ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଆସିଲେନି ସରକାରି ଅଧିକାରୀ, ଅଧ୍ୟକ୍ଷାଙ୍କ ଏପରି ମନମାନି କାହିଁକି! 
ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବୁଧବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଚି। ଏହି ଅବସର ରେ ବିଦ୍ୟାଳୟର ଅଧ୍ୟକ୍ଷା ତନବୀର ଆବେଦୀ କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ । ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ
ADARSA VIDYALAYA FUNCTION CASE


ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଏହି ଜିଲାର ଧାମନଗର ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବୁଧବାର ଦିନ ବାର୍ଷିକ ଉତ୍ସବ ଅନୁଷ୍ଟିତ ହୋଇଚି। ଏହି ଅବସର ରେ ବିଦ୍ୟାଳୟର ଅଧ୍ୟକ୍ଷା ତନବୀର ଆବେଦୀ କାର୍ଯ୍ୟକ୍ରମ କୁ ସଂଚାଳନା କରିଥିଲେ । ମୂଖ୍ୟ ଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ପ୍ରତିନିଧି କୈଳାସ ମହାପାତ୍ର, ମୁଖ୍ୟବକ୍ତା ଧାମନଗର ମହାବିଦ୍ୟାଳୟ ର ଅଧକ୍ଷ ଅଜୟ କୁମାର ବେଜ , ସମ୍ମାନୀତ ଅତିଥି ଭାବେ ସାଂସଦ ପ୍ରତିନିଧି ମନୋଜ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବ୍ଲକ ଆଦର୍ଷ ବିଦ୍ୟାଳୟ ର ଅଧକ୍ଷ ପ୍ରଦୀପ କୁମାର ସେଠୀ, ବନ୍ତ ବ୍ଲକ ର ଆଦର୍ଷ ବିଦ୍ୟାଳୟ ର ଅଧକ୍ଷ ପାର୍ଥ ସୁନ୍ଦର ମହାକୁଡ ପ୍ରମୂଖ ଯୋଗ ଦେଇ ସରକାର ଯେଉ ଲକ୍ଷ ଓ ଉଦ୍ଦେଶ୍ୟ ନେଇ ଉକ୍ତ ବିଦ୍ୟାଳୟ ଖୋଲି ଛନ୍ତି ସେ ସମ୍ପର୍କ ରେ ଅତିଥି ମାନେ ବକ୍ତ୍ୱ୍ୟ ପ୍ରଦାନ କରିଥିଲେ । ସୁଚନା ଥାଉକି ଉକ୍ତ ବିଦ୍ୟାଳୟର ଚେୟାରମେନ ଭଦ୍ରକ ଜିଲ୍ଲାପାଳ ଦିଲୀପ କୁମାର ରାଉତ ରାୟ ମାତ୍ର ବିଦ୍ୟାଳୟ ର ଅଧ୍ୟକ୍ଷା ନିମନ୍ତ୍ରଣ ପତ୍ର ରେ ଶେଷ ରେ ତାଂକ ନାମ କୁ ସ୍ଥାନ ଦେଇ ଥିବାରୁ ଅଭିଭାବକ ମହଲ ରେ ଅସନ୍ତୋଷ ଦେଖାଦେଇ ଥିଲା। ନିୟମ ଅନୁଯାଇ ଉଚ୍ଚଶିକ୍ଷା ମନ୍ତ୍ରୀ ଙ୍କ ନାମ ତଳକୁ ଜିଲ୍ଲାପାଳ ଙ୍କ ନାମ ରହିବା କଥା ତାଙ୍କ ତଳ କୁ ଡି ଇ ଓ, ବିଇଓ ଙ୍କ ନାମ ରହିବା କଥା ପରନ୍ତୁ ଅଧ୍ୟକ୍ଷା ଙ୍କ ଦୂରଦୃଷ୍ଟି ଅଭାବ ରୁ ଜିଲ୍ଲାପାଳ ଙ୍କ ନାମ ସମସ୍ତ ଅତିଥି ଙ୍କ ତଳ କୁ ରଖି ବିବାଦ କୁ ଆସିଛନ୍ତି ଅଧ୍ୟକ୍ଷା । ତେବେ ଉକ୍ତ ନିମନ୍ତ୍ରଣ ପତ୍ର ତ୍ରୁଟି ପାଇଁ ପ୍ରାୟତ ଉକ୍ତ ସଭା କୁ ଆସିଲେ ନାହିଁ ଜିଲ୍ଲାପାଳ । ତେବେ ଅଧ୍ୟକ୍ଷା ଙ୍କ ଏପରି ମନ ମାନି କୁ ସଧାରଣ ରେ ନାପସନ୍ଦ କରାଯାଇଛି। ତେବେ ଉକ୍ତ ନିମନ୍ତ୍ରଣ ପତ୍ର ସଂପର୍କ ରେ ଅଧ୍ୟକ୍ଷା ଙ୍କ ପ୍ରତିକ୍ରିୟା ନେବାକୁ ଚାହି ଥିଲେବି ସେ କୌଣସି ପ୍ରତିକ୍ରିୟା ନ ଦେଇ କଥା କୁ ଏଡ଼ାଇ ଦେଇଥିଲେ। ତେବେ ନିମନ୍ତ୍ରଣ ପତ୍ର ଯଦି ଏପରି ଗୁରୁତର ଭୁଲ ରହୁଛି ବିଦ୍ୟାଳୟ ରେ ଶିକ୍ଷାଦାନ କେମିତି ଚାଲୁଥିବ ସଧାରଣ ରେ ପ୍ରଶ୍ନ ଉଠୁଚି। ଏହି କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଥିଲା ।ଶେଷରେ ଶିକ୍ଷକ ବିଜୟ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande