ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ଓ ଗୋଆରେ ପ୍ରଚାର କରିବେ ପିଏମ ମୋଦି
ନୂଆଦିଲ୍ଲୀ, 27 ଏପ୍ରିଲ (ହି.ସ.)- ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଓ ଗ
ଆଜି ସନ୍ଧ୍ୟାରେ ମହାରାଷ୍ଟ୍ର ଓ ଗୋଆରେ ପ୍ରଚାର କରିବେ ପିଏମ ମୋଦି


ନୂଆଦିଲ୍ଲୀ, 27 ଏପ୍ରିଲ (ହି.ସ.)- ବିଜେପିର ଶୀର୍ଷ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାରାଷ୍ଟ୍ର ଓ ଗୋଆରେ ପ୍ରଚାର କରିବେ । ସେ ଦୁଇଟି ରାଜ୍ୟରେ ସନ୍ଧ୍ୟାରେ ଜନସଭାକୁ ସମ୍ବୋଧିତ କରିବେ । ବିଜେପି ନିଜ ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦିଙ୍କ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଛି ।

ବିଜେପି ଏକ୍ସ ହ୍ୟାଣ୍ଡେଲ ଅନୁସାରେ, ପିଏମ ମୋଦି ମହାରାଷ୍ଟ୍ରର କୋହ୍ଲାପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଏହାପରେ ସେ ଗୋଆର ଦକ୍ଷିଣ ଗୋଆ ଯିବେ । ଦକ୍ଷିଣ ଗୋଆରେ ସନ୍ଧ୍ୟା 7ଟା ବେଳେ ସେ ଜନସଭାକୁ ସମ୍ବୋଧିତ କରିବେ ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande