ଇମ୍ରାନ ଖାନଙ୍କୁ ମିଳୁଥିବା ସୁବିଧା ପ୍ରତ୍ୟାହାର ଦାବି ଉପରେ ଅଦିୟାଲା ଜେଲ୍ ପ୍ରଶାସନ ମୁହଁ ଖୋଲିଲା
ରାଓଲପିଣ୍ଡି, ୩୦ ଅଗଷ୍ଟ (ହି.ସ.)- ଅଦିୟାଲା ଜେଲ୍ (ସେଂଟ୍ରାଲ ଜେଲ୍ ରାଓଲପିଣ୍ଡି) ପ୍ରଶାସନ ଆଜି ପାକିସ୍ତାନ ତହରିକ-ଏ-ଇନସାଫ (ପି.ଟି.ଆଇ.)ର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମିଳୁଥିବା ସୁବିଧାକୁ ପ୍ରତ୍ୟାହାର କରିବା ଦାବି ଉପରେ ମୁହଁ ଖ
ଇମ୍ରାନ ଖାନଙ୍କୁ ମିଳୁଥିବା ସୁବିଧା ପ୍ରତ୍ୟାହାର ଦାବି ଉପରେ ଅଦିୟାଲା ଜେଲ୍ ପ୍ରଶାସନ ମୁହଁ ଖୋଲିଲା


ରାଓଲପିଣ୍ଡି, ୩୦ ଅଗଷ୍ଟ (ହି.ସ.)- ଅଦିୟାଲା ଜେଲ୍ (ସେଂଟ୍ରାଲ ଜେଲ୍ ରାଓଲପିଣ୍ଡି) ପ୍ରଶାସନ ଆଜି ପାକିସ୍ତାନ ତହରିକ-ଏ-ଇନସାଫ (ପି.ଟି.ଆଇ.)ର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ମିଳୁଥିବା ସୁବିଧାକୁ ପ୍ରତ୍ୟାହାର କରିବା ଦାବି ଉପରେ ମୁହଁ ଖୋଲିଛି । ଜେଲ୍ ଅଧିକ୍ଷକ ଜେଲ୍ ମାନୁଆଲ୍ ଅନୁସାରେ ସମୁଚିତ ସୁବିଧା ଉପଲବ୍ଧ ହେବା କଥା କହିବା ସହ ଏଭଳି ଦାବିକୁ ସମ୍ପୂର୍ଣ୍ଣ ରୂପେ ଖାରଜ କରିଛନ୍ତି ।

ଜିୟୋ ନ୍ୟୁଜ୍ ର ରିପୋର୍ଟ ଅନୁସାରେ ଅଦିୟାଲା ଜେଲ୍ ପ୍ରଶାସନକୁ ଏହି ସଫାଇ ପିଟିଆଇ ସିନେଟର ମହମ୍ମଦ ଅଲ୍ଲୀ ଖାନ୍ ସୈଫଙ୍କ ଦାବି ଉପରେ ଦେବାକୁ ପଡିଥିଲା । ସୈଫ ମିଡ଼ିଆକୁ କହିଥିଲେ ଯେ, ତାଙ୍କ ନେତାଙ୍କୁ ଜେଲ୍ ରେ ସୁବିଧାରୁ ବଂଚିତ କରାଯାଉଛି । ସେ କାରାଗାରରେ ଇମ୍ରାନ ଖାନଙ୍କୁ ଭେଟିବା ସମୟରେ ସେ ଅନୁଭବ କରିଥିଲେ ଯେ, ଇମ୍ରାନଙ୍କୁ ସେଠାରେ ସଙ୍କଟର ସାମ୍ନା କରିବାକୁ ପଡୁଛି । ହେଲେ ଅଦିୟାଲା ଜେଲ୍ ଅଧିକ୍ଷକ କହିଛନ୍ତି ଯେ, ଇମ୍ରାନ ଖାନ ଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande