ବେଲୁଚିସ୍ତାନରେ ବାରୁଦି ସୁଡଙ୍ଗ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, 17 ଗୁରୁତର
କରାଚୀ, 3 ମଇ (ହି.ସ.)- ପାକିସ୍ତାନରେ ଅଶାନ୍ତ ବେଲୁଚିସ୍ତାନ ଅଂଚଳରେ ଗୁରୁବାର ଦୁଇଟି ବାରୁଦୀ ସୁଡଙ୍ଗରେ ବିସ୍ଫୋରଣ ଯ
ବେଲୁଚିସ୍ତାନରେ ବାରୁଦି ସୁଡଙ୍ଗ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, 17 ଗୁରୁତର


କରାଚୀ, 3 ମଇ (ହି.ସ.)- ପାକିସ୍ତାନରେ ଅଶାନ୍ତ ବେଲୁଚିସ୍ତାନ ଅଂଚଳରେ ଗୁରୁବାର ଦୁଇଟି ବାରୁଦୀ ସୁଡଙ୍ଗରେ ବିସ୍ଫୋରଣ ଯୋଗୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 17ଜଣ ଗୁରୁତର ହୋଇଛନ୍ତି । ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଦୁକ୍କି ଜିଲ୍ଲାରେ ହୋଇଥିବା ବିସ୍ଫୋରଣର ଶବ୍ଦ ପୂରା ସହରରେ ଶୁଣିବାକୁ ମିଳିଥିଲା, ଯାହାକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି । କୋଇଲା ବୋଝେଇ ଟ୍ରକ ବିସ୍ଫୋଟକ ଉପକରଣ ଉପରେ ଚଢିଯିବା କାରଣରୁ ଏହି ବିସ୍ଫୋରଣ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande