ବିଜେପି ପକ୍ଷରୁ କୁମ୍ଭାର ସମାବେଶ
ସମ୍ବଲପୁର/ନୂଆପଡା, ୨୯ ଅକ୍ଟୋବର (ହି.ସ.) - ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ରେଙ୍ଗ ଠାରେ ''ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଂଚ ଓଡିଶା'' ତରଫରୁ ଏକ ବିଶାଳ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ
ବିଜେପି ପକ୍ଷରୁ କୁମ୍ଭାର ସମାବେଶ


ବିଜେପି ପକ୍ଷରୁ କୁମ୍ଭାର ସମାବେଶ


ବିଜେପି ପକ୍ଷରୁ କୁମ୍ଭାର ସମାବେଶ


ବିଜେପି ପକ୍ଷରୁ କୁମ୍ଭାର ସମାବେଶ


ବିଜେପି ପକ୍ଷରୁ କୁମ୍ଭାର ସମାବେଶ


ସମ୍ବଲପୁର/ନୂଆପଡା, ୨୯ ଅକ୍ଟୋବର (ହି.ସ.) - ନୂଆପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋମନା ବ୍ଲକ ଅନ୍ତର୍ଗତ ରେଙ୍ଗ ଠାରେ 'ନୂଆପଡା କୁମ୍ଭାର ସମାଜ ଓ କୁମ୍ଭାର ଯୁବାମଂଚ ଓଡିଶା' ତରଫରୁ ଏକ ବିଶାଳ ସାମାଜିକ ସମାରୋହ ଅୟୋଜିତ ହୋଇଯାଇଛି । ଏହି ସମାବେଶରେ ଓଡ଼ିଶା ସରକାରଙ୍କ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୁମ୍ଭାର ମାନଙ୍କ ସହିତ ତାଙ୍କର ପାରିବାରିକ ସାମାଜିକ ଆର୍ôଥକ ସ୍ଥିତି ପରିସ୍ଥିତି ବିଷୟରେ ଆଲୋଚନା କରିଥିଲେ । ଏଥିରେ ଉପସ୍ଥିତ କୁମ୍ଭାର ମାନେ ବିଭିନ୍ନ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବା ସହ ମାଟିକଳା ବୋର୍ଡ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିକଶିତ ଭାରତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ବିପୁଳ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଧଳସାମନ୍ତ ଉପସ୍ଥିତ ମହଲଙ୍କୁ ଆହ୍ୱାନ କରିଥିଲେ । ଏହି ସମାବେଶରେ ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ ଭଗବାନ ମହାନ୍ତିଙ୍କ ସମେତ ବହୁ ଦଳୀୟ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande