ନର୍ଲା ରୁ ଭକ୍ତ ଚରଣ ଦାସ ଓ ପୁଅ ସାଗର ଚରଣ ଦାସ ଭବାନୀପାଟଣା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ
ଭବାନୀପାଟଣା 24ଏପ୍ରିଲ (ହିଁ. ସ )ଆଜି କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା, ନର୍ଲା, ଧର୍ମଗଡ଼, ଲାଞ୍ଜିଗଡ, ଜୁନାଗଡ଼ ରୁ
ନର୍ଲା ରୁ ଭକ୍ତ ଚରଣ ଦାସ ଓ ପୁଅ ସାଗର ଚରଣ ଦାସ ଭବାନୀପାଟଣା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ


ଭବାନୀପାଟଣା 24ଏପ୍ରିଲ (ହିଁ. ସ )ଆଜି କଳାହାଣ୍ଡି ଜିଲ୍ଲା ର ଭବାନୀପାଟଣା, ନର୍ଲା, ଧର୍ମଗଡ଼, ଲାଞ୍ଜିଗଡ, ଜୁନାଗଡ଼ ରୁ 2024ନିର୍ବାଚନ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, ଏମ ପି ପାଇଁ ଉମାକାନ୍ତ ତାଣ୍ଡି ସ୍ୱାଧୀନ, ଦ୍ରୋପଦୀ ମାଝୀ ଜାତୀୟ କଂଗ୍ରେସ, ହିମାଂଶୁ ତ୍ରିପାଠୀ ସମୃଦ୍ଧି ଓଡିଶା ଦଳ ରୁ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ବେଳେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପାଇଁ ସାଗର ଚରଣ ଦାସ ଜାତୀୟ କଂଗ୍ରେସ, ରମେଶ ନାଏକ (ଏ. ଏ. ପି ), ମହେନ୍ଦ୍ର ଧଙ୍ଗ ଡା ମାଝୀ ସ୍ୱାଧୀନ, ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ରଶ୍ମି ରେଖା ରାଉତ, କଂଗ୍ରେସ, ସୁଧୀର ରଂଜନ ପଟ୍ଟଯୋଶୀ, ବି ଜେ ପି ଦଳ, ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ମନୋଜ କୁମାର ମେହେର ବି ଜେ ପି, ରବି ହରିଜନଓଡିଶା ଜନତା ପାର୍ଟି, ଲାଞ୍ଜିଗଡ ନିର୍ବାଚନ ପାଇଁ ରମେଶ ଚନ୍ଦ୍ର ମାଝୀ ବି ଜେ ପି, ବଳଭଦ୍ର ମାଝୀ କଂଗ୍ରେସ ରୁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି,. ସେହିଭଳି ପୂର୍ବତନ ରେଳ ମନ୍ତ୍ରୀ ତଥା ଓଡିଶା ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ କଂଗ୍ରେସ ଦଳରୁ ପ୍ରାର୍ଥୀ ପତ୍ର ପ୍ରଦାନ କରିଛନ୍ତି, ପୁଣି ଏହି ନିର୍ବାଚନ ପାଇଁ ଏ ଏ ପି ଦଳ ରୁ ପୃଥ୍ୱୀରାଜ ଛତ୍ରିଆ ପ୍ରାର୍ଥୀ ପତ୍ର ଦାଖଲ କରିଥିବା . ଦେଖିବାର କଥା ଯେ ବାପା ଭକ୍ତ ଚରଣ ଦାସ ନର୍ଲା ନିର୍ବାଚନ ରେ ପ୍ରାର୍ଥୀ ଦେଇ ଥିବା ବେଳେ ପୁଅ ସାଗର ଚରଣ ଦାସ ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ର ପ୍ରାର୍ଥୀଦେଇ ଛନ୍ତି.ଦେଖିବାର କଥା କଳାହାଣ୍ଡି ରାଜ ନୀତି କେତେ ସର ଗରମ ହେଉଛି.

ହିନ୍ଦୁସ୍ଥାନ ସମାଚାର /ଜୟକୃଷ୍ଣ/ବନ୍ଦନା


 rajesh pande