


ସମ୍ବଲପୁର/ ନୁଆପଡା, ୨୯ ଅକ୍ଟୋବର (ହି.ସ.) - ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି କୋମନା ବ୍ଲକର ବେଲା ପଂଚାୟତ ରେ ଭାରତୀୟ ଜନତା ପାର୍ଟିର ଦଳୀୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ସମୟରେ ଉପସ୍ଥିତ କର୍ମୀ ଓ ଅଂଚଳବାସୀଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଉପସ୍ଥିତ ବିଜେପି ନେତୃବୃନ୍ଦ କେନ୍ଦ୍ରର ନରେନ୍ଦ୍ର ମୋଦୀଙ୍କ ସରକାର ଓ ରାଜ୍ୟର ମୋହନ ଚରଣ ମାଝୀଙ୍କ ସରକାର ର ଉପଲବ୍ଧି କୁ ଅଂଚଳର ଘରେ ଘରେ ପହଁଚି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିବାକୁ ଅନୁରୋଧ କରିଥିଲେ ।
ଆଜିର ଏହି ଉଦଘାଟନି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାପତି ଶିବାଜୀ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିବ ପ୍ରସାଦ ମୁଣ୍ଡ, ସ୍ଥାନୀୟ ସରପଂଚ ବିମଲ ଯୋଷୀ, ଜିଲ୍ଲା ପରିଷଦ ସଭ୍ୟା ଝରଣା ପାଣିଗ୍ରାହୀ, ସମିତି ସଭ୍ୟା କାଂଚନ ବାଗ ଓ ପଂଚାୟତ ପ୍ରମୁଖ ପ୍ରବୀଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ