ଉଚ୍ଚ ବିଦ୍ୟାଳୟ ସ୍ତରୀୟ ସମ୍ମିଳନୀ
ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ଭଦ୍ରକ ଜିଲା ବନ୍ତ ବ୍ଲକ ଆଡିଆ ସ୍ଥିତ ଆରଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରଧାନ ଶିକ୍ଷକ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଇଓ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯୋଗ ଦେଇ ସରକାରଙ୍କ ନଦ୍ଧାରିତ ଶିକ୍ଷା ନୀତି ଅନୁସାରେ
pradhan sikhayka sammilani


ଭଦ୍ରକ, ୧୯ ଜାନୁଆରୀ (ହି.ସ.) -ଭଦ୍ରକ ଜିଲା ବନ୍ତ ବ୍ଲକ ଆଡିଆ ସ୍ଥିତ ଆରଡେଶ୍ୱର ଉଚ୍ଚ ବିଦ୍ୟାଳୟରେ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ସ୍ତରୀୟ ପ୍ରଧାନ ଶିକ୍ଷକ ମାସିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଇଓ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ଯୋଗ ଦେଇ ସରକାରଙ୍କ ନଦ୍ଧାରିତ ଶିକ୍ଷା ନୀତି ଅନୁସାରେ ବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ଉପସ୍ଥିତ ପ୍ରଧାନ ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିବା ବେଳେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ଉପରେ ଭାବର ଆଦାନ ପ୍ରଦାନ କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ଏବିଇଓ ପ୍ରମୋଦ କୁମାର ପଣ୍ଡା, ଭାଗିରଥି ପାତ୍ର, ବିଆରସି ସି ହରେକୃଷ୍ଣ ଆପଟ୍ଟ ଯୋଗଦେଇ ସରକାରଙ୍କ ପ୍ରଣୀତ ଶିକ୍ଷାନୀତି ଉପରେ ଆଲୋକପାତ କରିଥିଲେ। ଅଳଉତି ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାହୁ, କେନ୍ଦୁଆପଦା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଶିଶେଖର କରଶର୍ମା, ନିଳୋକ ପ୍ରଧାନ ଶିକ୍ଷକ ଦୁର୍ଯ୍ୟୋଧନ ଜେନା ପ୍ରମୁଖ ମଞ୍ଚାସିନ ଥିଲେ। ଶିକ୍ଷକ ରବିନ୍ଦ୍ର ପ୍ରସାଦ ନନ୍ଦ, ବସନ୍ତ କୁମାର ପ୍ରଧାନ, ପରମାନନ୍ଦ ପଣ୍ଡା, କୁଞ୍ଜ ବିହାରୀ ବିଶ୍ୱାଳ ପ୍ରମୁଖ ଶିକ୍ଷକ ମାନେ ପରିଚାଳନାରେ ସହଯୋଗ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ସମ୍ମିଳନୀରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande