ଭୂକମ୍ପ ଝଟ୍କାରେ ଆମେରିକାରେ ଦୋହଲିଲା ବିଲ୍ଡିଂ
ୱାଂଶିଟନ, 6 ଏପ୍ରିଲ (ହି.ସ.) -ପୂର୍ବୋତ୍ତର ସଂଯୁକ୍ତ ରାଜ୍ୟ ଆମେରିକାର କିଛି ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛ
ଭୂକମ୍ପ ଝଟ୍କାରେ ଆମେରିକାରେ ଦୋହଲିଲା ବିଲ୍ଡିଂ


ୱାଂଶିଟନ, 6 ଏପ୍ରିଲ (ହି.ସ.) -ପୂର୍ବୋତ୍ତର ସଂଯୁକ୍ତ ରାଜ୍ୟ ଆମେରିକାର କିଛି ସ୍ଥାନରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ ଅଂଚଳର ବଡ ବଡ ବିଲ୍ଡିଂ ଦୋହଲିଯାଇଛି । ଭୂକମ୍ପ ଅନୁଭୂତ ହେବା ମାତ୍ରେ ଲୋକେ ଘରୁ ଓ କାରରୁ ବାହାରକୁ ବାହାରି ଆସିଥିଲେ ।

ୟୁନାଇଟେଡ ଷ୍ଟେଟସ ଜିଓଲୋଜିକାଲ ସର୍ଭେ ଶୁକ୍ରବାର ସକାଳ 10.23 ମିନିଟ ସମୟରେ ଆସିଥିବା ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 4.8 ବୋଲି କହିଛି । ସୂଚନା ଅନୁସାରେ ପୂର୍ବୋତ୍ତର ମିଳିତ ରାଷ୍ଟ୍ର ଆମେରିକାରେ ଏହି ଝଟକା ଫିଲାଡେଲ୍ଫିୟାରୁ ବୋଷ୍ଟନ ମଧ୍ୟରେ ଅନୁଭୂତ ହୋଇଛି । ଭୂକମ୍ପ ଯୋଗୁ ବଡ ବଡ ବିଲ୍ଡିଂ ଦୋହଲିବାକୁ ଲାଗିଥିଲା । ଭୂକମ୍ପର କେନ୍ଦ୍ର ପ୍ରାୟ 40 ମାଇଲ ପଶ୍ଚିମରେ ହ୍ୱାଇଟ ହାଉସ ଷ୍ଟେସନ, ନ୍ୟୁଜର୍ସି ନିକଟରେ ଥିଲା ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା/ସମନ୍ୱୟ


 rajesh pande