ବିନା ଟିକେଟରେ ରେଳ ଯାତ୍ରା, ୭୯ଜଣକୁ ଠାରୁ ଜୋରିମାନା ଆଦାୟ
ବାରିପଦା, ୨୯ ଅକ୍ଟୋବର (ହି.ସ.) - ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ଟ୍ରେନରେ ବିନା ଟିକେଟରେ ରେଳ ଯାତ୍ରା କରିବାକୁ ନେଇ ଜୋରିମାନା ଆଦାୟ କରାଯାଇଛି। ଯାହାକୁ ନେଇ ରେଳ ବିଭାଗ ପକ୍ଷରୁ ଅତର୍କିତ ଭାବେ ଟିଟିଆଇ ଟିକେଟ ଯାଂଚ ପ୍ରକ୍ରିୟା ହୋଇଥିଲା। ଯାଂଚ ସମୟରେ ୭୯ଜଣ ବିନା ଟିକେଟରେ ରେଳ ଯାତ୍ରା କରୁଥି
Fine Collection From Without Ticket Passengers


Fine Collection From Without Ticket Passengers


ବାରିପଦା, ୨୯ ଅକ୍ଟୋବର (ହି.ସ.) - ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ ଟ୍ରେନରେ ବିନା ଟିକେଟରେ ରେଳ ଯାତ୍ରା କରିବାକୁ ନେଇ ଜୋରିମାନା ଆଦାୟ କରାଯାଇଛି। ଯାହାକୁ ନେଇ ରେଳ ବିଭାଗ ପକ୍ଷରୁ ଅତର୍କିତ ଭାବେ ଟିଟିଆଇ ଟିକେଟ ଯାଂଚ ପ୍ରକ୍ରିୟା ହୋଇଥିଲା। ଯାଂଚ ସମୟରେ ୭୯ଜଣ ବିନା ଟିକେଟରେ ରେଳ ଯାତ୍ରା କରୁଥିବାର ଜଣାପଡିଥିଲା। ସେମାନଙ୍କ ପାଖରୁ ସମୁଦାୟ ୯,୯୮୦ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଉକ୍ତ ଟ୍ରେନରେ ଅଧିକାଂଶ ଯାତ୍ରୀ ବିନା ଟିକେଟରେ ଯାତ୍ରା କରୁଛନ୍ତି। ଯାହା ଫଳରେ ରେଳ ବିଭାଗର କ୍ଷତି ହେଉଛି। ଏନେଇ ଟିକେଟ ଯାଂଚ ପ୍ରକ୍ରିୟାକୁ ତୀବ୍ର କରାଯାଇଥିଲା। ଜୋରିମାନା ଆଦାୟ କରିବା ସହ ଯାତ୍ରୀ ମାନଙ୍କୁ ଡିଜିଟାଲ ଟିକେଟ କରିବା ନେଇ ସଚେତନ କରାଯାଇଥିଲା। ୟୁଟିଏସ ମୋବାଇଲ ଆପ୍ଲିକେସନ ଏବଂ ରେଳ ଷ୍ଟେସନରେ ଥିବା ଏଟିଭିଏମ ମେସିନ ଜରିଆରେ ସ୍ମାର୍ଟ ଟିକେଟ ତୁରନ୍ତ କରି ପାରିବେ ବୋଲି ସଚେତନ କରାଯାଇଛି। ରେଳ ବିଭାଗ ପକ୍ଷରୁ ଆଗକୁ ଉକ୍ତ ଯାଂଚ ପ୍ରକ୍ରିୟା କଡାକଡି କରାଯିବ ବିନା ଟିକେଟ ଯାତ୍ରୀଙ୍କ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande