ବୌଦ୍ଧ, ୨୨ ଜାନୁଆରି (ହି.ସ.) - ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ତିଲେଶ୍ୱର ହାଇସ୍କୁଲ ଖେଳପଡିଆ ଠାରେ ଚାଲିଥିବା ୨୧ତମ ତିଳେଶ୍ୱର କପ ରାଜ୍ୟସ୍ତରିୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଛି । ଆଜି ଅନୁଷ୍ଠିତ ଫାଇନାଲ ଖେଳରେ କଟକ କୁ ୨-୧ ଗୋଲରେ ହରାଇ ଝାରସୁଗୁଡା ଦଳ ଚମ୍ପିୟାନ ହୋଇଛି । ପ୍ରଥମାର୍ଦ୍ଧ ରେ ଝାରସୁଗୁଡା ଦଳ ୨ ଟି ଗୋଲ କରି ଆଗୁଆ ରହିଥିବା ବେଳେ ମଧ୍ୟନ୍ତର ପରେ କଟକ ଦଳ ଗୋଟିଏ ଗୋଲ ଦେବାକୁ ସକ୍ଷମ ହୋଇଥିଲେ କ୍ଷ ମୁଖ୍ୟ ଅତିଥି ଭାବରେ ସରକାରୀ ଦଳ ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଯୋଗଦେଇ ଉଭୟ ଦଳ କୁ ନାଗଡ଼ ଅର୍ଥ ରାଶି ଓ ଟ୍ରଫି ପ୍ରଦାନ କରିଥିଲେ । ତିଲେଶ୍ୱର ବଜାର ଆସୋସିଏସନ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଂଟ ଫାଇନାଲ ମ୍ୟାଚ ସେକେଣ୍ଡ ବାଟାଲିୟନ ଝାରସୁଗୁଡା ସହିତ ମଙ୍ଗଳା କ୍ଳବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଛି। ପ୍ରଥମାର୍ଦ୍ଧ ରେ ଝାରସୁଗୁଡା ଦଳ ୨/୦ଗୋଲ ରେ କଟକ କୁ ଗୋଲ ଦେଇ ଦଳକୁ ଆଗକୁ ନେଇଥିଲେ । ମଧ୍ୟାନ୍ତର ପରେ କଟକ ପକ୍ଷରୁ ଗୋଟିଏ ଗୋଲ ସ୍କୋର ଝାରସୁଗୁଡା କୁ ପରିଶୋଧ କରିବାରେ ସକ୍ଷମ ହୋଇଥିଲା । ଫଳରେ ନିର୍ଦ୍ଧାରିତ ସମୟ ଭିତରେ ସେକେଣ୍ଡ ବାଟାଲିୟନ ଝାରସୁଗୁଡା ୨/୧ଗୋଲ ରେ ବିଜୟୀ ହୋଇ ତିଲେଶ୍ୱର କପ ର ଉଇନର ଟ୍ରଫି ର ବିଜେତା ହୋଇଥିଲେ । ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବେ ସରୋଜ କୁମାର ପ୍ରଧାନ , ସମ୍ମାନିତ ଅତିଥି ଭାବେ ଆସୋସିଏସନ ର ସଭାପତି ଅର୍ଜୁନ ପ୍ରଧାନ, ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ ଓ ସମ୍ପାଦକ ମହେଶ୍ୱର ମହାପାତ୍ର ମଂଚାସିନ ରହିଥିଲେ । ତିଲେଶ୍ୱର କପ ବିଜେତା ସେକେଣ୍ଡ ବାଟାଲିୟନ ଝାରସୁଗୁଡା ଦଳ କୁ ବିଜେତା ଟ୍ରଫି ଓ ପୁରସ୍କାର ରାଶି ୨୫ ହଜାର ୨୫ଟଙ୍କା ସହିତ ରନର୍ସ ଅପ ଦଳ ମଙ୍ଗଳା କ୍ଳବ କଟକ କୁ ଟ୍ରଫି ସହିତ ପୁରସ୍କାର ରାଶି ୨୦ହଜାର ୨୦ଟଙ୍କା ପ୍ରଦାନ କରାଯାଇଥିଲା । ଫାଇନାଲ ଖେଳକୁ ମୁଖ୍ୟ ରେଫରି ଭାବରେ ଶିବ ଶଙ୍କର ପଣ୍ଡା ଖେଳ କୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ସଲିଲ କୁମାର ବେହେରା ଓ ସୁଜିତ ରାଜହଂସ ଲାଇନ୍ସ ମ୍ୟାନ ଏବଂ ଲକ୍ଷ୍ମନ ସେଠ ଚତୁର୍ଥ ରେଫରି ଭାବେ ଖେଳ ଦାୟିତ୍ୱ ତୁଲାଇ ଥିଲେ କ୍ଷ ଉଦ୍ଘାଟନୀ ଦିବସ ଠାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ପ୍ରତି ଦିନ ସଂଯୋଜକ ସିମୁନ ନାଏକ ଙ୍କ ଦ୍ୱାରା ଖେଳ ର ଧାରା ବିବରଣୀ ପ୍ରଦାନ କରାଯାଇଥିଲା । ବଜାର ଆସୋସିଏସନ ର ନାରାୟଣ ମହାନ୍ତି, ବିକାଶ ମିଶ୍ର, ଅଜିତ ମହାନ୍ତି, ଶୁଭ୍ରଜିତ ପ୍ରଧାନ, ପ୍ରବୀଣ ବେହେରା, କିନୁ ବେହେରା, କାହ୍ନା ବାରିକ, ବୁଲୁନ ବେହେରା ଙ୍କ ସମେତ ସମସ୍ତ କର୍ମ କର୍ତା ସହଯୋଗ କରିଥିଲେ ।
ହନ୍ଦୁସ୍ଥାନ ସମାଚାର/ସମ୍ପତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା