ବିଜେପି ଗାଁ- ଗରିବମାନଙ୍କ ପାଇଁ ବଡ ଦୂରଦୃଷ୍ଟି ଓ ବଡ ବଡ ଲକ୍ଷ୍ୟ ସହିତ ଆଗକୁ ବଢୁଛି କିନ୍ତୁ ଇଣ୍ଡି ମେଂଟର ଶକ୍ତି ସମସ୍ତ ଶକ୍ତି ଗାଁ ଗୁଡିକୁ ପଛଆ ରଖିବା ଦିଗରେ ଲାଗୁଛି –ପିଏମ ମୋଦିଉତ୍ତର ପ୍ରଦେଶର ଅମରୋହାଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ
ନୂଆଦିଲ୍ଲୀ/ଲକ୍ଷ୍ନୌ/ଅମରୋହା, 19 ଏପ୍ରିଲ (ହି.ସ)ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁକ୍ରବାର ଦିନ ଉତ୍ତର
ବିଜେପି ଗାଁ- ଗରିବମାନଙ୍କ ପାଇଁ ବଡ ଦୂରଦୃଷ୍ଟି ଓ ବଡ ବଡ ଲକ୍ଷ୍ୟ ସହିତ ଆଗକୁ ବଢୁଛି କିନ୍ତୁ ଇଣ୍ଡି ମେଂଟର ଶକ୍ତି ସମସ୍ତ ଶକ୍ତି ଗାଁ ଗୁଡିକୁ ପଛଆ ରଖିବା ଦିଗରେ ଲାଗୁଛି –ପିଏମ ମୋଦିଉତ୍ତର ପ୍ରଦେଶର ଅମରୋହାଠାରେ ଆୟୋଜିତ ଏକ ବିଶାଳ ଜନସଭାରେ ପିଏମ ମୋଦିଙ୍କ ସମ୍ବୋଧନ


ନୂଆଦିଲ୍ଲୀ/ଲକ୍ଷ୍ନୌ/ଅମରୋହା, 19 ଏପ୍ରିଲ (ହି.ସ)ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁକ୍ରବାର ଦିନ ଉତ୍ତର ପ୍ରଦେଶର ଅମରୋହା ଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଉତ୍ତର ପ୍ରଦେଶର ଜନସାଧାରଙ୍କୁ ପ୍ରଦେଶର ପ୍ରତ୍ୟେକ ଆସନରେ ବିପୁଳ ବ୍ୟବଧାନରେ ଏନଡିଏ ପ୍ରାର୍ଥୀ ମାନଙ୍କୁ ବିଜୟୀ କରାଇବା ସହ 4 ଜୁନକୁ 4 ଶହ ପାର କରିବାକୁ ଆହ୍ୱାନ କରିଛନ୍ତି । କାର୍ଯ୍ୟକ୍ରମରେ ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପ୍ରଦେଶର କ୍ୟାବିନେଟ ମନ୍ତ୍ରୀ ଜସବନ୍ତ ସିଂହ ସୈନୀ, ଅମରୋହାରୁ ଲୋକସଭା ପ୍ରାର୍ଥୀ କବଁର ସିଂହ ତଂୱରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଓ ସମାଜବାଦୀ ପାର୍ଟିର ମେଂଟ ଉପରେ ରାଜ୍ୟରେ ଦୁର୍ନୀତି, ପରିବାରବାଦ, ତୁଷ୍ଟିକରଣର ରାଜନୀତି କରିବାର ଅଭିଯୋଗ କରି ଜୋରଦାର ଆକ୍ରମଣ କରିଛନ୍ତି ।

ମାନନୀୟ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରୟାସ କାରଣରୁ ଅମରୋହାର ଢୋଲକୁ ବିଜେପି ସରାକର ଜିଆଇ ଟ୍ୟାଗ ଦେଇ ସମ୍ପୂର୍ଣ ବିଶ୍ୱରେ ଏକ ପରିଚୟ ପ୍ରଦାନ କରିଛି । ଅମରୋହାର ଢୋଲକର ଶବ୍ଦ ଦୂର ଦୂର ଯାଏ ଗୁଂଜାୟମାନ ହୁଏ ।

ଲୋକଙ୍କ ଉତ୍ସାହକୁ ଦେଖି ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି ଅମରୋହାର ଗୋଟିଏ ଚିହ୍ନ ରହିଛି, ପଦ୍ମର ଚିହ୍ନ ଓ ଏକ ହିଁ ସ୍ୱର ଅଟେ, ପୁଣି ଥରେ ବିଜେପି ସରକାର । ଅମରୋହା କେବଳ ଢୋଲ ହିଁ ନୁହେଁ, ପୂରା ବିଶ୍ୱରେ ଦେଶର ଜୟଗାନ ହେଉଛି । କ୍ରିକେଟ ୱାର୍ଲ୍ଡକପରେ ମହମ୍ମଦ ସାମୀ ଯେଉଁ କମାଲ କରିଛନ୍ତି, ତାହା ପୁରା ବିଶ୍ୱ ଦେଖିଛି । ଖେଳରେ ଦମଦାର ପ୍ରଦର୍ଶନ ପାଇଁ ବିଜେପି ସରକାର ଦ୍ୱାରା ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଛି । ଉତ୍ତର ପ୍ରଦେଶ ସରକାର ଅମରୋହାରେ ଯୁବକଙ୍କ ପାଇଁ ଷ୍ଟାଡିୟମ ବି ନିର୍ମାଣ କରୁଛନ୍ତି । 2024 ଲୋକସଭା ନିର୍ବାଚନ ଦେଶର ଭବିଷ୍ୟତର ନିର୍ବାଚନ ଅଟେ, ଏହି ନିର୍ବାଚନରେ ଲୋକଙ୍କ ଗୋଟିଏ ଗୋଟିଏ ଭୋଟ ଭାରତର ଭାଗ୍ୟକୁ ସୁନିଶ୍ଚିତ କରିବ ।

ଶ୍ରୀ ମୋଦି କହିଛନ୍ତି ଯେ, ବିଜେପି ସରକାର ଗାଁ-ଗରିବଙ୍କ ବିକାଶ ପାଇଁ ବଡ ଲକ୍ଷ୍ୟ ସହିତ ଆଗକୁ ବଢୁଛନ୍ତି କିନ୍ତୁ ଇଂଡି ମେଂଟର ନେତାଙ୍କ ପୂରା ଶକ୍ତି ଗାଁକୁ ପଛରେ ରଖିବାରେ ହିଁ ବିନିଯୋଗ ହେଉଛି । ଏହି ମାନସିକତାର ସବୁଠୁ ବଡ କ୍ଷତି ଅମରୋହା ଓ ପଶ୍ଚିମ ଉତ୍ତର ପ୍ରଦେଶକୁ ଉଠାଇବାକୁ ପଡୁଛି । ଦିଲ୍ଲୀ-ଏନସିଆର ଏତେ ନିକଟରେ ହେବା ପରେ ବି ଅମରୋହାକୁ ଏହାର କୌଣସି ଲାଭ ମିଳୁନଥିଲା । ଇଂଡି ମେଂଟ ଦଳଗୁଡିକର ସରକାର ସମୟରେ ଉତ୍ତରପ୍ରଦେଶର ପରିଚୟ ପଛୁଆ ରାଜ୍ୟ ଭାବେ ଥିଲା, କିନ୍ତୁ ଆଜି ଉତ୍ତରପ୍ରଦେଶ ଏକ୍ସପ୍ରେସ ୱେ ଦେଶ ଭାବେ ଜଣାଶୁଣା ଅଟେ । ଆଜି ଉତ୍ତରପ୍ରଦେଶରେ ସବୁଠୁ ଅଧିକ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି । ଅମରୋହା ଓ ଗଜରୌଲା ରେଲୱେ ଷ୍ଟେସନକୁ ଆଧୁନିକ କରାଯାଉଛି ଏବଂ ପ୍ରତି ମାର୍ଗରେ ବନ୍ଦେ ଭାରତ ପରି ଟ୍ରେନକୁ ସଂପ୍ରସାରଣ କରାଯାଉଛି । ଅମରୋହାରେ ଗଙ୍ଗା ଏକ୍ସପ୍ରେସ-ୱେ ବି ନିର୍ମାଣ ହେଉଛି । ଯୋଗାଯୋଗର ସମସ୍ତ କାର୍ଯ୍ୟର ଲାଭ ଏଠାକାର ଶିଳ୍ପକୁ ହେଉଛି । ବିଜେପି ସରକାର ଦେଶରେ ଟେକ୍ସଟାଇଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଟେକ୍ସଟାଇଲ ପାର୍କ ନିର୍ମାଣ କରୁଛନ୍ତି, ଏହାର ଲାଭ ବି ଅମରୋହାର ଗାରମେଂଟ ଶିଳ୍ପକୁ ମିଳିବ ଏବଂ ଅଧିକରୁ ଅଧିକ ରୋଜଗାର ସୃଷ୍ଟି ହେବ । ଅମରୋହାରେ ବିଜେପି ସରକାର ପ୍ଲେଜ ପାର୍କ ଓ ଶିଳ୍ପ ପାର୍କ ବି ନିର୍ମାଣ କରୁଛନ୍ତି, ଯାହାଦ୍ୱାରା କ୍ଷୁଦ୍ର ଶିଳ୍ପକୁ ସହାୟତା ମିଳିବ । ବିଜେପି ସରକାରଙ୍କ ପିଏମ ବିଶ୍ୱକର୍ମା ଯୋଜନା ଓ ମୁଦ୍ରା ଯୋଜନାର ଲାଭ ବି ଅମରୋହାର ଲୋକଙ୍କୁ ମିଳୁଛି । ମୋଦି ସରକାରର ଗତ 10ବର୍ଷରେ ଯେଉଁ କାର୍ଯ୍ୟ ହୋଇଛି, ତାହା କେବଳ ମାତ୍ର ଟ୍ରେଲର ଅଟେ, ଏବେ ଉତ୍ତରପ୍ରଦେଶ ଓ ଦେଶକୁ ବହୁତ ଆଗକୁ ନେଇକରି ଯିବାକୁ ଅଛି ।

ଆଦରଣୀୟ ପ୍ରଧାନମନ୍ତ୍ରୀ କଂଗ୍ରେସ ସରକାର ଉପରେ ନିଶାନା ସାଧି କହିଛନ୍ତି ଯେ, ପୂର୍ବ ସରକାର ସାମାଜିକ ନ୍ୟାୟ ନାମରେ ଲୋକଙ୍କୁ କେବଳ ଧୋକା ଦେଉଥିଲା । ଜ୍ୟୋତିବା ଫୁଲେ, ବାବା ସାହେବ ଆମ୍ବେଦକର ଓ ଚୌଧୁରୀ ଚରଣ ସିଂହଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମୋଦି ଦିନ ରାତି ଅକୁହା ପରିଶ୍ରମ କରୁଛନ୍ତି । ବିଜେପି ସରକାର ତିନି ତଲାକ ବିରୁଦ୍ଧରେ ଆଇନ ଆଣି ମୁସଲିମ ଭଉଣୀଙ୍କ ଭବିଷ୍ୟତକୁ ସୁରକ୍ଷିତ କରିଛନ୍ତି । ବିଜେପି ସରକାର ପ୍ରତି ଘରେ ଜଳ, ଗ୍ୟାସ ଓ ବିଜୁଳି ପହଂଚାଇ ମହିଳାଙ୍କ ଜୀବନକୁ ସରଳ କରିଛନ୍ତି । ଦେଶରେ ଗରିବଙ୍କ ଅନେକ ପିଢି ବିଜୁଳି, ପାଣି ଓ ରହିବା ପାଇଁ ଆବାସ ବିନା କାଟିଦେଇଛନ୍ତି, କିନ୍ତୁ ଗରିବର ପୁଅ ମୋଦି ଗରିବଙ୍କୁ ଏହି ସଂକଟରୁ ବାହାର କରିବା ପାଇଁ ଦିନରାତି ପରିଶ୍ରମ କରିଛି । ବିଜେପି ସରକାର 10 ବର୍ଷରେ ଯେଉଁ 4 କୋଟି ପକ୍କା ଘର ଗରିବଙ୍କ ପାଇଁ ନିର୍ମାଣ କରିଛି, ସେଥିରୁ ଅଧିକ ହିତାଧିକାରୀ ଅନୁସୂଚିତ ଜାତି, ଜନଜାତି ଏବଂ ଓବିସିର ଅଟନ୍ତି । ବିଜେପି ନିଜ ଘୋଷଣା ପତ୍ରରେ ଦେଶରେ 3 କୋଟି ଆହୁରି ପକ୍କା ଘର ନିର୍ମାଣ କରିବାକୁ ଘୋଷଣା କରିଛି ।

ଶ୍ରୀ ମୋଦୀ କହିଛନ୍ତି ଯେ ବିଜେପିର ତୃତୀୟ ସରକାରରେ ଯେଉଁ ଲୋକ ମାନଙ୍କୁ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ମିଳି ନାହିଁ ସେପରି ସମସ୍ତଙ୍କୁ ସମସ୍ତ ଯୋଜନାର ଲାଭ ମିଳିବ । ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଜନ ସମୁଦ୍ରକୁ ବଂଚିତ ଲୋକ ମାନଙ୍କୁ ଲାଭ ମିଳିବ ଏପରି ବିଶ୍ୱାସ ତିଆରି କରାଇବାକୁ ଅପିଲ କରିଛନ୍ତି । ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନନ୍ଦ୍ର ମୋଦୀ କହିଛନ୍ତି ଯେ ଅମରୋହା ସମେତ ସମ୍ପୂର୍ଣ ପଶ୍ଚିମ ଉତ୍ତର ପ୍ରଦେଶ ନିଜର ଚାଷୀ ମାନଙ୍କ ପାଇଁ ଜଣାଶୁଣା । କଂଗ୍ରେସ- ସମାଜବାଦୀ ପାର୍ଟି – ବହୁଜନ ସମାଜ ପାର୍ଟିର ସରକାର ମାନେ ଏହି ଅଂଚଳର ଚାଷୀ ମାନଙ୍କ ସମସ୍ୟାର ସମାଧାନ କରି ନଥିଲେ କିନ୍ତୁ ବିଜେପି ସରକାର ଚାଷୀ ମାନଙ୍କର ସମସ୍ୟା ସମାଧାନ କରିବାକୁ ଦିନ ରାତି କାମ କରୁଛି । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଅନ୍ତର୍ଗତ ପାଖାପାଖି 6 ଶହ କୋଟି ଟଙ୍କାର ଲାଭ ଅମରୋହାର ଚାଷୀ ମାନଙ୍କ ମଧ୍ୟରେ ବିତରିତ କରାଯାଇଛି । ଆମେରିକାରେ ଯେଉଁ ୟୁରିଆ ବସ୍ତାର ମୂଲ୍ୟ 3 ହଜାର ଟଙ୍କା ବିଜେପି ସରକାର ଚାଷୀ ମାନଙ୍କୁ ସେହି ବସ୍ତା 3 ଶହ ଟଙ୍କାରେ ଉପଲବ୍ଧ କରାଉଛି ।

ଭାଜପାର ରାଜ୍ୟ ସରକାର ଆଖୁ ମୂଲ୍ୟରେ ବୃଦ୍ଧି କରିଛନ୍ତି । ଅମରୋହାର ଆଖୁ ଚାଷୀ କେବେ ହେଲେ ଭୁଲି ପାରିବେ ନାହିଁ ଯେ ପୂର୍ବରୁ ସେମାନଙ୍କୁ ବିକ୍ରୀ ପାଇଁ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା , କିନ୍ତୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସଂରକାରରେ ଆଖୁ ରେକର୍ଡ କିଣା ସହ ରେକର୍ଡ ପରିଷୋଧ ମଧ୍ୟ ହେଉଛି । ସପା ର ସରକାର ସମୟରେ ଅମରୋହାର ଆଖୁ ଚାଷୀଙ୍କୁ ବର୍ଷରେ ହାରାହାରି କେବଳ ୫୦୦ କୋଟି ଟଙ୍କାର ପରିଷୋଧ ହେଉଥିଲା କିନ୍ତୁ ଆଜି ଭାଜପା ସରକାରରେ ଏଠି ପ୍ରତିବର୍ଷ ପ୍ରାୟ ୧୫୦୦ କୋଟି ଟଙ୍କାର ପରିଷୋଧ ହେଉଛି । ଗୋଟିଏ ସମୟରେ ଉତ୍ତର ପ୍ରଦେଶରେ ଚିନି କଳ ଶୀଘ୍ର ବନ୍ଦ ହୋଇଯାଉଥିଲା , କିନ୍ତୁ ଭାଜପା ସରକାର ହସନପୁର କଳର କ୍ଷମତାକୁ ଦୁଇଗୁଣା କରିବା ଉପରେ କାମ କରୁଛି ଏବଂ ଅମରୋହାରେ ଇଥାନେଲ ପ୍ଲାଣ୍ଟ ମଧ୍ୟ ସ୍ଥାପନ କରିଛନ୍ତି । ଭାଜପା ସରକାର ଆମ୍ବର ବିକ୍ରି ଓ ପ୍ରୋସେସିଂ ପାଇଁ ମଧ୍ୟ କାମ କରୁଛି । ଆମ୍ବ ପ୍ରୋସେସିଂ ପାଇଁ ମ୍ୟାଙ୍ଗୋ ପ୍ୟାକ୍ ପ୍ଲାଣ୍ଟ ସ୍ଥାପନ କରାଯାଇଛି ।

ଆଦରଣୀୟ ପ୍ରଧାନମନ୍ତ୍ରୀ ଜୀ ସପା ଓ କଂଗ୍ରେସକୁ ଟାର୍ଗେଟ୍ କରି କହିଛନ୍ତି ଯେ ଉତ୍ତର ପ୍ରଦେଶ ରେ ପୁଣି ଥରେ ଦୁଇ ଯୁବରାଜଙ୍କ ଯୋଡି ଙ୍କ ଫିଲ୍ମ ର ସୁଟିଂ ଚାଲିଛି କିନ୍ତୁ ଜନତା ଏହି ଦୁଇ ଯୁବରାଜଙ୍କ ଫିଲ୍ମକୁ ପ୍ରଥମରୁ ହିଁ ଫ୍ଲପ୍ କରିସାରିଛନ୍ତି । ପ୍ରତି ଥର ସପା ଓ କଂଗ୍ରେସ ନେତା ପରିବାରବାଦ, ଭ୍ରଷ୍ଟାଚାର ଓ ତୁଷ୍ଟିକରଣର ଟୋକେଇ ଉଠାଇ ଉତ୍ତର ପ୍ରଦେଶର ଜନତାଙ୍କୁ ଭୋଟ ମାଗିବା ପାଇଁ ବାହାରିପଡନ୍ତି ଏବଂ ନିଜର ଏହି ଅଭିଯାନରେ ଏହି ଲୋକମାନେ ଆମର ବିଶ୍ୱାସ ଉପରେ ଆକ୍ରମଣ କରିବାର କୌଣସି ମଉକା ହାତଛଡା କରନ୍ତି ନାହିଁ । ସପା ସରକାର ପବିତ୍ର ଟିଗରୀ ମେଳାରେ ବାଧା ସୃଷ୍ଟି କରୁଥିଲା ଏବଂ ଅମରୋହାର କଂଗ୍ରେସ ପ୍ରାର୍ଥୀଙ୍କୁ ଭାରତ ମାତା କି ଜୟ କହିବାରେ ମଧ୍ୟ ଆପତ୍ତି କରୁଥିଲା । ଯାହାକୁ ଭାରତ ମାତାର ଜୟ ଗ୍ରହଣୀୟ ନୁହେଁ ସେ ଭାରତର ସଂସଦରେ ଶୋଭା ଦେଇ ପାରିବ ନାହିଁ । ଭୋଟ ବ୍ୟାଙ୍କର ଲୋଭୀ ସପା ଓ କଂଗ୍ରେସ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ନିମନ୍ତ୍ରଣ ଅଗ୍ରାହ୍ୟ କରିଦେଇଥିଲା । ଏହି ଲୋକମାନଙ୍କର ମନ ନିମନ୍ତ୍ରଣ ଅଗ୍ରାହ୍ୟ କରିବାରେ ମଧ୍ୟ ଭରି ନଥିଲା ଏଥିପାଇଁ ନିଜର ଭୋଟ ବ୍ୟାଙ୍କ ହାସଲ କରିବା ପାଇଁ ଏହି ଲୋକମାନେ ପ୍ରତି ଦିନ ରାମ ମନ୍ଦିର ଓ ସନାତନ ବିଶ୍ୱାସକୁ ଗାଳି ଦେଉଛନ୍ତି । ଆଜି ଏକ ଓ ସମ୍ପୂର୍ଣ୍ଣ ଦେଶ ରାମମୟ ହୋଇଛି ଏବଂ ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ଲୋକ ଖୋଲା ଖୋଲି ଭାବେ ରାମ ଭକ୍ତଙ୍କୁ କପଟି କହୁଛନ୍ତି । ଇଣ୍ଡି ମେଣ୍ଟର ନେତା ସନାତନକୁ ଘୃଣା କରୁଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ କିଛି ଦିନ ତଳେ ସେ ଦ୍ୱାରିକା ଯାଇଥିଲେ ଏବଂ ପ୍ରତ୍ନତତ୍ତ୍ୱ ବିଭାଗ ଅନୁସାରେ ସମୁଦ୍ର ଭିତରେ କୁହାଯାଉଥିବା ମୂଳ ଦ୍ୱାରିକା ସ୍ଥନାରେ ଶ୍ରଦ୍ଧା ଓ ବିଶ୍ୱାସ ସହିତ ଭଗବାଦ ଶ୍ରୀକୃଷ୍ଣଙ୍କ ପୂଜା କଲେ , ଏହା ଉପରେ ମଧ୍ୟ କଂଗ୍ରେସର ଯୁବରାଜ ରାହୁଲ ଗାନ୍ଧୀ କହିଥିଲେ ସମୁଦ୍ର ତଳେ ପୂଜା କରିବା ଯୋଗ୍ୟ କିଛି ନାହିଁ । କଂଗ୍ରେସୀ ନେତା କେବଳ ଓ କେବଳ ଭୋଟ ବ୍ୟାଙ୍କ୍ ପାଇଁ ଆମର ହଜାର ହଜାର ବର୍ଷ ପୁରୁଣା ବିଶ୍ୱାସକୁ ଏଭଳି ଭାବେ ପ୍ରତ୍ୟାଖ୍ୟାନ କରୁଛନ୍ତି । ନିଜକୁ ନିଜେ ଯଦୁବଂଶୀ କହି ଢୋଲ ପିଟୁଥିବା ନେତା , ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରିକାର ଅପମାନ କରୁଥିବା ଦଳ ସହିତ ଆଜି ମେଣ୍ଟ କରି ବସିଛନ୍ତି । ତୁଷ୍ଟିକରଣର ଏହି ଖେଳ ଉତ୍ତର ପ୍ରଦେଶକୁ ଦଙ୍ଗାର ନିଆଁରେ ଜଳାଇଥିଲା । ଉତ୍ତର ପ୍ରଦେଶର ଜନତା ଗୁଣ୍ଡାରାଜ ର ସେହି ସମୟ କେବେ ଭୁଲି ପାରିବ ନାହିଁ । ସେତେବେଳେ ପ୍ରତିଦିନ ଉତ୍ତର ପ୍ରଦେଶରେ ଦଙ୍ଗା ହେଉଥିଲା, ଲୋକଙ୍କୁ ପଳାଇବାକୁ ପଡୁଥିଲା ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ସାମ୍ମୁହିକ ଭାବେ ଘର ବିକ୍ରୀ ହେବାର ପୋଷ୍ଟର ଲାଗୁଥିଲା । ରାଜ୍ୟର ଭଉଣୀ ଓ ଝିଅମାନେ ସୁରକ୍ଷିତ ନଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶକୁ ଏଭଳି ଅପରାଧୀମାନଙ୍କ ଠାରୁ ମୁକ୍ତି ଦେଇଛନ୍ତି ଏବଂ ଉତ୍ତର ପ୍ରଦେଶର ଜନତା କୌଣସି ମୂଲ୍ୟରେ ମଧ୍ୟ ସେଭଳି ଶକ୍ତିମାନଙ୍କୁ ପୁଣି ଥରେ ମଜବୁତ ହେବାକୁ ଦେବେ ନାହିଁ ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଜୀ କହିଛନ୍ତି ଯେ ଯେତେବେଳେ ତାଙ୍କୁ ୪୦୦ ପାର ର ନାରାକୁ ସତ କରିବାକୁ ଓ କେଉଁ ରାଜ୍ୟରେ ସିଟ୍ ବଢାଇବା ବିଷୟରେ ପ୍ରଶ୍ନ କରାଯାଉଛି , ତାହେଲେ ସେ କୁହନ୍ତି ଯେ ୨୦୧୯ରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମାତ୍ର ୨ ବର୍ଷ ହିଁ କାମ କରିବାର ସୁଯୋଗ ମିଳିଥିଲା , କିନ୍ତୁ ୨୦୨୪ପର୍ଯ୍ୟନ୍ତ ୭ ବର୍ଷରେ ଶ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁଶାସନ , ଆଇନ ବ୍ୟବସ୍ଥା ଓ ବିକାଶର ଅର୍ଥ ବୁଝାଇ ଦେଇଛନ୍ତି । ଏଥିପାଇଁ ଉତ୍ତର ପ୍ରଦେଶରେ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ୨୦୧୪ ଓ ୨୦୧୯ର ରେକର୍ଡ ଭାଙ୍ଗି ନୂଆ ଇତିହାସ ରଚନା କରିବାକୁ ଯାଉଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଆଗାମୀ ୨୬ ଅପ୍ରେଲରେ ସ୍ଥାନୀୟ ପ୍ରାର୍ଥୀ ଶ୍ରୀ କୁଅଁର ସିଂହ ତମ୍ବରଙ୍କୁ ରେକର୍ଡ ମତରେ ବିଜୟୀ କରିବା, ଦେଶରେ ପୁଣି ଥରେ ବହୁମତରେ ମୋଦୀ ସରକାର ତିଆରି କରିବା ଏବଂ ଲୋକ ଲୋକ ପର୍ଯ୍ୟନ୍ତ ଭାଜପାର ବାର୍ତ୍ତା ପହଞ୍ଚାଇବାକୁ ଅପିଲ କରିଛନ୍ତି ।

ଏହି ସମ୍ବୋଧନ ଅବସରରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଜେପି ଶାସନରେ ଗତ 10ବର୍ଷରେ ଦେଶ ଓ ପୂର୍ବୋତ୍ତର ପାଇଁ କରାଯାଇଥିବା ଜନକଲ୍ୟାଣକାରୀ ଓ ବିକାଶ କାର୍ଯ୍ୟର ଉଲ୍ଲେଖ କରିଛନ୍ତି ଏବଂ କଂଗ୍ରେସ ଦ୍ୱାରା ପୂର୍ବୋତ୍ତରକୁ ଅଣଦେଖା ସମ୍ପର୍କରେ ଆଲୋଚନା କରିଛନ୍ତି ।

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଆଜି 5ଶହ ବର୍ଷର ଅପେକ୍ଷା ପରେ ଭଗବାନ ରାମ ନିଜ ଭବ୍ୟ ମନ୍ଦିରରେ ବିରାଜମାନ ହୋଇଛନ୍ତି । ଆଜି ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବ ସୂର୍ଯ୍ୟ ତିଳକ କରି ପବିତ୍ର ନଗରୀ ଅଯୋଧ୍ୟାର ରାମମନ୍ଦିରରେ ପାଳନ କରାଯାଉଛି । ଆଜି ଦେଶର ବର୍ଷ ବର୍ଷର ସାଧନା ଓ ପିଢିପିଢିର ବଳିଦାନ ସିଦ୍ଧିର ଉତ୍ସବ ପାଳନ ହେଉଛି । ଆଜି ଯେତେବେଳେ ସୂର୍ଯ୍ୟ ଦେବତା ସ୍ୱୟଂ ଭଗବାନ ରାମଙ୍କ ଜନ୍ମଦିବସ ପାଳନ କରିବାକୁ ଅଯୋଧ୍ୟା ମାଟିକୁ କିରଣ ଭାବେ ଓହ୍ଲାଇଆସିଛନ୍ତି, ପୂରା ଦେଶରେ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକଙ୍କ ଉତ୍ସାହ ଦେଖି କହିଛନ୍ତି ଯେ, ଜୁନ 4ର ଫଳାଫଳ କଣ ହେବ ତାହା ଏହି ଜନଗହଳିର ଉତ୍ସାହରୁ ସ୍ପଷ୍ଟ ହୋଇଛି, ଜୁନ 4ରେ 4ଶହ ପାର୍ । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, 2014ରେ ମୋଦି ଆସାମର ମାଟିରେ ଲୋକଙ୍କ ନିକଟରେ ଏକ ନୂଆ ଆଶା ନେଇ ଆସିଥିଲି, 2019ରେ ଯେତେବେଳେ ଆସିଲେ ସେତେବେଳେ ବିଶ୍ୱାସ ନେଇ ଆସିଥିଲି ଏବଂ ଆଜି ଆପଣଙ୍କ ସମ୍ମୁଖରେ ମୋଦିର ଗ୍ୟାରେଂଟି ନେଇ ଆସିଛି, ଯାହା ମୋଦିର ଗ୍ୟାରେଂଟି ଅର୍ଥାତ ଗ୍ୟାରେଂଟି ପୂରଣ ହେବାର ଗ୍ୟାରେଂଟି ।

ଶ୍ରୀ ମୋଦି କହିଛନ୍ତି ଯେ, ବିହୁ ଦିନ ବିଜେପି ନିଜ ସଂକଳ୍ପ ପତ୍ର ଜାରି କରିଛି । ବିଜେପି ଏକ ଏଭଳି ଦଳ ଯିଏ ସବକା ସାଥ, ସବକା ବିକାଶ ମନ୍ତ୍ରରେ ଚାଲିଥାଏ । ଏନଡିଏ ସରକାରର ଯୋଜନାରେ କୌଣସି ଭେଦଭାବ ନାହିଁ, ଏହାର ଲାଭ ସମାଜର ସବୁବର୍ଗକୁ ମିଳୁଛି । ଏବେ ଏନଡିଏ ସ୍ଥିର କରିଛି ଯେ, ଦେଶର ପ୍ରତି ନାଗରିକଙ୍କ ଠାରେ ପଂହଚି ଯେଉଁ ସୁବିଧାର ସେମାନେ ପାତ୍ର, ସେମାନଙ୍କୁ ସେହି ସୁବିଧା ପ୍ରଦାନ କରାଯିବ । ଆଗାମୀ 5ବର୍ଷରେ ଗରିବଙ୍କ ପାଇଁ ଆଉ 3କୋଟି ନୂଆ ଆବାସ ନିର୍ମାଣ କରାଯିବ, ନିଶୁଳ୍କ ରାସନ ବି ବିନା କୌଣସି ଭେଦଭାବରେ ଦିଆଯିବ । ବିଜେପି ନିଜ ସଂକଳ୍ପ ପତ୍ରରେ ଆଉ ଏକ ଘୋଷଣା କରିଛି, ଯାହାର ଲାଭ ଦେଶର ପ୍ରତିକୁ ହେବ । ମୋଦି ନିର୍ଦ୍ଧାରଣ କରିଛି ଯେ, 70 ବର୍ଷରୁ ଅଧିକ ବୟସର ପ୍ରତି ବ୍ୟକ୍ତିକୁ ଆୟୁଷ୍ମାନ ଯୋଜନା ଅଧୀନରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ।

ମାନନୀୟ ପ୍ରଧାନମନ୍ତ୍ରୀ ବିଜେପିର ଅନ୍ୟ ଯୋଜନାର ବିସ୍ତୃତ ବିବରଣୀ ଦେଇ କହିଛନ୍ତି ଯେ, ଲୋକଙ୍କ ବିଜୁଳି ବିଲ୍ ଜିରୋ ଆସିବ, ଏଥିପାଇଁ ବିଜେପି ସରକାର ଦ୍ୱାରା କମ ଦାମରେ ସୋଲାର ପ୍ୟାନେଲ ପ୍ରଦାନ କରାଯିବ, ଏହାଦ୍ୱାରା ବିଜୁଳି ବିଲ ଜିରୋ ହେବା ସହିତ ଇଲେକ୍ଟ୍ରିକ ଯାନକୁ ବି ଚାର୍ଜ କରାଯାଇପାରିବ, ଯାହାଦ୍ୱାରା ଯାତାୟତ ଖର୍ଚ୍ଚ ବି ଜିରୋ ହେବ । ଦେଶର କୋଟି କୋଟି ଭଉଣୀ ଆଜି ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଡି ହୋଇଛନ୍ତି ଏବଂ ବିଜେପି ସରକାର ଲକ୍ଷ୍ୟ ରଖିଛି ଯେ, 3କୋଟି ଭଉଣୀଙ୍କୁ ଲକ୍ଷପତି ଦିଦି କରାଯିବ । ଏବେ ଭଉଣୀମାନେ ଡ୍ରୋନ ପାଇଲଟ ହେବେ । ଏହି ନିଷ୍ପତ୍ତିର ବହୁତ ବଡ ଲାଭ ଆସାମର ଗରିବ, ଚାଷୀ, ବଂଚିତ, ଦଳିତ, ପୀଡିତ ଓ ଚା ବଗିଚା ଶ୍ରମିକଙ୍କୁ ହେବ । ଆସାମର ପ୍ରସିଦ୍ଧ ଅସମିୟା ଖାର ଭାତ କଥା ଉଠାଇ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିଜେପି ସରକାର ଆସାମର ଚାଷୀଙ୍କ ପାଇଁ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଆସାମର ଚାଷୀଙ୍କୁ ପିଏମ କିଷାନ ସମ୍ମାନ ନିଧି ଅଧୀନରେ 5400 କୋଟି ଟଙ୍କାରୁ ଅଧିକ ମିଳିଛି ଏବଂ ଆଗକୁ ବି ଏହି ଯୋଜନାର ଲାଭ ବିନା କୌଣସି ଭେଦଭାବରେ ମିଳିବ ।

ଶ୍ରୀ ମୋଦି କହିଛନ୍ତି ଯେ, ଆଜି ପୂରା ଦେଶରେ ମୋଦିର ଗ୍ୟାରେଂଟି ଚାଲୁଛି ଏବଂ ପୂରା ପୂର୍ବୋତ୍ତର ମୋଦି ଗ୍ୟାରେଂଟିର ସାକ୍ଷୀ ଅଟେ । ଯେଉଁ ପୂର୍ବୋତ୍ତରକୁ କଂଗ୍ରେସ ସରକାର କେବଳ ସମସ୍ୟା ଦେଇଥିଲା, ତାକୁ ବିଜେପି ସୁଯୋଗର ସ୍ରୋତ ବନାଇଛି । କଂଗ୍ରେସ ବିଚ୍ଛିନ୍ନତାବାଦକୁ ପ୍ରୋତ୍ସାହନ ଦେଇଥିଲା କିନ୍ତୁ ମୋଦି ପୂର୍ବୋତ୍ତରକୁ ଆଲିଙ୍ଗନ କରିବାର କାମ କରି ଶାନ୍ତି-ସୁରକ୍ଷା ପାଇଁ ଉଦ୍ୟମ କରିଛନ୍ତି । ଯାହା କଂଗ୍ରେସ 60ବର୍ଷରେ କରିପାରିନି, ତାହା ବିଜେପି 10ବର୍ଷରେ କରିକି ଦେଖାଇଛି କାରଣ ମୋଦି ପାଇଁ ଲୋକଙ୍କ ସ୍ୱପ୍ନ ସଂକଳ୍ପ ଅଟେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande