କଣାସରେ ଓଆରଏସ ଓ ବଟିକା ବଂଟନ
ପୁରୀ, ୨୯ ଜାନୁଆରି (ହି.ସ.) - କଣାସ ଅଂଚଳରେ କ୍ରମାଗତ ୨ ଦିନ ଧରି ନିୟନ୍ତ୍ରଣ ରେ ଥିବା ଡାଇରିଆ ରୋଗ ଲୋକଙ୍କ ସତର୍କତା ଅଭାବ ରୁ ଆଜି ପୁଣି ତା କାୟ। ବିସ୍ତାର କରିଛି। ଗତ ୨ ଦିନ ହେଲା ସଂପୃକ୍ତ ଅଂଚଳରୁ କୌଣସି ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ଆଜି ପୁଣି ଜଗୁଲେଇ ପଦର ରୁ ୨ ଜନ ଡାଇରିଆ ରୋଗୀ ଚିହ୍ନଟ ହ
କଣାସରେ ଓଆରଏସ ଓ ବଟିକା ବଂଟନ


ପୁରୀ, ୨୯ ଜାନୁଆରି (ହି.ସ.) - କଣାସ ଅଂଚଳରେ କ୍ରମାଗତ ୨ ଦିନ ଧରି ନିୟନ୍ତ୍ରଣ ରେ ଥିବା ଡାଇରିଆ ରୋଗ ଲୋକଙ୍କ ସତର୍କତା ଅଭାବ ରୁ ଆଜି ପୁଣି ତା କାୟ। ବିସ୍ତାର କରିଛି। ଗତ ୨ ଦିନ ହେଲା ସଂପୃକ୍ତ ଅଂଚଳରୁ କୌଣସି ରୋଗୀ ଚିହ୍ନଟ ହୋଇନଥିଲେ ମଧ୍ୟ ଆଜି ପୁଣି ଜଗୁଲେଇ ପଦର ରୁ ୨ ଜନ ଡାଇରିଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥି ସହିତ ମୋଟ ଡାଇରିଆ ରୋଗୀ ସଂଖ୍ୟା ୯୪ ରେ ପହଂଚିଛି। ସେଥି ମଧ୍ୟରୁ ୮୬ ଜନ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୫ ଜନ ବର୍ତମାନ ବିଭିନ୍ନ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଆଜି ପୁଣି ଥରେ ପୁରୀ ଜିଲ୍ଲ। ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ବର୍ତମାନର ଡାଇରିଆ ରୋଗ ର ପରିସ୍ଥିତି ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ସେ ପୁଣି ଥରେ ସ୍ୱାସ୍ଥ୍ୟ ବିଭାଗ ର ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ଘରକୁ ଘର ବୁଲି ରୋଗୀ ଚିହ୍ନଟ, କଂଟ୍ରାକ୍ଟ ଡୋଜ ପ୍ରଦାନ,ଙଜଝ ଓ ହଲୋଜେନ ବଟିକା ପ୍ରଦାନ ଇତ୍ୟାଦି ପଦକ୍ଷେପ ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ ଜଗୁଲେଇପଦ, କଳପଦ ପାଇକମର।, ଗୋପୀନାଥ ପୁର, ନୂଆଗାଁ, ଓ ନଇକୁଳପାଟନାର ଜନ ସାଧାରଣ ମାନଙ୍କୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବା ସହିତ ସ୍ୱାସ୍ଥ୍ୟ ବିଭାଗ ର ପରାମର୍ଶ ମାନି ଚଳିବାକୁ ଅନୁରୋଧ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande