ହିଜିଂଳିରେ ମିଳୁନି ଶୁଦ୍ଧ ପିଇବାପାଣି, ଯାଉଛନ୍ତି ସର୍ବାଧୀକ ଦାଦନ : ଅନିଲ ବିଶ୍ୱାଳ
ଭୁବନେଶ୍ୱର, 16 ଏପ୍ରିଲ - ନବୀନ ବାବୁଙ୍କ ୨୪ବର୍ଷର ସରକାର ଓଡ଼ିଶା ପାଇଁ କଣ କରିଛି ତାହା ଜାଣିବା ପାଇଁ ଓଡ଼ିଶାର ଲୋକ ପ
ହିଜିଂଳିରେ ମିଳୁନି ଶୁଦ୍ଧ ପିଇବାପାଣି, ଯାଉଛନ୍ତି ସର୍ବାଧୀକ ଦାଦନ : ଅନିଲ ବିଶ୍ୱାଳ


ଭୁବନେଶ୍ୱର, 16 ଏପ୍ରିଲ - ନବୀନ ବାବୁଙ୍କ ୨୪ବର୍ଷର ସରକାର ଓଡ଼ିଶା ପାଇଁ କଣ କରିଛି ତାହା ଜାଣିବା ପାଇଁ ଓଡ଼ିଶାର ଲୋକ ପ୍ରଶ୍ନ କରୁଛନ୍ତି, ଯାହାର ଉତର ବିଜେଡି ଦେଇପାରୁ ନାହିଁ । ସସ୍ମିତ ବାବୁ ପ୍ରଥମେ ଓଡ଼ିଶାରେ ବିଜୁ ଜନତା ଦଳ ସରକାର କଣ କରିଛି ତାହାର ଉତର ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରେ ଶୁଦ୍ଧ ପିଇବା ପାଣି ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି । ଆଜିବି ହିଂଜିଳିରୁ ହଜାର ହଜାର ଲୋକେ ଓଡିଶାରେ ରୋଜଗାର ନପାଇ ବାହାର ରାଜ୍ୟକୁ ଦାଦନ ଯାଉଛନ୍ତି । ନବୀନ ବାବୁ ୫ଥର ମୁଖ୍ୟମନ୍ତ୍ରୀ ହେଲା ପରେ ତାଙ୍କ ନିଜ ନିର୍ବାଚନ ମଣ୍ଡଳି ହିଂଜିଳର ବିକାଶ କାହିଁକି କରିପାରିଲେ ନାହିଁ । ଏହା ଉପରେ ସସ୍ମିତ ବାବୁ ନିଜର ପ୍ରତିକ୍ରିୟା କେବେ ଦେବେ ବୋଲି ପ୍ରଶ୍ନ କରିଛନ୍ତି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୧୦ବର୍ଷର ମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ପାରାଦୀପ ତୈଳ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇପାରିଛି, ଯାହା ଓଡ଼ିଶାରେ ଏକ ବୃହତ ପୁଞ୍ଜିନିବେଶ । ବରଗଡରେ ଇଥେନାଲ ପ୍ଲାଂଟ, ବଲାଙ୍ଗିରିରେ ବୃହତ ବଟଲିଙ୍ଗ୍ ପ୍ଲାଂଟ ସ୍ଥାପନା ହୋଇପାରିଛି । ଉଜ୍ଜ୍ୱଳା ଯୋଜନାରେ ଓଡ଼ିଶାର ୫୫ଲକ୍ଷ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି । ଏସ୍ଡିଆଇ, ଏନ୍ଏସ୍ଟି ଭଳି ଦୁଇଟି ବିଶ୍ୱସ୍ତରୀୟ ସ୍କିଲିଂ ପ୍ରତିଷ୍ଠାନ ଆଜି ଓଡ଼ିଶାରେ ସ୍ଥାପନା ହୋଇଛି । ସ୍କିଲ ମନ୍ତ୍ରଣାଳୟର ଦାୟିତ୍ୱରେ ଥିôବା କାରଣରୁ ଓଡ଼ିଶାର ୮ଲକ୍ଷ ଯୁବକଯୁବତୀଙ୍କର ତାଲିମ ପାଇବା ସମ୍ଭବ ହୋଇପାରିଛି । ସମ୍ବଲପୁର ଆଇଆଇଏମ୍ର ପ୍ରତିଷ୍ଠା, ବ୍ରହ୍ମପୁର ଆଇଜର୍ର ନୂଆ ଅତ୍ୟାଧୁନିକ କ୍ୟାମ୍ପସ ପ୍ରତିଷ୍ଠା ସବୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ସମ୍ଭବ ହୋଇଛି । ରାଉରକେଲା ଷ୍ଟିଲ୍ ପ୍ଲାଂଟରେ ୧୨ହଜାର କୋଟି ଟଙ୍କାର ପୁଞ୍ଜୀନିବେଶ କରାଇ ଏହାକୁ ଏସିଆର ଅନ୍ୟତମ ବୃହତମ ଷ୍ଟିଲ୍ ପ୍ଲାଂଟର ମାନ୍ୟତା ଦେବାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଅତୁଳନୀୟ । ଓଡ଼ିଶାରେ ୭ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା, ପାଇକ ସଂଗ୍ରାମର ମାନ୍ୟତା, ଓଡ଼ିଆ ଅସ୍ମିତାକୁ ନେଇ ଦିଲ୍ଲୀ ଦରବାରରେ ପହଂଚାଇବା ପଛରେ ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ପ୍ରଚେଷ୍ଟା ଓ ଅବଦାନ ରହିଛି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ କହିଛନ୍ତି ।

ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଓଡ଼ିଶାରେ ବିଜୁ ଜନତା ଦଳର ୨୪ବର୍ଷର ସ୍ଥିର ସରକାର ଥିବା ସତ୍ୱେ ଓଡ଼ିଶା ଆଜି କାହିଁକି ଗରିବୀରେ ଏକ ନମ୍ବର । ଓଡ଼ିଶାର ଚାଷୀର ରୋଜଗାର କାହିଁକି ଦେଶରେ ସର୍ବନିମ୍ନ ଏହାର ଉତର ବିଜେଡିର ରାଜ୍ୟସଭା ସାଂସଦ ଦେଇପାରିବେ କି? ମହିଳା ବିରୋଧୀ ହିଂସାରେ ଓଡ଼ିଶାର ସ୍ଥାନ ଏକ ନମ୍ବର । ୬୭ପ୍ରତିଶତ ମହିଳା ରକ୍ତହୀନତାର ଶିକାର । ୩୦ପ୍ରତିଶତରୁ ଅଧିକ ଶିଶୁ ଜନ୍ମରୁ ରୋଗାକ୍ରାନ୍ତ ଏହା କେଉଁ ରୂପାନ୍ତରୀକରଣ? ଓଡ଼ିଶାରେ ଏଭଳି ରୂପାନ୍ତରୀକରଣ ହୋଇଛି ଯେ, ଦୁଇଟି ମହାନଗର ନିଗମରେ (ସମ୍ବଲପୁର, ରାଉରକେଲା) ଶୁଦ୍ଧପିଇବା ପାଣି ନମିଳିବା କାରଣରୁ ଜଣ୍ଡିସ୍ ବ୍ୟାପୁଛି । ଓଡ଼ିଶାରେ ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରାଯାଇ ଘରୋଇ ହସ୍ପିଟାଲମାନଙ୍କୁ ପୋଷା ଯାଉଛି । ରାଜ୍ୟରେ ସରକାରୀ ଡାକ୍ତରଖାନାରେ ୫୦ପ୍ରତିଶତ ଡାକ୍ତର ପଦବୀ ଫାଙ୍କା ପଡିଛି, ୬୫ପ୍ରତିଶତ ପାରା ମେଡିକାଲ ପଦବୀରେ ସରକାର ନିଯୁକ୍ତି ଦେଉନାହାନ୍ତି ।

ହିନ୍ଦୁସ୍ଥାନ ସମାଚାର //ସମନ୍ୱୟ


 rajesh pande