ଆନନ୍ଦପୁର ବୈତରଣୀରେ ପ୍ରଥମ ବନ୍ୟା ବ୍ୟାରେଜ ୧୬ ଗେଟ୍ ଖୋଲିଲା
ଘଟଗାଁ, ୧୬ ସେପ୍ଟେମ୍ବର(ହି.ସ.) – ଆନନ୍ଦପୁର ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ଆନନ୍ଦପୁର କେନ୍ଦ୍ରିୟ ଜଳ ଆୟୋଗ ସୂଚନା ମୁତାବକ ଆନନ୍ଦପୁର ଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ ମିଟର ଓ ବିପଦ ସଙ୍କେତ ୩୮.୩୬୦ମିଟିର ଥିବାବେଳେ ସନ୍ଧ୍ୟା ୬ଟା ସୁଧା ୩୬.୫୦ ମିଟର ଜଳ ପ୍ରବାହିତ ହେ
ଆନନ୍ଦପୁର ବୈତରଣୀରେ ପ୍ରଥମ ବନ୍ୟା ବ୍ୟାରେଜ ୧୬ ଗେଟ୍ ଖୋଲିଲା


ଘଟଗାଁ, ୧୬ ସେପ୍ଟେମ୍ବର(ହି.ସ.) – ଆନନ୍ଦପୁର ବୈତରଣୀ ନଦୀରେ ପ୍ରଥମ ବନ୍ୟା ଜଳ ପ୍ରବାହିତ ହୋଇଛି। ଆନନ୍ଦପୁର କେନ୍ଦ୍ରିୟ ଜଳ ଆୟୋଗ ସୂଚନା ମୁତାବକ ଆନନ୍ଦପୁର ଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୫ ମିଟର ଓ ବିପଦ ସଙ୍କେତ ୩୮.୩୬୦ମିଟିର ଥିବାବେଳେ ସନ୍ଧ୍ୟା ୬ଟା ସୁଧା ୩୬.୫୦ ମିଟର ଜଳ ପ୍ରବାହିତ ହେଉଛି। ଏଣୁ ଆନନ୍ଦପୁର ବ୍ୟାରେଜ୍‌ର ୧୬ଟି ଗେଟ୍ । କେନ୍ଦୁଝର ଜିଲ୍ଲା ବୈତରଣୀ ନଦୀର ଆନନ୍ଦପୁର ବ୍ୟାରେଜ୍‌ର ୩୩ ଟି ଗେଟ୍ ମଧ୍ୟରୁ ଆଜି ୧୬ଟି ଗେଟ୍ ଖୋଲାଯାଇଛି। ପ୍ରତି ସେକେଣ୍ଡ୍ ରେ ଏଠାରୁ ୧୭ ଶହ ଘନ ମିଟର ଜଳ ନିଷ୍କାସିତ ହେଉଥିବା ଜଳ ସମ୍ପଦ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବୈତରଣୀ ନଦୀର ଉପରମୁଣ୍ଡ ଚମ୍ପୁଆ, ପାଟଣା ଆଦି ସ୍ଥାନରେ ଅଧିକ ବର୍ଷା ହେବା କାରଣରୁ ଆନନ୍ଦପୁର ବ୍ୟାରେଜ୍ କୁ ପ୍ରତି ସେକେଣ୍ଡ୍ ରେ ୧୭ ଶହରୁ ୧୮ ଶହ ଘନ ମିଟର ଜଳ ପ୍ରବେଶ କରୁଥିବା ବେଳେ, ଏଠାରୁ ପାଖାପାଖି ସେତିକି ପରିମାଣର ଜଳ ନିଷ୍କାସନ କରାଯାଉଥିବା ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସ୍ନେହା ଶିଶ ବେହେରା ସୂଚନା ଦେଇଛନ୍ତି। ଆଜି ଦିନ ୨ଟାରୁ କ୍ରମାଗତ ଭାବେ ବ୍ୟାରେଜ୍ ର ଗେଟ୍ ଖୋଲାଯାଉଥିବା ସେ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / Ghanshyam Jena


 rajesh pande