
ସମ୍ବଲପୁର, ୩୦ ଅକ୍ଟୋବର (ହି.ସ) - ସମ୍ବଲପୁର ଜିଲ୍ଲା ସହ ନିର୍ଦ୍ଦେଶକ ସଂଚୟ ଏବଂ ଆର୍ôଥକ ସେବା ବିଭାଗ ଆନୁକୁଲ୍ୟରେ ବିଶ୍ୱ ମିତବ୍ୟୟିତା ଦିବସ-୨୦୨୫ ମହାସମାରୋହରେ ତପସ୍ୱିନୀ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ବିଶ୍ୱ ମିତବ୍ୟୟିତା ଦିବସ ମିତବ୍ୟୟୀ ହୋଇ ସଂଚୟ କରନ୍ତୁ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ବିଷୟ ଉପରେ ଆଧାରିତ ଥିଲା। ଏହି କାର୍ଯ୍ୟକ୍ରମରେ ସଂଚୟ ଓ ଆର୍ôଥକ ସଚେତନତାର ଗୁରୁତ୍ୱ ବିଷୟରେ ଆଲୋଚନା କରାଯାଇଥିଲା।ସମ୍ବଲପୁର ପୋଷ୍ଟାଲ ସେବାର ସହାୟକ ନିର୍ଦ୍ଦେଶକ ବି. ମହେଶ୍ୱର ରାଓ ପୋଷ୍ଟାଲ ସେଭିଂସ ସ୍କିମ୍ ଏବଂ ସେଭିଂସ ହବ୍ ବିଷୟରେ ଆଲୋଚନା କରିଥିଲେ । ସାଇବର ଅପରାଧ ଓ ସେଥିରୁ କିପରି ରକ୍ଷା ପାଇ ପାରିବା ସେ ବିଷୟରେ ସମ୍ବଲପୁର ସାଇବର ପୋଲିସ ଥାନାର ଉପପରିଚାଳକ ଡେପୁଟି ଏସପି ଇଶ୍ୱର ତାଣ୍ଡି ଅବଗତ କରାଇଥିଲେ । ଏଥି ସହିତ ସମ୍ବଲପୁର ଏଲଡିଏମ୍ ଦେବ କିଶୋର ନାୟକ ଆର୍ôଥକ ସମାବେଶ ଓ ସାକ୍ଷରତା ବିଷୟରେ ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ପୁରସ୍କାର ବିତରଣ ଓ ଅଳ୍ପାହାର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମରେ ସମ୍ବଲପୁର ସଂଚୟ ଓ ଆର୍ôଥକ ସେବା ସହାୟକ ନିର୍ଦ୍ଦେଶକ ନିଳାଂଚଳ ସେଠୀ ସ୍ୱାଗତ ଭାଷଣ ଓ ଉଦ୍ଘାଟନ ଉଦବୋଧନ ଦେଇଥିଲା ବେଳେ ଶେଷରେ ଧନ୍ୟବାଦ ଭାଷଣ ମଧ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ୱୟଂ ସହାୟିକ ଗୋଷ୍ଠୀ ସଦସ୍ୟା, ଅଙ୍ଗନବାଡି କର୍ମୀମାନେ ଓ ସାଧାରଣ ନାଗରିକମାନେ ଉପସ୍ଥିତ ହୋଇଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ବକ୍ତୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଆନିମିତା ଶଥପଥି , ଦ୍ୱିତୀୟ ରେ ରାଖୀ ଶର୍ମା ଏବଂ ତୃତୀୟ ସ୍ଥାନ ରେ ସୋଫିଆ ମଲ୍ଲିକ କୃତିତ୍ୱ ହାସଲ କରି ପୁରସ୍କୃତ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ