ପ୍ରଜାପିତା ବ୍ରହ୍ମାଙ୍କ ଜୀବନ ଉପରେ ନିର୍ମିତ ଚଳଚ୍ଚିତ୍ର ''ଦି ଲାଇଟ୍'' ଏବେ ସମ୍ବଲପୁରରେ
ସମ୍ବଲପୁର, ଏପ୍ରିଲ ୨୬(ହି.ସ) ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶୁଭାରମ୍ଭ ୧୯୩୬ ମସିହାରେ ସିନ୍
bramhanka jibani the light ebe sambalpur re


ସମ୍ବଲପୁର, ଏପ୍ରିଲ ୨୬(ହି.ସ)

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟର ଶୁଭାରମ୍ଭ ୧୯୩୬ ମସିହାରେ ସିନ୍ଧ ପ୍ରଦେଶରେ ହୋଇଥିଲା । ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଏହା ଏବେ ବିଶ୍ବର ୧୪୦ଟି ଦେଶରେ କାୟା ବିସ୍ତାର କରିପାରିଛି । ଏକ ମାତ୍ର ଏହି ଆଧ୍ୟାତ୍ମିକ ଅନୁଷ୍ଠାନର ପ୍ରଶାସନିକ ଦାୟିତ୍ଵ କେବଳ ନାରୀମାନଙ୍କ ହାତରେ ରହିଛି। ଏକ ଶାନ୍ତିପୂର୍ଣ୍ଣ ସୁସ୍ଥ ସମାଜ ଗଠନ ଦିଗରେ ଏହାର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ । ଏହି ଅନୁଷ୍ଠାନର ପ୍ରତିଷ୍ଠାତା ପ୍ରଜାପିତା ବ୍ରହ୍ମା ଓ ତାଙ୍କର ଦିବ୍ୟ ଫରିସ୍ତା ମାନଙ୍କ ଜୀବନ କାହାଣୀ ତଥା ଜଟିଳ ପରିସ୍ଥିତିର ଦୃଶ୍ୟ ଉପରେ ଦି ଲାଇଟ୍ ନାମକ ଏକ ଆକର୍ଷଣୀୟ ଚଳଚ୍ଚିତ୍ର ନିର୍ମିତ ହୋଇଅଛି । ଏହି ଚଳଚ୍ଚିତ୍ର ଆଗାମୀ ଏପ୍ରିଲ ୨୮ ତାରିଖରୁ ମେଂ ମାସ ୪ ତାରିଖ ପର୍ଯ୍ଯନ୍ତ ପ୍ରତ୍ୟହ ଅପରାହ୍ନ ୩.୪୫ ରୁ ୫.୪୫ ପର୍ଯ୍ୟନ୍ତ ସମ୍ବଲପୁର ସିଟି ସେଣ୍ଟର ମଲ ସ୍ଥିତ ଆଇଲେକ୍ସ''ରେ ପ୍ରଦର୍ଶିତ ହେବ। ଏହାର ପ୍ରବେଶିକା ଟିକଟ କେବଳ ବ୍ରହ୍ମାକୁମାରୀଜ୍ ର ସମ୍ବଲପୁର ଉପକ୍ଷେତ୍ରୀୟ ମୁଖ୍ୟାଳୟ - ଶିବ ଦର୍ଶନ ଭବନ, ଦାନିବନ୍ଧଠାରୁ ମିଳିପାରିବ । ଆଧ୍ୟାତ୍ମିକ ଦିବ୍ୟଜ୍ଞାନ ଆହରଣର ଏହି ସୁବର୍ଣ୍ଣ ସୁଯୋଗ ପ୍ରାପ୍ତ କରିବା ପାଇଁ ସମସ୍ତଙ୍କୁ ବ୍ରହ୍ମା କୁମାରୀ ସଙ୍ଘ ପକ୍ଷରୁ ରାଜଯୋଗିନୀ ବ୍ରହ୍ମାକୁମାରୀ ପାର୍ବତୀ, ଉପକ୍ଷେତ୍ର ନିର୍ଦ୍ଦେଶିକା, ବ୍ରହ୍ମା କୁମାରୀଜ୍ ହାର୍ଦ୍ଦିକ ନିମନ୍ତ୍ରଣ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ /ବନ୍ଦନା


 rajesh pande