ବିଜେଡ଼ିରେ ଯୋଗଦେଲେ କଂଟାମାଳର ଶତାଧିକ ବିଜେପି ଓ କଂଗ୍ରେସ ନେତା
ଭୁବନେଶ୍ୱର , ୦୮ ଏପ୍ରିଲ -ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଂଟାମାଳ ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସ
ବିଜେଡ଼ିରେ ଯୋଗଦେଲେ କଂଟାମାଳର ଶତାଧିକ ବିଜେପି ଓ କଂଗ୍ରେସ ନେତା


ଭୁବନେଶ୍ୱର , ୦୮ ଏପ୍ରିଲ -ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଂଟାମାଳ ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ସୋମବାର ଶଙ୍ଖଭବନ ଠାରେ କନ୍ଧମାଳ ଲୋକସଭା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, କଂଟାମାଳ ବିଧାୟକ ମହିଧର ରଣା, ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ଅମରେଶ ଜେନାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ କର୍ମୀ ଡକ୍ଟର ସାମନ୍ତ, ଶ୍ରୀ ରଣା, ଡକ୍ଟର ପାତ୍ର ଓ ଶ୍ରୀ ଜେନା ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଡକ୍ଟର ସାମନ୍ତ, ଶ୍ରୀ ରଣା, ଡକ୍ଟର ପାତ୍ର ଓ ଶ୍ରୀ ଜେନା କହିଥିଲେ ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ସମସ୍ତ ବିଜେପି ଓ କଂଗ୍ରେସ ନେତାମାନେ ପ୍ରତିକ୍ରିୟାରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲୁ । ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଆମକୁ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବୁ ।

ଏହି ମିଶ୍ରଣ ପର୍ବରେ ଯୁବ ଓକିଲ ଭାଗ୍ୟରଥି ମଲ୍ଲିକ, ଆମ୍ ଆଦମୀ ପାର୍ଟିର ବୌଦ୍ଧ ଜିଲ୍ଲା ସଂଯୋଜକ ଆଶିଶ ଘିବିଲା, ପୂର୍ବତନ ସମବାୟ ସଭାପତି ଓ ଶଗଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଅଭିମନ୍ୟୁ ନାୟକ, ପୂର୍ବତନ ସମବାୟ ନିର୍ଦ୍ଦେଶକ ଓ ଅଇଁଲାପାଲି ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ପ୍ରସନ୍ନ ବକ୍ସି, ଭାରତୀୟ ଜନତା ପାର୍ଟିର ପୂର୍ବତନ ବାଉଁଶୁଣି ମଣ୍ଡଳ ସାଧାରଣ ସମ୍ପାଦକ ଦାମୋଦର ମିଶ୍ର, ଭାରତୀୟ ଜନତା ପାର୍ଟିର ବାଉଁଶୁଣି ମଣ୍ଡଳ ଯୁବମୋର୍ଚ୍ଚା ସମ୍ପାଦକ ସତ୍ୟନାରାୟଣ ଡାଙ୍ଗ, ପଦ୍ମନାଭ ପ୍ରଧାନ, ନିରଞ୍ଜନ ଦେହୁରୀ, ଶଙ୍କର ସେଠି, ଲିଜା ସିଂ, ନନ୍ଦନ ସିଂ, ବାବୁଲୁ ପ୍ରଧାନ, ରୋହିତ ମଲ୍ଲିକ, ଲକ୍ଷ୍ମଣ ସାହୁ, ବିଘ୍ନରାଜ ନାଏକ, ସୁମନ୍ତ ମଲ୍ଲିକ, ମହନ କର୍ଣ୍ଣ, ସୁଦର୍ଶନ ଭୋଇ, ଅନ୍ତ ପ୍ରଧାନ, ସୁଶାନ୍ତ ମଲ୍ଲିକ, ପୂର୍ଣ୍ଣ କର୍ଣ୍ଣ, ସୁଦାମ ପାଣ୍ଡେ, ଦୁର୍ଯ୍ୟୋଧନ କୁମ୍ଭାର, ମହେଶ୍ୱର ପ୍ରଧାନଙ୍କ ସହ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ । ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବନ୍ଦନା/ସମନ୍ୱୟ


 rajesh pande