ହମାସ ର ବନ୍ଧକଙ୍କୁ ମୁକ୍ତ କରିବା ଦାବି ନେଇ ଇସ୍ରାଇଲରେ ବିକ୍ଷୋଭ ପ୍ରଦର୍ଶନ : ପ୍ରଥମ ଦିନ ଯୁଦ୍ଧ ବିରତି କଥାବାର୍ତା ନିଷ୍ଫଳ ରହିବା ପରେ ଦ୍ବିତୀୟ ଦିନରେ ଜାରି
ତେଲ ଅବିବ, ୫ ମଇ (ହି.ସ.)- ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଇଲ ନାଗରିକ ମାନଙ୍କୁ ମୁକ୍
ହମାସ ର ବନ୍ଧକଙ୍କୁ ମୁକ୍ତ କରିବା ଦାବି ନେଇ ଇସ୍ରାଇଲରେ ବିକ୍ଷୋଭ ପ୍ରଦର୍ଶନ : ପ୍ରଥମ ଦିନ ଯୁଦ୍ଧ ବିରତି କଥାବାର୍ତା ନିଷ୍ଫଳ ରହିବା ପରେ ଦ୍ବିତୀୟ ଦିନରେ ଜାରି


ତେଲ ଅବିବ, ୫ ମଇ (ହି.ସ.)- ହମାସ ଆତଙ୍କବାଦୀଙ୍କ ପକ୍ଷରୁ ଗାଜାରେ ବନ୍ଧକ ରଖାଯାଇଥିବା ଇସ୍ରାଇଲ ନାଗରିକ ମାନଙ୍କୁ ମୁକ୍ତ କରିବା ଦାବି ନେଇ ଶନିବାର ବିଳମ୍ବିତ ରାତିରେ ଇସ୍ରାଇଲରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଦର୍ଶନକାରୀ ମାନେ ଦେଶର ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁଙ୍କ ଉପରେ ଦେଶକୁ ଯୁଦ୍ଧର ନିଆଁରେ ପକାଇବା ନେଇ ଅଭିଯୋଗ ଆଣିଛନ୍ତି ।

ଏହି ପ୍ରଦର୍ଶନ ସେତେବେଳେ ହେଉଛି ଯେତେବେଳେ କି ଶନିବାର କୋହିରାରେ ମିଶର ଏବଂ କତର ର ମଧ୍ୟସ୍ଥତାରେ ଗାଜାରେ ଯୁଦ୍ଧ ବିରତିକୁ ନେଇ ବୁଝାମଣା କଥାବାର୍ତା ଆରମ୍ଭ ହୋଇଛି । ପ୍ରଥମ ଦିନ ଏହି ବୁଝାମଣା ନିଷ୍ଫଳ ହୋଇଥିବା ବେଳେ ରବିବାର ମଧ୍ୟ ବୁଝାମଣା କଥାବାର୍ତା ଜାରି ରହିବ । ଏହି କଥାବାର୍ତା ବେଳେ ହମାସ ର ପ୍ରତିନିଧି ମଧ୍ୟ ସାମିଲ୍ ରହିବେ । ବୁଝାମଣା ବାର୍ତାରେ ଇସ୍ରାଇଲ ନିଜ ବନ୍ଧକ ମାନଙ୍କୁ ମୁକ୍ତ କରିବା ବଦଳରେ ୪୦ ଦିନର ଯୁଦ୍ଧ ବିରତି ନେଇ ପ୍ରସ୍ତାବ ରଖିଛି । ଏହି ସମୟ ମଧୟରେ ଇସ୍ରାଇଲ ମଧ୍ୟ ଫିଲିସ୍ତିନୀ ବନ୍ଧକ ମାନଙ୍କୁ ମୁକ୍ତ କରିବ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande