ମଣିପୁରରେ କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ସିଆରପିଏଫର ଦୁଇ ଯବାନ ସହିଦ
ଇମ୍ଫାଲ, 27 ଏପ୍ରିଲ (ହି.ସ.)- ମଣିପୁରର ନାରାନସେନା ଅଂଚଳରେ ବିଳମ୍ବିତ ରାତିରେ 2.15 ମିନିଟ ସମୟରେ ମଧ୍ୟ କୁକି ଉଗ୍ରବ
ମଣିପୁରରେ କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ସିଆରପିଏଫର ଦୁଇ ଯବାନ ସହିଦ


ଇମ୍ଫାଲ, 27 ଏପ୍ରିଲ (ହି.ସ.)- ମଣିପୁରର ନାରାନସେନା ଅଂଚଳରେ ବିଳମ୍ବିତ ରାତିରେ 2.15 ମିନିଟ ସମୟରେ ମଧ୍ୟ କୁକି ଉଗ୍ରବାଦୀର ଆକ୍ରମଣରେ ସିଆରପିଏଫର ଦୁଇ ଯବାନ ସହିଦ ହୋଇଛନ୍ତି । 128ତମ ବାଟାଲିୟନର ଦୁଇ ଯବାନ ରାଜ୍ୟର ବିଷ୍ଣୁପୁର ଜିଲ୍ଲାର ନାରାନସେନା ଅଂଚଳରେ ମୁତୟନ ଥିଲେ । ମଣିପୁର ପୋଲିସ ଏହି ସୂଚନା ଦେଇଛି ।

ମଣିପୁର ପୋଲିସର ଏକ୍ସ ହ୍ୟାଣ୍ଡେଲ ଅନୁସାରେ, ସୁରକ୍ଷାବଳ ପାହାଡିଆ ଓ ଘାଟି ଜିଲ୍ଲାର ସାମନ୍ତ ଓ ସମ୍ବେଦନଶୀଳ ଅଂଚଳରେ ତଲାସୀ ଅଭିଯାନ ଆରମ୍ଭ କରିଛନ୍ତି । ଏନଏଚ-2ରେ ଗାଡିଗୁଡିକର ତଲାସୀ ନିଆଯାଉଛି । ସମସ୍ତ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande