ମଧ୍ୟପ୍ରଦେଶର ମନ୍ଦସୌରରେ ଇଦ୍ ମିଲାଦୁନ୍ନବୀର ଶୋଭାଯାତ୍ରା ସମୟରେ ମନ୍ଦିର ଉପରେ ପଥରମାଡ଼, ଜଣେ ବ୍ୟକ୍ତି ଆହତ କାର୍ଯ୍ୟାନୁଷ୍ଠାନ ଦାବିକୁ ନେଇ ହିନ୍ଦୁ ସଂଗଠନ କଲେ ପ୍ରଦର୍ଶନ, ଗଣ୍ଡଗୋଳ ପରେ ବନ୍ଦ ହେଲା ବଜାର
ମନ୍ଦସୌର, ୧୬ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲା ମୁଖ୍ୟାଳୟରେ ସୋମବାର ଦିନ ଇଦ ମୁଲାଦୁନ୍ନବୀର ଶୋଭାଯାତ୍ରା ସମୟରେ ଏକ ମନ୍ଦିର ଉପରକୁ ପଥରମାଡ଼ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ବିପୁଳ ସଂଖ୍ୟାରେ ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିର ଆଗରେ ବସି ସ୍ଲ
ମଧ୍ୟପ୍ରଦେଶର ମନ୍ଦସୌରରେ ଇଦ୍ ମିଲାଦୁନ୍ନବୀର ଶୋଭାଯାତ୍ରା ସମୟରେ ମନ୍ଦିର ଉପରେ ପଥରମାଡ଼, ଜଣେ ବ୍ୟକ୍ତି ଆହତ କାର୍ଯ୍ୟାନୁଷ୍ଠାନ ଦାବିକୁ ନେଇ ହିନ୍ଦୁ ସଂଗଠନ କଲେ ପ୍ରଦର୍ଶନ, ଗଣ୍ଡଗୋଳ ପରେ ବନ୍ଦ ହେଲା ବଜାର


ମନ୍ଦସୌର, ୧୬ ସେପ୍ଟେମ୍ବର(ହି.ସ.) – ମଧ୍ୟପ୍ରଦେଶର ମନ୍ଦସୌର ଜିଲ୍ଲା ମୁଖ୍ୟାଳୟରେ ସୋମବାର ଦିନ ଇଦ ମୁଲାଦୁନ୍ନବୀର ଶୋଭାଯାତ୍ରା ସମୟରେ ଏକ ମନ୍ଦିର ଉପରକୁ ପଥରମାଡ଼ରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ କ୍ରୋଧାନ୍ୱିତ ହୋଇ ବିପୁଳ ସଂଖ୍ୟାରେ ହିନ୍ଦୁ ସଂଗଠନର ଲୋକମାନେ ମନ୍ଦିର ଆଗରେ ବସି ସ୍ଲୋଗାନ୍ କରି ପଥର ଫୋଡ଼ିଥିବା ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ଦାବି କରିଛନ୍ତି। ଘଟଣାର ସୂଚନା ମିଳିବାପରେ ପୋଲିସ୍ ଅଧିକ୍ଷକ ଅଭିଷେକ ଆନନ୍ଦ ଏବଂ ଅତିରିକ୍ତ ପୋଲିସ୍ ଅଧିକ୍ଷକ ଗୌତମ ସିଂହ ପୋଲିସ୍‌ବଳ ସହିତ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ପ୍ରଦର୍ଶନ କରୁଥିବା ଲୋକଙ୍କୁ ବୁଝାଇଥିଲେ। ତେବେ ମନ୍ଦସୌରରେ ସୋମବାର ଦିନ ଦ୍ୱିପହରରେ ନେହରୁ ବସ୍‌ଷ୍ଟାଣ୍ଡରୁ ଇଦ ମିଲାଦୁନ୍ନବୀର ଶୋଭାଯାତ୍ରା ବାହାରିଥିଲା। ଏହି ସମୟରେ ଏଠାର ସ୍ଥିତି ବଡ଼ ବାଲାଜୀ ମନ୍ଦିରରେ ଶୋଭାଯାତ୍ରା ମଧ୍ୟରେ କୌଣସି ଅସାମାଜିକ ତତ୍ୱ ପଥର ଫୋପାଡ଼ିଥିଲେ। ଏଥିରେ ମନ୍ଦିର ପରିସରରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହାପରେ ଲୋକଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଥିଲେ। ମନ୍ଦିରରେ ପଥର ଫୋପାଡ଼ିବା ଏବଂ ଏକ ବ୍ୟକ୍ତିଙ୍କ ଆହତ ହେବାରୁ ହିନ୍ଦୁ ସଂଗଠନର ପଦାଧିକାରୀ କ୍ରୋଧିତ ହୋଇଥିଲେ ଏବଂ ମନ୍ଦିର ବାହାରେ ସଡ଼କ ଉପରେ ବସି ସ୍ଲୋଗାନ କରିବାକୁ ଲାଗିଥିଲେ। ହିନ୍ଦୁ ସଂଗଠନ ଦାବି କରିଥିଲେ ଯେ ପଥର ଫୋପାଡ଼ଇଥିବା ଅଭିଯୁକ୍ତଙ୍କୁ ଜଲ୍‌ଦି ଗିରଫ କରାଯାଉ। ଏପଟେ ଶୋଭାଯାତ୍ରାରେ ବିବାଦର ଖବର ପରେ ସହରର କେତେକ ବଜାରରେ ଦୋକାନୀମାନେ ସଟର ବନ୍ଦ କରିବାକୁ ଲାଗିଥିଲେ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande