ଆରଏସଏସ ସରସଂଘଚାଳକ ମୋହନ ଭାଗବତ ନାଗପୁରରେ ଭୋଟ୍ ଦେଲେ : ନୀତିନ ଗଡ଼କରୀ, ଦେବେନ୍ଦ୍ର ଫଡନାବିସ, ଚନ୍ଦ୍ରଶେଖର ବାବନକୁଲେ ଭୋଟ୍ ଦେଲେ
ମୁମ୍ବାଇ, ୧୯ ଅପ୍ରେଲ (ହି.ସ.)- ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟରେ ୫ଟି ସଂସଦୀୟ ଆସନରେ ଶୁକ୍ରବାର ସକାଳେ ଶାନ୍ତିପୂର୍
ଆରଏସଏସ ସରସଂଘଚାଳକ ମୋହନ ଭାଗବତ ନାଗପୁରରେ ଭୋଟ୍ ଦେଲେ : ନୀତିନ ଗଡ଼କରୀ, ଦେବେନ୍ଦ୍ର ଫଡନାବିସ, ଚନ୍ଦ୍ରଶେଖର ବାବନକୁଲେ ଭୋଟ୍ ଦେଲେ


ମୁମ୍ବାଇ, ୧୯ ଅପ୍ରେଲ (ହି.ସ.)- ମହାରାଷ୍ଟ୍ରରେ ପ୍ରଥମ ପର୍ଯ୍ୟାୟରେ ୫ଟି ସଂସଦୀୟ ଆସନରେ ଶୁକ୍ରବାର ସକାଳେ ଶାନ୍ତିପୂର୍ବକ ଭୋଟ୍ ଗ୍ରହଣ ଚାଲିଛି । ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ (ଆରଏସଏସ)ର ସରସଂଘଚାଳକ ମୋହନ ଭାଗବତ ନିଜର ଭୋଟ୍ ଦେବା ପରେ ସମସ୍ତେ ମତଦାନ କରନ୍ତୁ ବୋଲି ଆହ୍ଵାନ କରିଛନ୍ତି ।

ଭାଜପାର ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ରଶେଖର ବାବନକୁଲେ ରାମଟେକ ନିର୍ବାଚନ କ୍ଷେତ୍ରର କୋରାଡି କେନ୍ଦ୍ରରେ ମତଦାନ କରିଛନ୍ତି । ଏହା ବ୍ୟତୀତ ଭାଜପାର ବରିଷ୍ଠ ନେତା ନୀତିନ ଗଡ଼କରୀ ଏବଂ ଦେବେନ୍ଦ୍ର ଫଡନାବିସ ମଧ୍ୟ ମତଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande