ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା 
ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ସ୍ତରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହାଇସ୍କୁଲ ଏବଂ ମଧ୍ୟ ଇଂରାଜୀ ସ୍ତରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂର୍ଯ୍ୟମଣି ନାୟକ ସ୍ମୃତି କମିଟିର ପୃଷ୍ଠପୋଷକତାରେ ଓଡ଼ିଆ
School Level Essay Competetion


ଭଦ୍ରକ, ୨୨ ଜାନୁଆରୀ (ହି.ସ.) - ଭଦ୍ରକ ଜିଲ୍ଲା ସ୍ତରରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ହାଇସ୍କୁଲ ଏବଂ ମଧ୍ୟ ଇଂରାଜୀ ସ୍ତରରେ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂର୍ଯ୍ୟମଣି ନାୟକ ସ୍ମୃତି କମିଟିର ପୃଷ୍ଠପୋଷକତାରେ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିନ କରାଯାଇଥିଲା। ଏଥିରେ କନିଷ୍ଠ ବର୍ଗରେ ଏସ୍‌.ବି.ଡ଼ି. ଇଂଟନ୍ୟାସନାଲ ସ୍କୁଲର କରଭି କାବ୍ୟା କ୍ରୀଷ୍ଣା ୩ୟ, ଗେଲଟୁଆ ଉ.ପ୍ରା. ବିଦ୍ୟାଳୟର ଶୁଭଲକ୍ଷ୍ମୀ ଜେନା ୨ୟ ଓ ଜିଳ୍ଲା ସ୍କୁଲର ଶୀତଲ ମଲ୍ଲିକ୍ ୧ମ ସ୍ଥାନ ଅଧିକାର କରିଥିଲେ। ବରିଷ୍ଠ ବର୍ଗରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଭଦ୍ରକର ସୌମ୍ୟରଞ୍ଜନ ଗାହାଣ ୧ମ, ବାଗୁରାଇ ହାଇସ୍କୁଲର ଅଂଶୁମାନ ସାମଲ ୨ୟ, ସରକାରୀ ହାଇସ୍କୁଲର ସୁପ୍ରିୟା ଗିରି ୩ୟ ସ୍ଥାନ ଅଧିକାର କରିଥିଲେ। ଅମର କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ଶଶଧର ମହନି ଏବଂ ଶୈଳେନ୍ଦ୍ର ନାରାୟଣ ପାଢ଼ୀ ଏହି ପ୍ରତିଯୋଗିତାର ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ। ସ୍ମୃତି କମିଟି ସମ୍ପାଦକ ଗୌରହରି ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ପ୍ରମୁଖ ଏହି ପ୍ରତିଯୋଗିତା ଆୟୋଜନ ଓ ପରିଚାଳନା କରିଥିଲେ। ସେହିପରି ଇନର ହୁଇଲ୍ କ୍ଲବ୍ ର ପୃଷ୍ଠପୋଷକତାରେ ଇଂରାଜୀ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସେଥିରେ କ୍ଲବର ସମ୍ପାଦିକା ଓ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଏହି ପ୍ରତିଯୋଗିତା ଆୟୋଜନ ଓ ପରିଚାଳନା କରିଥିଲେ। ଏଥିରେ କନିଷ୍ଠ ବର୍ଗରେ ଏସ୍‌.ବି.ଡ଼ି.ଇଣ୍ଟରନେସ୍‌ନାଲ ସ୍କୁଲର ନିଷ୍ଠା ଗୁପ୍ତା, ପ୍ରଥମ, ଜ୍ୟୋତି କନ୍‌ଭେଣ୍ଟ ସ୍କୁଲର ସ୍ୱାତିଶ୍ରୀ ନାୟକ ଦ୍ୱିତୀୟ, ଏସ୍‌.ବି.ଡ଼ି.ର ସ୍ମୃତିଲିପ୍ସା ଦାସ ତୃତୀୟ, ବରଷ୍ଠ ବର୍ଗର କାର୍ମେଲ ସକୁଲର ପ୍ରତୀକ୍ଷା ପାଣିଗ୍ରାହୀ ପ୍ରଥମ, ଏସ୍‌.ବି.ଡି.ର ଆଂଲେ ଦାସ ଦ୍ୱିତୀୟ, ଜ୍ୟୋତି କନ୍‌ଭେଂଟ ସ୍କୁଲର ଦ୍ୱୀପାନ୍ୱିତା ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande