଜେଡି ନେତା ରୋହିତ ପୂଜାରୀ ନିଜ ଦଳର ବାସ୍ତବ ବିଫଳତା କଥାକୁ ସାମ୍ନାକୁ ଆଣିଥିବାରୁ ଧନ୍ୟବାଦ । ନିଜର ଅପାରଗତାକୁ ଲୁଚାଇବା ପାଇଁ ଅନ୍ୟକୁ ଦୋଷ ଦେବା ବିଜେଡିର ଦଳଗତ ଅଭ୍ୟାସ । ତାଙ୍କ ସରକାର ଦୀର୍ଘ ୨୫ ବର୍ଷର ଶାସନରେ ସମ୍ବଲପୁର ବିଭିନ୍ନ ପଡାରେ ଅବ୍ୟବସ୍ଥା ଦେଖାଯାଇଛି । ସମ୍ବଲପୁରରେ ରାସ୍ତା, ନାଳର ଅବ୍ୟବସ୍ଥା ସହ ଟାଉନ ହଲ୍ ନଥିବା ସେ ଯେଉଁ ଅଭିଯାଗ ଆଣିଛନ୍ତି, ତାହା ତାଙ୍କ ଦୁର୍ନୀତିଗ୍ରସ୍ତ ୨୫ ବର୍ଷ ସରକାରର ଅପାରଗତା ପାଇଁ ହୋଇଛି । ଆଜି ରାଜ୍ୟରେ ଯଦି ଯୁବକମାନେ ପଥଭ୍ରଷ୍ଟ ହେଉଛନ୍ତି, ଦାଦନ ଖଟିବାକୁ ଯାଉଛନ୍ତି ତେବେ ତାହାର ପ୍ରମୁଖ କାରଣ ହେଲା ବିଜେଡି ସରକାର । ମଦ ବ୍ରିକ୍ରିକୁ ପ୍ରୋତ୍ସାହନ ଦେବା କାରଣରୁ ଯୁବକମାନେ ମଦରେ ମାତାଲ ହେଉଛନ୍ତି । ଆଜି ରାଜ୍ୟରେ ଅନେକ ଅପରାଧିକ ଘଟଣା ଘଟୁଛି । ଏହା ଉପରେ ରୋହିତ ପୂଜାରୀ କିଛି ଉତ୍ତର ରଖିବେ କି ? ସମ୍ବଲପୁରରୁ ପ୍ରତିନିଧିତ୍ୱ କରିବା ପାଇଁ ବିଜେଡି ଦଳରୁ ଲୋକସଭା ପ୍ରାର୍ଥୀ ହୋଇଥିବା ପ୍ରଣବ ପ୍ରକାଶ ଦାସ କହିପାରିବେ କି ତାଙ୍କ ସରକାର ସମ୍ବଲପୁର ପାଇଁ କଣ କରିଛନ୍ତି ? ସମ୍ବଲପୁରର ହୀରାକୁଦ ଅଞ୍ଚଳରେ ଡାଇରିଆରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିବାକୁ ଯାଇଛନ୍ତି କି ? କେବଳ ନିଜକୁ କ୍ରୀତଦାସ କହିଦେଲେ ଲୋକଙ୍କ ସେବା ଆପେ ଆପେ ହୋଇଯାଏନାହିଁ, ଲୋକଙ୍କ ପାଇଁ କାମ କରିବାକୁ ପଡେ, ଯାହା ଶ୍ରୀ ଦାସ ଓ ବିଜେଡି ପାଖରେ ଦେଖାଯାଏନାହିଁ ।

ଶ୍ରୀ ନାୟକ କହିଛନ୍ତି ଯେ ବିଗତ ୧୦ ବର୍ଷରେ ସମ୍ବଲପୁରରେ ଯଦି ବିକାଶର କାମ ହୋଇଛି, ତା ହେଲେ ମୋଦୀ ସରକାରରେ ହୋଇଛି । ସମ୍ବଲପୁର ଜିଲ୍ଲାରେ ମୋଟ ୧,୬୪,୫୭୪ ପରିବାର ମଧ୍ୟରୁ ୭୦,୬୧୦ ପରିବାରକୁ ଘରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଛି । ଜିଲ୍ଲାରେ ୯୪୧ ଟି ସ୍କୁଲକୁ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ସମ୍ବଲପୁରର ମୋଟ ପ୍ରାୟ ୭,୫୭,୬୦୬ ଜଣଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାସିକ ପାଞ୍ଚ କିଲୋ ଚାଉଳ ମାଗଣାରେ ଦିଆଯାଉଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ମାଧ୍ୟମରେ ମୋଟ ୭୦୫ କୋଟି ଟଙ୍କା ବ୍ୟୟରେ ୫୮,୯୬୮ ପରିବାର ପାଇଁ ଘର ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ଏଥିରୁ ପ୍ରାୟ ୫୮,୭୧୫ଟି ଘର ମଞ୍ଜୁର ହୋଇଛି । ସମ୍ବଲପୁରରେ ଆନୁମାନିକ ୧୯.୬୧କୋଟି ଟଙ୍କା ବ୍ୟୟରେ ମୋଟ ୧,୨୨,୫୮୩ ପରିବାରକୁ ମାଗଣା ଏଲପିଜି ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ବିକାଶର ଗତି ବଢିଛି । ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ସମ୍ବଲପୁରର ପ୍ରତିଷ୍ଠା କରାଯିବା ସହ ସମ୍ବଲପୁରର ମାଝିପାଲି ଓ ଦେବଗଡ ଠାରେ ପୃଥକ ପୃଥକ ସ୍କିଲ ଇଣ୍ଡିଆ ସେଣ୍ଟର ଉଦଘାଟନ ହୋଇଛି । ଏନଏସଡିସି ଦ୍ୱାରା ଅତ୍ୟାଧୁନିକ କୌଶଳ ରଥ ଆରମ୍ଭ ହୋଇଛି । ସମ୍ବଲପୁର ଓ ଦେବଗଡ଼ରେ ୫୬ଟି କଲେଜରେ ୫ ହଜାର ୨୨୧ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ବୃଦ୍ଧି କରାଯାଉଛି । ସମ୍ବଲପୁର ଦେଇ ଜାତୀୟ ରାଜପଥ: ୧୩୧୨ କୋଟି ଟଙ୍କା ବ୍ୟୟରେ ଜାତୀୟ ରାଜପଥ ୪୯ ର ୭୮ କିମି ଲମ୍ବ ବିଞ୍ଜାବାହାଲ – ତିଳେଇବଣି ସେକ୍ସନ ସମ୍ପୂର୍ଣ୍ଣ କରାଯାଇଛି । ଯାହା ସମ୍ବଲପୁରକୁ ମଧ୍ୟ ଓଡ଼ିଶାରୁ ଯାତାୟାତ ସୁଗମ କରିଛି । ୪୪୮୨ କୋଟି ଟଙ୍କା ବ୍ୟୟରେ ୨୬୩ କିମି ଲମ୍ବ କଟକ -ସମ୍ବଲପୁର ଜାତୀୟ ରାଜପଥ ୫୫ କୁ ସମ୍ପ୍ରସାରଣ କରାଯାଉଛି । ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ (ଏଲ୍ଏଚ୍ଏସ୍) ନିର୍ମାଣ ପାଇଁ ୩୪୭ କୋଟି ଟଙ୍କା ମଞ୍ଜୁର ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମରେ ଗୋରଖପୁର ହଟିଆ ମୌର୍ଯ୍ୟ ଏକ୍ସପ୍ରେସ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ ହୋଇଛି । ସମ୍ବଲପୁରକୁ ଅତ୍ୟାଧୁନିକ ଟ୍ରେନ ବନ୍ଦେ ଭାରତ ଏକପ୍ରେସ ଆରମ୍ଭ କରାଯାଇଛି । ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ସମ୍ବଲପୁର ଷ୍ଟେସନ ସମେତ ସହରରେ ଥିବା ଅନ୍ୟାନ୍ୟ ଷ୍ଟେସନର ନବୀକରଣ ହେଉଛି ।

ସମ୍ବଲପୁର ଡିଭିଜନ ନିମନ୍ତେ ୬ ଟି ନୂଆ ଟ୍ରେନର ବ୍ୟବସ୍ଥା ହୋଇଛି । ସମ୍ବଲପୁର-ଜାମୁତାୱି ଏକ୍ସପ୍ରେସ (ରେଙ୍ଗାଲି ଠାରେ ଷ୍ଟପେଜ୍), ରାଉରକେଲା-ସମ୍ବଲପୁର ପାସେଞ୍ଜର ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର, ଟାଟା-ଯଶବନ୍ତପୁର ସାପ୍ତାହିକ ଏକ୍ସପ୍ରେସ (ଭାୟା ସମ୍ବଲପୁର), ସମ୍ବଲପୁର -ଶାଲିମାର ମହିମା ଗୋସେଇଁ ଏକ୍ସପ୍ରେସ, ହଟିଆ-ଏର୍ଣ୍ଣାକୁଲମ ସାପ୍ତାହିକ ଏକ୍ସପ୍ରେସ (ଭାୟା ସମ୍ବଲପୁର) ଓ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ (ଭାୟା ସମ୍ବଲପୁର)ର ବ୍ୟବସ୍ଥା ହୋଇଛି ।ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ୭୬୯ କିଲୋମିଟର ଦୀର୍ଘ ଜଗଦୀଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପ୍ରାକୃତିକ ଗ୍ୟାସ ପାଇପଲାଇନ (ଜେଏଚବିଡିପିଏଲ) ୧୩ଟି ଜିଲ୍ଲା ଦେଇ ଯାଉଛି ଯାହା ଖୋର୍ଦ୍ଧା, ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, କଟକ, ତାଳଚେର, ଅନୁଗୁଳ, ଢେଙ୍କାନାଳ, କଳିଙ୍ଗନଗର, ଯାଜପୁର ଏବଂ ପାରାଦୀପ ଆଦି ପ୍ରମୁଖ ଶିଳ୍ପ କ୍ଲଷ୍ଟରକୁ ସଂଯୋଗ କରୁଛି, ଯାହା ସମ୍ବଲପୁରବାସୀ ଭଲ ଭାବରେ ଜାଣିଛନ୍ତି ଓ ବୁଝିଛନ୍ତି ବୋଲି ବିଧାୟକ ଶ୍ରୀ ନାଏକ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ବନ୍ଦନା


 rajesh pande