ଗୁଗଲ ଲୋକସଭା ନିର୍ବାଚନ ପାଇଁ ବନାଇଲା ଡୁଡଲ
ନୂଆଦିଲ୍ଲୀ, ୧୯ ଅପ୍ରେଲ (ହି.ସ.)- ଇଂଟରନେଟ ସର୍ଚ୍ଚ ଇଞ୍ଜିନ୍ ଏବଂ ବହୁରାଷ୍ଟ୍ରୀୟ ଆମେରିକୀୟ ଉଦ୍ୟୋଗ କମ୍ପାନୀ ଗୁଗଲ ଶ
ଗୁଗଲ ଲୋକସଭା ନିର୍ବାଚନ ପାଇଁ ବନାଇଲା ଡୁଡଲ


ନୂଆଦିଲ୍ଲୀ, ୧୯ ଅପ୍ରେଲ (ହି.ସ.)- ଇଂଟରନେଟ ସର୍ଚ୍ଚ ଇଞ୍ଜିନ୍ ଏବଂ ବହୁରାଷ୍ଟ୍ରୀୟ ଆମେରିକୀୟ ଉଦ୍ୟୋଗ କମ୍ପାନୀ ଗୁଗଲ ଶୁକ୍ରବାର ଲୋକସଭା ନିର୍ବାଚନ ୨୦୨୪ ପାଇଁ ଡୁଡଲ ଜାରି କରିଛି । ଗୁଗଲ ଦେଶରେ ଅପ୍ରେଲ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ ଲୋକସଭା ଆସନରେ ହେଉଥିବା ଭୋଟିଂ ଦିନ ନିଜର ଡୁଡଲ ଜାରି କରି ଗଣତନ୍ତ୍ରର ଉତ୍ସବ ମନାଇଛି ।

ଇଂଟରନେଟ ସର୍ଚ୍ଚ ଇଞ୍ଜିନ୍ ଗୁଗଲ ଭାରତରେ ୧୮ତମ ଲୋକସଭା ନିର୍ବାଚନ ନିମନ୍ତେ ଭୋଟିଂ ଆରମ୍ଭ ହେବା କ୍ଷଣି ନିଜର ଲୋଗୋ ବଦଳାଇଛି । ଗୁଗଲ ର ହୋମପେଜ୍ ରେ ଭୋଟିଂ ପୂର୍ବରୁ ଲଗାଯାଉଥିବା କାଳୀ ସହିତ ଇଣ୍ଡେକ୍ସ ଫିଙ୍ଗରକୁ ଉପର ଆଡକୁ ଦର୍ଶାଯାଇଛି । ଯାହା ଭାରତୀୟ ଗଣତନ୍ତ୍ରକୁ ଦେଖାଉଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande