କାଠ ଚୋରା ଚାଲାଣ ୩ ଗିରଫ
ମୁଖୀଗୁଡା,୩୦ଅଗଷ୍ଟ(ହି.ସ)ଆଜି ବାନେର ମା ଡୋକରି ପୀଠ ପରିସରରେ ଥିବା ଜଙ୍ଗଲରୁ ଜଙ୍ଗଲ ବିଭାଗର ବିନା ଅନୁମତି ମୂଲ୍ୟବାନ ଗଛକାଟି ଚାଲାଣ କରାଯାଉଥିବାବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଟ୍ରକ ଡ୍ରାଇଭର ଛତିଶଗଡ଼ ରାଜ୍ୟ ଗରିୟାବନ୍ଦ ଜିଲ୍ଲ
କାଠ ଚୋରା ଚାଲାଣ ୩ ଗିରଫ


ମୁଖୀଗୁଡା,୩୦ଅଗଷ୍ଟ(ହି.ସ)ଆଜି ବାନେର ମା ଡୋକରି ପୀଠ ପରିସରରେ ଥିବା ଜଙ୍ଗଲରୁ ଜଙ୍ଗଲ ବିଭାଗର ବିନା ଅନୁମତି ମୂଲ୍ୟବାନ ଗଛକାଟି ଚାଲାଣ କରାଯାଉଥିବାବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନେ ହେଲେ ଟ୍ରକ ଡ୍ରାଇଭର ଛତିଶଗଡ଼ ରାଜ୍ୟ ଗରିୟାବନ୍ଦ ଜିଲ୍ଲା ଗୌରଘାଟ ଗାଁର ମହେଶ କୁମାର ନଗେଶ(୨୩) , ହେଲ୍ପର ଛତିଶଗଡ଼ ରାଜ୍ୟ ଗରିୟାବନ୍ଧ ଜିଲ୍ଲା କୋଇବା ଗାଁର ତିକମ ଓଟି(୧୯) ଓ କାଠ ବେପାରୀ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ତେନ୍ତୁଳିଖୁଣ୍ଟି ଗାଁର ରାମକୃଷ୍ଣ ପଟେଲ(୫୫) ।ସୂଚନା ଅନୁଯାୟୀ ଗତ ତିନି ହେଲା କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବାନେର ଡୋକରି ପୀଠ ଜଙ୍ଗଲରେ ଥିବା ବଡ଼ବଡ଼ ବହୁ ପୁରାତନ ମୂଲ୍ୟବାନ ଗଛ ଗୁଡିକୁ ମେସିନରେ କଟା ଯାଉଥିଲା।ପାଖରେ ସିଜି ୦୭ ସିଏ ୭୫୫୬ ଏକ୧୦ ଚକିଆ ଟ୍ରକ ରେ କଟା ଯାଇଥିବା ଚାରି ପାଞ୍ଚ ଫୁଟ ବିଶିଷ୍ଟ କାଠ ଗଣ୍ଡିଗୁଡିକୁ ଲୋଡ଼ କରାଯାଉଥିଲା।କୋଣସି ସୂତ୍ରରୁ ଗୁରୁବାର ଦିନ ଖବର ପାଇ ଜୟପାଟଣା ବନ ବିଭାଗ ଚଢ଼ାଉ କରି କାହା ଅନୁମତି ରେ ଗଛ କଟା ଯାଉଛି ବୋଲି ପ୍ରଶ୍ନ କରିଥିଲା କିନ୍ତୁ ଗଛ କାଟୁଥିବା ଲୋକେ କିମ୍ବା କାଠ ଚାଲାଣ କରୁଥିବା ବେପାରୀ କୋଣସି କାଗଜପତ୍ର ଦେଖାଇ ନଥିବାରୁ ତୁରନ୍ତ ଟ୍ରକ ଡ୍ରାଇଭର, ହେଲ୍ପର ଓ କାଠ ବେପାରୀ ଙ୍କୁ ଅଟକ ରଖିଥିଲା।ଶୁକ୍ରବାର ଏ ନେଇ ଭବାନୀପାଟଣା ବନଖଣ୍ଡ କାର୍ଯ୍ୟାଳୟ ରୁ ଏସିଫ ଆସି ଉକ୍ତ ଘଟଣା କୁ ଅନୁଧ୍ୟାନ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିବା ସହ ଟ୍ରକ ଓ କାଠ କୁ ଜବତ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |


 rajesh pande