୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜ୍ୟସ୍ତୀୟ ଶ୍ରାଦ୍ଧ ବାର୍ଷିକ ସମାରୋହ
ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ପୂଣ୍ୟ ଶ୍ରାଦ୍ଧ ବାର୍ଷିିକ ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ତରଫରୁ ଆସନ୍ତା ୩୧ ତାରିଖ ଶୁକ୍ରବାର ସକାଳ ୮ ଘଟିକା ସମୟରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ
୩୧ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜ୍ୟସ୍ତୀୟ ଶ୍ରାଦ୍ଧ ବାର୍ଷିକ ସମାରୋହ


ଭୁବନେଶ୍ୱର, ୨୯ ଅକ୍ଟୋବର (ହି.ସ)- ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗୀୟା ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୪୧ତମ ପୂଣ୍ୟ ଶ୍ରାଦ୍ଧ ବାର୍ଷିିକ ଅବସରରେ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତି ତରଫରୁ ଆସନ୍ତା ୩୧ ତାରିଖ ଶୁକ୍ରବାର ସକାଳ ୮ ଘଟିକା ସମୟରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ମହା ସମାରୋହରେ ଅନୁଷ୍ଠିତ ହେବ। ପ୍ରତ୍ୟୁଷରୁ ଇନ୍ଦିରାଜୀଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧା ସୁମନ ଅର୍ପଣ, ସମବେତ ରାମଧୂନ, ଭଜନ, ସର୍ବଧର୍ମ ପ୍ରାର୍ଥନା ସଭା ଓ ମୁଖ୍ୟ ଅତିଥିଙ୍କ ଦ୍ୱାରା ରାଷ୍ଟ୍ରୀୟ ସଂକଳ୍ପ ଶପଥ ପାଠ ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସମାରୋହରେ ଓଡିଶାର ବହୁ ବରେଣ୍ୟ ନେତୃମଣ୍ଡଳୀ, ବିଭିନ୍ନ ଧର୍ମର ଧର୍ମଗୁରୁ, ଓ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ ଓ ଛାତ୍ରଛାତ୍ରୀ ପ୍ରମୁଖ ବହୁ ସଂଖ୍ୟାରେ ଯେଗଦାନ କରିବାର କାର୍ଯ୍ୟକ୍ରମ ରହିଅଛି। ଏଣୁ ଏହି ସମସ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ବିପୁଳ ସଂଖ୍ୟାରେ ଯୋଗଦେବାକୁ ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ଅଧ୍ୟକ୍ଷ ସୁରେଶ କୁମାର ରାଉତରାୟ, ସାଧାରଣ ସମ୍ପାଦକ ଅମୀୟ କୁମାର ପଟ୍ଟନାୟକ ଓ ଉପାଧ୍ୟକ୍ଷା ସସ୍ମିତା ବେହେରା ସମ୍ପାଦକ ପୃଥ୍‌ବୀ ବଲ୍ଲଭ ପଟ୍ଟନାୟକ ପ୍ରମୁଖ ଏକ ପ୍ରେସ ବିଜ୍ଞପ୍ତିରେ

ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande