ନେପାଳର ବିକାଶରେ ଭାରତର ଯୋଗଦାନ ଅତୁଳନୀୟ - ପିୟୂଷ ଗୋୟଲ
କାଠମାଣ୍ଡୁ, ୨୮ ଅପ୍ରେଲ (ହି.ସ.)- ଭାରତ ସରକାରଙ୍କ ଉଦ୍ୟୋଗ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ନେପାଳ ଇନଭେଷ୍ଟମେ
ନେପାଳର ବିକାଶରେ ଭାରତର ଯୋଗଦାନ ଅତୁଳନୀୟ - ପିୟୂଷ ଗୋୟଲ


କାଠମାଣ୍ଡୁ, ୨୮ ଅପ୍ରେଲ (ହି.ସ.)- ଭାରତ ସରକାରଙ୍କ ଉଦ୍ୟୋଗ ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ ରବିବାର ନେପାଳ ଇନଭେଷ୍ଟମେଂଟ ସମିଟ୍ -୨୦୨୪କୁ ଭର୍ଚୁଆଲ ସମ୍ବୋଧନ କରି କହିଥିଲେ ଯେ, ନେପାଳର ବିକାଶ ପାଇଁ ଭାରତ ସର୍ବଦା ତତ୍ପର ରହିଥାଏ । ଭାରତ ସରକାର ନେବରହୁଡ ଫାଷ୍ଟ ପଲିସି ଅନୁଯାୟୀ, ସର୍ବଦା ନିଜର ପଡ଼ୋଶୀ ଦେଶର ସମସ୍ତ ସୁଖ ଦୁଃଖରେ ସାମିଲ୍ ହେବା ସହିତ ସେମାନଙ୍କର ବିକାଶରେ ଭାଗୀଦାର ହୋଇଥାଏ ।

ମନ୍ତ୍ରୀ ଶ୍ରୀ ଗୋୟଲ ଭିଡ଼ିଓ କନଫରେନ୍ସ ଜରିଆରେ ଇନଭେଷ୍ଟମେଂଟ ସମିଟ୍ ର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ, ନେପାଳ ହେଉଛି ଭାରତର ସବୁଠୁ ନିକଟ ପଡ଼ୋଶୀ ଦେଶ । ଯାହା ସହିତ ଆମେ ନା କେବଳ ଖୋଲା ସୀମା ସହିତ ଯୋଡି ହୋଇଛେ ବରଂ ବହୁ ପୁରାତନ ସଭ୍ୟତା ଏବଂ ସଂସ୍କୃତି ସହିତ ମଧ୍ୟ ଯୋଡି ହୋଇଛେ । ମନ୍ତ୍ରୀ ଶ୍ରୀ ଗୋୟଲ କହିଥିଲେ ଯେ, ନେପାଳର ବିକାଶରେ ଆମେ ସର୍ବଦା ସଚ୍ଚୋଟ ଏବଂ ବିଶ୍ଵାସନୀୟ ମିତ୍ର ସଦୃଶ ରହିଛୁ ।

ହିନ୍ଦୁସ୍ଥାନ ସମାଚାର/ପ୍ରଦୀପ୍ତ/ସମନ୍ୱୟ


 rajesh pande