ଜଗନ୍ନାଥ ସାଗର ଜମି ଜବରଦଖଲକୁ ନେଇ ମାପଯୁପ ଆରମ୍ଭ
ଜୟପୁର Bhubaneswar , 29 ଜାନୁଆରି (ହି.ସ.) ଜୟପୁର ଜଗନ୍ନାଥ ସାଗର ଚାରି କଡରେ ଜବରଦଖଲ ହୋଇଛି ତାହାକୁ ଉଚ୍ଛେଦ କରିବାକୁ ନେଇ ପୌରାଞ୍ଚଳର ଦୁଇଜଣ କାଉନସିଲର ମନ୍ତ୍ରୀଙ୍କୁ ଭେଟି ଦାବି କରିବା ପରେ ଆଜି ଜିଲ୍ଲାପାଳ ରାଜସ୍ବ ବିଭାଗକୁ ଜଗନ୍ନାଥ ସାଗର ଜମି କେତେ ପରିମାଣରେ ଅଛି ତାହା ମାପିବା ପାଇଁ ନି
ଜଗନ୍ନାଥ ସାଗର ଜମି ଜବରଦଖଲକୁ ନେଇ ମାପଯୁପ ଆରମ୍ଭ


ଜୟପୁର Bhubaneswar , 29 ଜାନୁଆରି (ହି.ସ.)

ଜୟପୁର ଜଗନ୍ନାଥ ସାଗର ଚାରି କଡରେ ଜବରଦଖଲ ହୋଇଛି ତାହାକୁ ଉଚ୍ଛେଦ କରିବାକୁ ନେଇ ପୌରାଞ୍ଚଳର ଦୁଇଜଣ କାଉନସିଲର ମନ୍ତ୍ରୀଙ୍କୁ ଭେଟି ଦାବି କରିବା ପରେ ଆଜି ଜିଲ୍ଲାପାଳ ରାଜସ୍ବ ବିଭାଗକୁ ଜଗନ୍ନାଥ ସାଗର ଜମି କେତେ ପରିମାଣରେ ଅଛି ତାହା ମାପିବା ପାଇଁ ନିର୍ଦ୍ଧେଶ ଦେଇଥିଲେ। ଆଜି ରାଜସ୍ବ ବିଭାଗର ଦୁଇଜଣ ରାଜସ୍ବ ପରିଦର୍ଶକ ହରିହର ଶତପଥୀ ଓ ଦିଲ୍ଲୀପ ପ୍ରଧାନଙ୍କ ସମେତ ଅନ୍ୟ ପୌର କର୍ମକର୍ତ୍ତା ମାନେ ମିଶି ଚନ୍ଦନବାଡ ସାହି ବିଦ୍ୟାଳୟ ଠାରୁ ଆରମ୍ଭ କରି ନୂତନ ଦୈନିକ ବଜାର ପର୍ଯ୍ୟନ୍ତ ରାସ୍ତା କଡରେ ୪୮ଟି ଘରର ଲୋକେ ବିନା ପଟ୍ଟାରେ ରହିଛନ୍ତି। ସେମାନଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଚିହ୍ନଟ କରାଯାଇଛି। ସେହିପରି ରାସ୍ତା ଅନ୍ୟ ପଟରେ ଥିବା ମୁସଲମାନ ମଶାଣି ନିକଟସ୍ଥ ଜମିରେ ମଧ୍ୟ ୨୬ ଟି ଘର ରହିଥିବା ବେଳେ ସେମାନଙ୍କ ପଟ୍ଟା ରହିଛି ବୋଲି ଆଜି ଯାଞ୍ଚ ସମୟରେ ଜଣା ପଡିଥିଲା। ଆଗାମୀ ଦିନରେ ଜଗନ୍ନାଥ ସାଗର ଚାରିକଡରେ ଥିବା ସମସ୍ତ ଜବରଦଖଲକାରୀଙ୍କୁ ଚିହ୍ନଟ କରି ଉଠାଯିବ ବୋଲି ରାଜସ୍ବ ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande