ଋଷ ଉପରେ 53 ଡ୍ରୋନରେ ୟୁକ୍ରେନର ଆକ୍ରମଣଏବେ ସୁଦ୍ଧା ସବୁଠୁ ବଡ ଏୟାର ଷ୍ଟ୍ରାଇକ୍
କିଭ୍, 6 ଏପ୍ରିଲ (ହି.ସ.) - ଋଷ ଓ ୟୁକ୍ରେନ ମଧ୍ୟରେ 2ବର୍ଷ ହେବ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଋଷ ଉପରେ ୟୁକ୍ରେ
ଋଷ ଉପରେ 53 ଡ୍ରୋନରେ ୟୁକ୍ରେନର ଆକ୍ରମଣଏବେ ସୁଦ୍ଧା ସବୁଠୁ ବଡ ଏୟାର ଷ୍ଟ୍ରାଇକ୍


କିଭ୍, 6 ଏପ୍ରିଲ (ହି.ସ.) - ଋଷ ଓ ୟୁକ୍ରେନ ମଧ୍ୟରେ 2ବର୍ଷ ହେବ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ଋଷ ଉପରେ ୟୁକ୍ରେନ ଏବେ ସୁଦ୍ଧା ସବୁଠୁ ବଡ ଆକ୍ରମଣ କରିଛି । ଋଷ ସୀମାର ରୋସ୍ତୋଭ ଅଂଚଳରେ 53 ଡ୍ରୋନରେ ଆକ୍ରମଣ କରିଛି ୟୁକ୍ରେନ । ଯାହାକି ଏବେ ସୁଦ୍ଧା ସବୁଠୁ ବଡ ଏୟାର ଷ୍ଟ୍ରାଇକ୍ ବୋଲି ମନେ କରାଯାଉଛି । ଅନ୍ୟପଟେ ଗୁରୁବାର ଋଷ ୟୁକ୍ରେନର ଖାର୍କିଭ ଉପରେ ଡ୍ରୋନ ଆକ୍ରମଣ କରିଛି । ଏହି ଆକ୍ରମଣରେ 4ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଋଷ ସେନା ସମସ୍ତ ଡ୍ରୋନକୁ ମାରି ଖସାଇ ଦେଇଥିବା ଦାବି କରିଛି । ଏଥିରେ 44ଟି ଡ୍ରୋନକୁ ମୋରୋଜୋସ୍କିରେ ମାରି ଖସାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ବନ୍ଦନା


 rajesh pande