ବୋଡକ ପାଟଣା-ସରମରା ଭାୟା ଟିଲୋ ରାସ୍ତା କାର୍ଯ୍ୟ ଅଧପନ୍ତରିଆ, ସମସ୍ୟା ଭୋଗୁଛନ୍ତି ଲୋକେ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳର ସାଧାରଣ ଲୋକ ମାନଙ୍କ ଗମନାଗମନ ଉପରେ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ପ୍ରଶାସନିକ ସ୍ତରରେ ସଠିକ୍ ତଦାରଖର ଅଭାବ ଯୋଗୁ ସରକାରୀ ଅର୍ଥର ସୁବିନିଯୋଗ ହୋଇପାରୁନଥିବା ନେଇ ବିଭିନ୍
BODAK PATANA TO SARAMARA VIA TILLO ROAD


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଂଚଳର ସାଧାରଣ ଲୋକ ମାନଙ୍କ ଗମନାଗମନ ଉପରେ ଗୁରୁତ୍ୱ ଦେଇ ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମାତ୍ର ପ୍ରଶାସନିକ ସ୍ତରରେ ସଠିକ୍ ତଦାରଖର ଅଭାବ ଯୋଗୁ ସରକାରୀ ଅର୍ଥର ସୁବିନିଯୋଗ ହୋଇପାରୁନଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି । ଏଭଳି ଏକ ଅଭିଯୋଗ ଆସିଛି ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନ ବୋଡକ ପାଟଣା ଠାରୁ ସରମରା ରାସ୍ତା ଭାୟା ଟିଲୋ ରାସ୍ତାରେ । ପ୍ରକାଶ ଯେ, ବୋଡକ ପାଟଣା ଠାରୁ ସରମରା ଭାୟା ଟିଲୋ ୧୦ କିମି. ୨ ଶହ ମିଟର ଦୌର୍ଘ୍ୟ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ଗତ ୨୦୨୧ ମସିହାରେ ସରକାରୀ ଅନୁଦାନ ଆସି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲ । ଗତ ୨୦୨୪ ମସିହାରେ ବୋଡକ ପାଟଣାରୁ ସରମରା ପର୍ଯ୍ୟନ୍ତ ରାସ୍ତାର ପିଚୁ କାର୍ଯ୍ୟ ଶେଷ ହୋଇଥିଲା । ଏହା ମଧ୍ୟରେ ବିଭିନ୍ନ ସ୍ଥାନରେ ପିଚୁ ଉଠି ରାସ୍ତା ଖାଲଖମାରେ ପରିଣତ ହୋଇ ପାଣି ଜମି ରହୁଛି । ସେହିପରି ସରମରାରୁ ଟିଲୋ ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ ଅଧପନ୍ତରିଆ ହୋଇ ପଡି ରହିିଛି । ଫଳରେ ଏହି ରାସ୍ତା ଦେଇ ଦୈନନ୍ଦିନ ଯାତାୟତ କରୁଥିବା ଶହ ଶହ ଲୋକ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାର ଓଡଙ୍ଗ ପଂଚାୟତ ତୋଟାସାହି ଠାରେ ଜିଲା ପ୍ରସିଦ୍ଧ ସାବିତ୍ରୀ ମଣ୍ଡପ ରହିଛି । ଏହି ମଣ୍ଡପକୁ ସାବିତ୍ର ବ୍ରତ ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମାନେ ଆସିଥାନ୍ତି । ସେହିପରି ଏହି ରାସ୍ତା ଉପରେ ଓଡଙ୍ଗ, ଛୟାଳସିଂହ, ଟିଲୋ, ନିଳୋକ, ଗଣିଜାଙ୍ଗ, କାଦବରାଙ୍ଗ, ଆଡିଆ ଆଦି ପଞ୍ଚାୟତର ଲୋକ ମାନେ ନିର୍ଭର କରନ୍ତି । ଏହି ରାସ୍ତା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ଏବଂ ବରପଦା-ଆଗରପଡା ରାସ୍ତାକୁ ସଂଯୋଗ କରିଛି । ତେବେ ଜିଲା ପ୍ରଶାସନ ଏହି ରାସ୍ତାର ସମସ୍ୟା ପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବୀ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande