ଧାମରା ରାସ୍ତା ପାଶ୍ୱର୍ ଆଲୋକୀକରଣ ଉଦଘାଟନର ଗୋଟିଏ ଦିନରେ ଲାଇଟ ବନ୍ଦ
ଭଦ୍ରକ, ୧୯ ଜାନୁଆରୀ (ହି.ସ.) -୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ରାସ୍ତା ପାଶ୍ୱର୍ ଆଲୋକୀକରଣର ଲାଇଟ ବନ୍ଦ ହୋଇ ଯାଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ବଜାର ନିକଟରେ ରାସ୍ତା ପାଶ୍ୱର୍ ଆଲୋକୀକରଣ ପାଇଁ ୮ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ଗତ ୧୨ ତାରିଖ ଦିନ ଏହି ସମସ୍ତ ରାସ୍ତା ପାଶ୍ୱର୍
ଧାମରା ରାସ୍ତା ପାଶ୍ୱର୍ ଆଲୋକୀକରଣ ଉଦଘାଟନର ଗୋଟିଏ ଦିନରେ ଲାଇଟ ବନ୍ଦ


ଭଦ୍ରକ, ୧୯ ଜାନୁଆରୀ (ହି.ସ.) -୮ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା ରାସ୍ତା ପାଶ୍ୱର୍ ଆଲୋକୀକରଣର ଲାଇଟ ବନ୍ଦ ହୋଇ ଯାଇଛି। ପ୍ରାପ୍ତ ଖବର ଅନୁଯାଇ ଧାମରା ବଜାର ନିକଟରେ ରାସ୍ତା ପାଶ୍ୱର୍ ଆଲୋକୀକରଣ ପାଇଁ ୮ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ଗତ ୧୨ ତାରିଖ ଦିନ ଏହି ସମସ୍ତ ରାସ୍ତା ପାଶ୍ୱର୍ ଆଲୋକୀକରଣ କୁ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟ ଉଦଘାଟନ କରିଥିଲେ। ମାତ୍ର ଉଦଘାଟନର ମାତ୍ର କିଛି ଘଂଟା ବ୍ୟବଧାନରେ ଧାମରା ରାସ୍ତା ପାଶ୍ୱର୍ରେ ଲାଗିଥିବା କିଛି ଲାଇଟ ପୋଷ୍ଠରେ ଲାଇଟ ବନ୍ଦ ହୋଇ ଯାଇଥିଲା। ଏହି ବିଷୟରେ ଚାନ୍ଦବାଲି ରେନୂତନ ଭାବେ ଯୋଗଦେଇଥିବା ବିଡିଓଙ୍କୁ ଯୋଗାଯୋଗ କରିବାରୁ ସେ ଏହି ଖରାପ ଥିବା ଲାଇଟ ପୋଷ୍ଟ ଗୁଡିକ ମରାମତି ପାଇଁ ଦୃଷ୍ଟି ଦେବେ ବୋଲି କହିଥିଲେ। ୨୪ଘଂଟା ନ ପୂରିବା ପୂର୍ବରୁ ବନ୍ଦ ହୋଇଥିବା ତଥା ନିମ୍ନ ମାନର ଲାଇଟ ପୋଷ୍ଠ ଲଗାଇଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande