ବାତ୍ୟା ସମୟରେ ଗର୍ଭବତୀ ମହିଳା ମାନଙ୍କ ସ୍ୱତନ୍ତ୍ର ଯତ୍ନ
ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଗର୍ଭବତୀ ମହିଳା ଓ ଆସନ୍ନ ପ୍ରସବା ମାନଙ୍କୁ ଆଗୁଆ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେମାନଙ୍କ ସ୍ୱତନ୍ତ୍ର ଯତ୍ନ ନିଆଯାଉଛି । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍
ବାତ୍ୟା ସମୟରେ ଗର୍ଭବତୀ     ମହିଳା ମାନଙ୍କ ସ୍ୱତନ୍ତ୍ର ଯତ୍ନ


ଭୁବନେଶ୍ୱର, 29 ଅକ୍ଟୋବର (ହି.ସ.)- ସମ୍ଭାବ୍ୟ

ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାର ଗର୍ଭବତୀ ମହିଳା ଓ ଆସନ୍ନ ପ୍ରସବା

ମାନଙ୍କୁ ଆଗୁଆ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇ ସେମାନଙ୍କ ସ୍ୱତନ୍ତ୍ର ଯତ୍ନ

ନିଆଯାଉଛି । ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ସେମାନଙ୍କ ପାଇଁ ସୁଷମ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ଔଷଧ, ପାନୀୟ ଜଳ ବ୍ୟବସ୍ଥା ସହ

ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ନିୟୋଜିତ ଅଛନ୍ତି । ବିଦ୍ୟୁତ କାଟକୁ ଦୃଷ୍ଟିରେ ରଖି ୨୪ ଘଣ୍ଟିଆ ପାୱାର ବ୍ୟାକଅପ ମଧ୍ୟ

କରାଯାଇଛି ।

ଗର୍ଭବତୀ ମହିଳା ମାନଙ୍କୁ

ସେମାନଙ୍କ ଘରୁ ଆଣିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏପରିକି ନବଜାତ ଶିଶୁ ଓ ମା

ମାନଙ୍କୁ ମଧ୍ୟ ନିକଟସ୍ଥ ଡାକ୍ତରଖାନାରେ ରଖାଯାଇ ସେମାନଙ୍କ ଯତ୍ନ ନିଆଯାଉଛି । କୌଣସି ଗର୍ଭବତୀ

ମହିଳା ଯେପରି ବାଦ ନପଡ଼ନ୍ତି ଏଥିପାଇଁ ଆଶା ଓ ଅଙ୍ଗନୱାଡି କର୍ମୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି

। ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯିବା ସହ

ଏଥିପ୍ରତି ତ୍ୱରିତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ସମୟରେ ସରକାର

ପ୍ରତ୍ୟେକ ବ୍ୟକ୍ତିଙ୍କ ଯତ୍ନ ନେବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande