
ଭୁବନେଶ୍ୱର, 22 ଅକ୍ଟୋବର (ହି.ସ.)- ମହାନ ବିପ୍ଲବୀ
ଶହୀଦ ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ମହାନ ବିପ୍ଲବୀ ଶହୀଦ ଅଶଫାକ ଉଲ୍ଲା ଖାନଙ୍କ ଜୟନ୍ତୀ ଅବସରରେ ଭକ୍ତିପୂତ ପ୍ରଣାମ। ଜଣେ
କ୍ରାନ୍ତିକାରୀ କବି ତଥା ହିନ୍ଦୁସ୍ତାନ ରିପବ୍ଲିକାନ ଆସୋସିଏସନର ସହ-ପ୍ରତିଷ୍ଠାତା ଭାବରେ ସେ
ଅଦମ୍ୟ ସାହସ ଏବଂ ନିଃସ୍ୱାର୍ଥପର ଦେଶପ୍ରେମର ପ୍ରତୀକ ଥିଲେ। ବ୍ରିଟିଶ ଶାସନକୁ ଦୋହଲାଇ
ଦେଇଥିବା କାକୋରୀ ଟ୍ରେନ୍ ଘଟଣାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଚରମ
ବଳିଦାନ , ଦେଶଭକ୍ତି ,
ଏବଂ
କ୍ରାନ୍ତିକାରୀ ଆମ ପାଇଁ ଚିରନ୍ତନ ପ୍ରେରଣା ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା