ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ, ଓପାସରେ ଫେରିଲେ ବହୁ ଭିନ୍ନକ୍ଷମ, ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ 
ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକର ସୋହଡ଼ା ପଂଚାୟତ ଷେଣ୍ଢପୁର ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୬୭ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଜିରୋ ରୁ ୧୪ ବର୍ଷ ୧୪୩ ଜଣ, ଚଳନ ବାଧିତ ୨୯୬,ଦୃଷ୍ଟ
bhimabhoi vinakhyama samarthya abhijan


ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକର ସୋହଡ଼ା ପଂଚାୟତ ଷେଣ୍ଢପୁର ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୬୭ ଜଣ ଭିନ୍ନକ୍ଷମ ଅଂଶଗ୍ରହଣ କରିଥିଲେ। ସେଥି ମଧ୍ୟରୁ ଜିରୋ ରୁ ୧୪ ବର୍ଷ ୧୪୩ ଜଣ, ଚଳନ ବାଧିତ ୨୯୬,ଦୃଷ୍ଟି ବାଧିତ ୧୧୯, ଶ୍ରବଣ ବାଧିତ ୧୫୫,ମାନସିକ ଦୃବଳ ୧୫୪ ଜଣ ପଞ୍ଜୀକୃତ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଶିବିରରେ ଭଦ୍ରକ ଜିଲ୍ଲା ଡାକ୍ତରମାନେ ଯୋଗଦେଇ ଭିନ୍ନକ୍ଷମଙ୍କ ଅକ୍ଷମତା ଯାଂଚ କରିଥିଲେ। ଏହାପରେ ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବାକୁ ସୁପାରିଶ କରାଯାଇଛି। ଶିବିର ଆୟୋଜନରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଶିବିର ପରିଚାଳନା ନେଇ କୌଣସି ପଦକ୍ଷେପ ନିଆଯାଇନଥିଲା। ଭିନ୍ନକ୍ଷମମାନେ ଧାଡ଼ିରେ ରହିବା ପାଇଁ ସେଭଳି ପଦକ୍ଷେପ ନିଆଯାଇ ନଥିଲା। ଏଣୁ ଦୂରଦୂରାନ୍ତରୁ ଆସିଥିବା ଭିନ୍ନକ୍ଷମ ଦୀର୍ଘ ସମୟ ଯାଏ ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ପିଇବାକୁ ପାଣି ମଧ୍ୟ ପାଇନଥିଲେ। ଭିନ୍ନକ୍ଷମ ଚିହ୍ନଟ ପାଇଁ ଯେଉଁ ସବୁ କୋଠରୀର ବ୍ୟବସ୍ଥା ହୋଇଥିଲା, ସେହି କୋଠରୀକୁ ଯିବା ଲାଗି ରାଂପ ନଥିଲା। ଏଣୁ ଭିନ୍ନକ୍ଷମଙ୍କୁ ସ୍ୱେଚ୍ଛାସେବୀମାନେ ଟେକିକି ନେଉଥିବା ଦେଖିବାକୁ ମିଳିଥିଲା। ସେହିପରି ବାହାରେ ପାଲ ଦିଆ ଯାଇ ନଥିବାରୁ ଲୋକେ ଖରାରେ ଛିଡ଼ା ହୋଇଥିଲେ। ସେମାନଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା ହୋଇଥିଲେ ବି ଅଧାରୁ ଖାଦ୍ୟ ସରିଯିବା ରୁ ବହୁ ଭିନ୍ନକ୍ଷମ ନ ଖାଇ ଫେରିଥିବା କହିଛନ୍ତି। ତେବେ ଅବ୍ୟବସ୍ଥାକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯଶୋଦା ସାହୁ ପରୋକ୍ଷରେ ସ୍ୱୀକାର କରିଥିଲେ। ଆଉ ଆଗାମୀ ଦିନରେ ସଚେତନ ହୋଇ ଶିବିର କରାଯିବ ବୋଲି ସେ କହିଥିଲେ। ଏହି ଶିବିରରେ ଧାମନଗର ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା, ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିନିଧି ଅଶୋକ ପୁହାଣ, ଧାମନଗର ବିଞ୍ଜାପିତ ଅଂଚଳ ପରିଷଦର ଅଧ୍ୟକ୍ଷା ନିବେଦିତା ଜେନା, ମନ୍ତ୍ରୀଙ୍କ ଏନ୍‌ଏସି ପ୍ରତିନିଧି କୈଳାଶ ମହାପାତ୍ର ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande