ସମ୍ବଲପୁର, ୦୬ ଜାନୁଆରୀ (ହି.ସ.) - ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ରେଢାଖୋଲ ମିନି ଷ୍ଟାଡିୟମରେ ଆମ ଓଡ଼ିଶା, ଖେଲୋ ଇଣ୍ଡିଆ ଏବଂ ବିକାଶ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଏକ ଫୁଟବଲ ପ୍ରତିଯୋଗିତା ବାଜି ରାଉତଙ୍କ ନାମରେ ଆୟୋଜିତ ହୋଇଯାଇଛି। କୁଚିଣ୍ଡା ଅଞ୍ଚଳର ଗୁଣ୍ଡୁରୂଚୁଆଁ ଏବଂ ରେଙ୍ଗାଲି ଅଂଚଳର ଡେଙ୍ଗୀମୋଚା ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଣ୍ଡୁରୁଚିଆଁ ବିଜୟ ଲାଭ କରିଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ବିଜେପି ର ବରିଷ୍ଟ ନେତା ଗୋବିନ୍ଦ ଅଗ୍ରୱାଲ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଦସ୍ୟ ଶରତ ପ୍ରଧାନ ସମ୍ମାନିତ ଅତିଥି ,ବିଶ୍ୱ ହିନ୍ଦୁ ପରିଷଦ ଅଧିକାରୀ ବିପିନ ବିହାରୀ ଗଡ଼ନାୟକ, ରମେଶ ରାୟ, କିଶୋର ପଟେଲ, ହୃଦାନନ୍ଦ ପଟେଲ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଉକ୍ତ ପ୍ରତିଯୋଗିତାକୁ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଦେଶ ପରାଧୀନ ଥିବା ସମୟରେ ବ୍ରିଟିଶ ଶାସନ କିପରି ଓଡ଼ିଶାରେ ଅତ୍ୟାଚାର କରୁଥିଲା ସେ ସମ୍ପର୍କରେ ବାଜି ରାଉତଙ୍କ ଉପାଖ୍ୟାନ ରୋମନ୍ଥନ କରିଥିଲେ। ଢେଙ୍କାନାଳ ଜିଲ୍ଲାର ନିଳକଣ୍ଠପୁର ଠାରେ ହରି ରାଉତ ଏବଂ ରାନିଆ ଦେବୀଙ୍କ ଔରସ ରୁ ଜାତ ବାଜି ରାଉତ ନାମକ ଜଣେ କୋମଳ ମତି ବାଳକ ବାଜି ରାଉତ ୫ ଅକ୍ଟୋବର ୧୯୨୬ ରେ ଜନ୍ମ ଗ୍ରହଣ କରିଥିଲେ। ଓଡ଼ିଶା ରେ ଶାସନ କରୁଥିବା ବ୍ରିଟିଶ ଶାସକ ଯେଉଁ ଭଳି ଭାବରେ ଅତ୍ୟାଚାର କରୁ ଥିଲେ ତାର ପ୍ରତିବାଦ ସାରା ରାଜ୍ୟରେ ସଂଗ୍ରାମୀ ଯୋଦ୍ଧା ଲଡ଼େଇ ଆରମ୍ଭ କରିଦେଇଥିଲେ। ଢେଙ୍କାନାଳ ଜିଲ୍ଲାର ଭୁବନ ଗ୍ରାମ ରେ ବ୍ରିଟିଶ ପୋଲିସ ତାର ଅତ୍ୟାଚାର କରି ରକ୍ତ ମୁଖା ହୋଇ ଫେରି ଆସିବା ସମୟରେ ରାସ୍ତା ରେ ପଡ଼ୁଥିବା ବ୍ରାହ୍ମଣୀ ନଦୀ ପାର କରିବାକୁ ସେଠାରେ ନାଉରି ରୂପେ ନିଜ ବୃତି ଆରମ୍ଭ କରି ଦେଇଥିବା ବାଜି ରାଉତ ଙ୍କୁ ବ୍ରିଟିଶ ପୋଲିସ ଆଦେଶ ଦେଲେ ସେଇ ଆଦେଶ ଖିଲାପ କରିବାରୁ( ୧୧ଅକ୍ଟୋବର ୧୯୩୮ ମସିହା ) ଗୁଳି କରି ହତ୍ୟା କରିଥିଲେ। ସେ ସମୟରେ ବାଜି ରାଉତଙ୍କ ବୟସ ମାତ୍ର ୧୨ ବର୍ଷ ହୋଇଥିଲା। ଦେଶରେ ଚାଲୁଥିବା ସ୍ୱାଧୀନତା ଆନ୍ଦୋଳନରେ ସଂଗ୍ରାମୀ ଯୋଦ୍ଧାଙ୍କ ମଧ୍ୟରେ ବାଜି ରାଉତ ଥିଲେ କନିଷ୍ଠ ଯୁବ। ତାଙ୍କର ସାହସ ଧୈର୍ଯ୍ୟକୁ ଦୃଷ୍ଟିରେ ରଖି ଖେଳାଳି ନିଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିଲେ ନିଶ୍ଚିତ ଭାବରେ ସଫଳତା ହାସଲ ହୋଇପାରିବ ବୋଲି ମତ ରଖିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ