ଭୁବନେଶ୍ୱର, 15 ଜାନୁୟାରୀ
(ହି.ସ.) - ଦୁଇ ତିନି ବର୍ଷ ଭିତରେ ବେଆଇନ ମଦ ଓ ଡ୍ରଗ୍ସ କାରବାର ହେବ ବନ୍ଦ । ନୂଆ ବର୍ଷରେ ସ୍ପେଶାଲ
ଡ୍ରାଇଭରେ ବିଭାଗକୁ ମିଳିଛି ବଡ଼ ସଫଳତା । ସ୍ପେଶାଲ ଡ୍ରାଇଭରେ ବହୁ ପରିମାଣରେ ବେଆଇନ ମଦ ଓ
ଡ୍ରଗ୍ସ ଜବତ କରିଛି ବିଭାଗ । 12 ଦିନରେ ସ୍ପେଶାଲ ଡ୍ରାଇଭରେ 19 କୋଟି ଟଙ୍କାର ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ବିଭାଗ । ନୂଆବର୍ଷକୁ ଆଖି ଆଗରେ ରଖି
15 ଦିନ ପାଇଁ ସ୍ପେଶାଲ ଡ୍ରାଇଭ କରିବାକୁ କହିଥିଲି। ବିଭାଗକୁ ବହୁ ସଫଳତା ମିଳିଛି ବୋଲି କହିଛନ୍ତି
ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। 28 ତାରିଖରୁ 12 ତାରିଖ ପର୍ଯ୍ୟନ୍ତ ଏହି ଡ୍ରାଇଭ ଚାଲିଥିଲା । ବିଭାଗକୁ ଏଥିରେ ବହୁ ସଫଳତା ମିଳିଛି ଏବଂ
ସେହି ସ୍ପେଶାଲ ଡ୍ରାଇଭରେ ବହୁ ଗୁଡାଏ ବେଆଇନ ମଦ ଓ ଡ୍ରଗ୍ସ ଜବତ ହୋଇଛି। ଏବଂ ଏହାକୁ କ୍ରମାଗତ ଭାବରେ ଆମେ କରିବୁ । ଓଡିଶାରୁ
ଦୁଇ ତିନି ବର୍ଷ ଭିତରେ ବେଆଇନ ମଦ ଓ ଡ୍ରଗ୍ସ କାରବାର ରୋକିବା ପାଇଁ ଯାହା ପଦକ୍ଷେପ ନେବାକଥା
ସରକାର ପକ୍ଷରୁ ନେବୁ।
ମିଳିଥିବା ସୂଚନା ଅନୁସାରେ
ସ୍ପେଶାଲ ଡ୍ରାଇଭରେ 19 କୋଟି
ଟଂକାର ବେଆଇନ ମାଦକ ଦ୍ରବ୍ୟ ଜବତ କରିଛି ବିଭାଗ । ସେହିପରି 15 ଦିନରେ
4013 ଟି ମକଦମା ରୁଜୁ ହୋଇଥିବା ବେଳେ 2
ହଜାର 176 ଜଣ ଗିରଫ ହୋଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା