ଶିକ୍ଷକ ସଂଘ କରିଥିବା ଅଭିଯୋଗ ସମ୍ପୂର୍ଣ ଅମୂଳକ ଓ ଆଧାରଶୂନ୍ୟ ବୋଲି ପ୍ରତିକ୍ରିୟା ଦେଲେ କିରାଣୀ
ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷକ ସଂଘ କରିଥିବା ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ସଂଘ କରିଥିବା ଅଭିଯୋଗ ସମ୍ପୂର୍ଣ ଅମୂଳକ ଓ ଆଧାରଶୂନ୍ୟ ବୋଲି ତୀବ୍ର
ଶିକ୍ଷକ ସଂଘ କରିଥିବା ଅଭିଯୋଗ ସମ୍ପୂର୍ଣ ଅମୂଳକ ଓ ଆଧାରଶୂନ୍ୟ ବୋଲି ପ୍ରତିକ୍ରିୟା ଦେଲେ କିରାଣୀ


ମାଲକାନଗିରି, ୨୬ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଳକ୍ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ କିରାଣୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷକ ସଂଘ କରିଥିବା ଅଭିଯୋଗ ଏବେ ଭିନ୍ନ ମୋଡ଼ ନେଇଛି। ଶିକ୍ଷକ ସଂଘ କରିଥିବା ଅଭିଯୋଗ ସମ୍ପୂର୍ଣ ଅମୂଳକ ଓ ଆଧାରଶୂନ୍ୟ ବୋଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଜନୈକ କିରାଣୀ ସୁଧାମଣୀ ପାଢ଼ୀ। ତାଙ୍କ ବିରୋଧରେ ସଂଘ କରିଥିବା ଅଭିଯୋଗ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରୀମତୀ ପାଢ଼ୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କୌଣସି ତଥ୍ୟ ପ୍ରମାଣ ନଥାଇ ସ୍ୱାର୍ଥ ହାସଲ ନହେବାରୁ ସଂଘ ଆକ୍ରୋଶ ରଖ୍ ତାଙ୍କ ଚରିତ୍ର ସଂହାର କରିବା ସହ ବଦଳି ଦାବି କରିବା ହାସ୍ୟାସ୍ପଦ ବୋଲି କହିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖରାପ ବ୍ୟବହାର କରିବା, କୌଣସି କାମ ପାଇଁ ଅର୍ଥ ମାଗିବା ଓ ବ୍ଳକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରେ ବେନିୟମ ଭାବେ ଡ୍ୟୁଟି କରିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଯାହାର ପ୍ରତିକ୍ରିୟା ରଖଛନ୍ତି ଶ୍ରୀମତୀ ପାଢ଼ୀ |

ସେ କହିଛନ୍ତି ଯେ, ମୁଁ ୨୦୧୨ ମସିହାରେ କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମଭି-୩୪ ଉନୀତ ଉଚ୍ଚ ବିଦ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରେ ଯୋଗ ଦେଇଥୁଲି | ଗତ ତା ୮/୯/୨୦୧୬ ରିଖରେ ଜିଲ୍ଲାଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା(ମେମୋ ନଂ ୩୨୮୬) ଆଧାରରେ ମୋତେ କୋରୁକୋଣ୍ଡା ବ୍ଳକ୍ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହି ଦିନଠାରୁ ମୁଁ ଉକ୍ତ କାର୍ଯ୍ୟାଳୟରେ କନିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଅଛି। କିନ୍ତୁ ମୁଁ ବେନିୟମ ଭାବେ ବ୍ଳକ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛି ବୋଲି ପ୍ରକାଶିତ ଖବରକୁ ଦୃଢ଼ ଭାବେ ନିନ୍ଦା ଓ ପ୍ରତିବାଦ କରୁଛି। ଅନ୍ୟପକ୍ଷରେ କୌଣସି ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦୁବ୍ୟବ‌ହାର ଓ ଟଙ୍କା ମାଗିବା କଥା ସମ୍ପୂର୍ଣ ମନଗଢା ଏଂ କପୋଳକଳ୍ପିତ ବୋଲି କହିଛନ୍ତି ଶ୍ରୀମତୀ ପାଢ଼ୀ। ନିଜର ବୃହତ୍ ସ୍ଵାର୍ଥରେ ବାଧା ସୃଷ୍ଟି ହେବାରୁ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ଏପରି ଚକ୍ରାନ୍ତ ରଚି ମୋ ବଦଳି ଦାବି କରିଥିବା ପାଲଟା ଅଭିଯୋଗ କରିଛନ୍ତି ଶ୍ରୀମତୀ ପାଢ଼ୀ ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande