ପଶ୍ଚିମବଙ୍ଗର କୁଚବିହାରରେ ଭୋଟ୍ ବେଳେ ହିଂସା
କୋଲକାତା, ୧୯ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗର ତିନୋଟି ଲୋକସଭା ଆସନରେ ଶୁକ୍ରବାର ମତଦାନ ବେଳେ କୁଚବିହାର ଲୋକସଭା କ୍ଷେ
ପଶ୍ଚିମବଙ୍ଗର କୁଚବିହାରରେ ଭୋଟ୍ ବେଳେ ହିଂସା


କୋଲକାତା, ୧୯ ଅପ୍ରେଲ (ହି.ସ.)- ପଶ୍ଚିମବଙ୍ଗର ତିନୋଟି ଲୋକସଭା ଆସନରେ ଶୁକ୍ରବାର ମତଦାନ ବେଳେ କୁଚବିହାର ଲୋକସଭା କ୍ଷେତ୍ରରେ ହିଂସା ଦେଖିବାକୁ ମିଳିଛି । ଜଲପାଇଗୁଡି ଲୋକସଭା କ୍ଷେତ୍ରରେ ମଧ୍ୟ ହିଂସାର କିଛି ମାମଲା ସାମ୍ନାକୁ ଆସିଛି । ଯଦିଓ ଅଲୀପୁରଦ୍ଵାରରେ ନିର୍ବାଚନ ସମ୍ବନ୍ଧୀୟ ହିଂସା ନେଇ କୌଣସି ରିପୋର୍ଟ ନାହିଁ ।

ସବୁଠୁ ଅଧିକ ହିଂସାର ଖବର କୁଚବିହାରର ଚନ୍ଦାମାରୀ ଅଂଚଳରେ ସାମ୍ନାକୁ ଆସିଛି । ଭାଜପାର ବୁଥ୍ ଅଧ୍ୟକ୍ଷ ଲୋବ ସରକାରଙ୍କ ଉପରେ ଆକ୍ରମଣକୁ ନେଇ ସେଠାରେ ଉତେଜନା ବୃଦ୍ଧି ପାଇଛି । ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେହିପରି ଭାଜପା ଓ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତାଙ୍କ ମଧ୍ୟରେ ପଥର ମାଡ ଯୋଗୁଁ ଜଣେ ତୃଣମୂଳ କଂଗ୍ରେସର କାର୍ଯ୍ୟକର୍ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଏଠାରେ କ୍ଷମତାସୀନ ଓ ବିରୋଧି ଦଳର କାର୍ଯ୍ୟକର୍ତାଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇଛି । ଏହାପରେ ତୃଣମୂଳ କଂଗ୍ରେସ ଏବଂ ଭାଜପା କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande