ଜାମୁଦଲକ ରେ ଏକ ଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ
ଚମ୍ପୁଆ, ୧୬ ଏପ୍ରିଲ (ହି.ସ.) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ଠାରେ ରାତ୍ରିକାଳୀନ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣା
ଜାମୁଦଲକ ରେ ଏକ ଦିବସୀୟ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ


ଚମ୍ପୁଆ, ୧୬ ଏପ୍ରିଲ (ହି.ସ.) ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାମୁଦଲକ ଠାରେ ରାତ୍ରିକାଳୀନ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଯାଇଛି। ଜାମୁଦଲକ ବୈତରଣୀ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଦୂର ଦୁରାନ୍ତରୁ ଆସିଥିବା ଆଠଟି ଦଳ ଅଂଶ ଗ୍ରହଣ କରିଥିଲେ। ସର୍ବଶେଷରେ ଗମ୍ଭାରୀଆ କ୍ରିକେଟ କ୍ଳବ ସହିତ ଚମ୍ପୁଆ (୧୧) କ୍ରିକେଟ କ୍ଳବ ଫାଇନାଲ ଖେଳିଥିବା ବେଳେ ଚମ୍ପୁଆ ଦଳ ଚମ୍ପିୟାନ ହୋଇ ଟ୍ରଫି ହାସଲ କରିବାରେ ସଫଳ ହୋଇଥିଲେ। ଏହି ଖେଳରେ ମୁଖ୍ୟଅତିଥିଭାବେ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥିଭାବେ ଆଇନଜୀବି ରମେଶ ଚନ୍ଦ୍ର ପ୍ରଧାନ, ପୂର୍ବତନ ଚମ୍ପୁଆ ବ୍ଲକ ଚ୍ୟାରମେନ ସିଦ୍ଧାର୍ଥ ସିଂହ ପ୍ରମୁଖ ଯୋଗ ଦେଇ ସମସ୍ତ ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ କିପରି ଖେଳର ବିକାଶ ହୋଇ ପାରିବ ସେ ସମ୍ପର୍କରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ ଆଲୋକ ପାତ କରିଥିଲେ। କ୍ଳବ ପକ୍ଷରୁ ପିଲାଙ୍କ ମଧ୍ୟରେ ଖେଳ ପ୍ରତି ଆଗ୍ରହ ସୃଷ୍ଟି କରିବା ଦିଗରେ କରା ଯାଇଥିବା ପ୍ରଚେଷ୍ଟା ପାଇଁ ଅତିଥି ଏବଂ ସମସ୍ତ ଗ୍ରାମବାସୀଙ୍କ ପକ୍ଷରୁ କମିଟି ସଦସ୍ୟ ମାନଙ୍କୁ ସାଧୁବାଦ ଦିଆ ଯାଇଛି। ଖେଳ ଦେଖିବା ପାଇଁ ଜାମୁଦଲକ ସମେତ ଆଖ ପାଖ ଅଞ୍ଚଳ ରୁ ବହୁ ସଂଖ୍ୟାରେ ଖେଳ ପ୍ରେମୀ ଉପସ୍ଥିତ ରହି ଖେଳର ମଜା ନେଇ ଥିବା ଦେଖିବାକୁ ମିଳିଛି।

ହିନ୍ଦୁସ୍ଥାନ ସମାଚାର ତ୍ରିନାଥ /ସମନ୍ୱୟ


 rajesh pande