ଜିଲ୍ଲା ବିଶ୍ୱ ମିତ୍ୱ୍ୟୟୀ ଦିବସ
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ କାର୍ଯ୍ୟାଳୟ,ଭଦ୍ରକ ଓ ଅତିରିକ୍ତ ଜିଲ୍ଲାପାଳ ଭଦ୍ରକଙ୍କ ସଭାପତିତ୍ୱରେ ସଦ୍ ଭାବନା ଗୃହ ଠାରେ ଜିଲ୍ଲା ବିଶ୍ୱ ମିତ୍ୱ୍ୟୟୀ ଦିବସ – ୨୦୨୫ ପାଳିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବି ନାର
jilla biswo  mitabyayee


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ କାର୍ଯ୍ୟାଳୟ,ଭଦ୍ରକ ଓ ଅତିରିକ୍ତ ଜିଲ୍ଲାପାଳ ଭଦ୍ରକଙ୍କ ସଭାପତିତ୍ୱରେ ସଦ୍ ଭାବନା ଗୃହ ଠାରେ ଜିଲ୍ଲା ବିଶ୍ୱ ମିତ୍ୱ୍ୟୟୀ ଦିବସ – ୨୦୨୫ ପାଳିତ ହୋଇଯାଇଛି । ଏହି କାଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଯୋଗ ଦେଇ ସଞ୍ଚୟ, ଆର୍ôଥକ ସାକ୍ଷରତା କାର୍ଯ୍ୟକ୍ରମ ଓ ସୁକନ୍ୟା ସମୃଦ୍ଧି ଖାତା ଖୋଲିବା , ସମସ୍ତ ଜିଲ୍ଲା କାର୍ଯ୍ୟାଳୟ ର ଅଧିକାରୀ, କର୍ମଚାରୀ ଅନଲାଇନ ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେହି ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ସଭାରେ ଅତିଥି ଭାବରେ ଭଦ୍ରକ ଡାକ ବିଭାଗ ଅଧିକାରୀ ଶ୍ରୀ ବିଜୟ କୁମାର ମହାନ୍ତି, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ୍ ଅଧିକାରୀ, କହିଥିଲେ ଯେ ଡାକବିଭାଗ ଖାଲି ଚିଠି ଦେବା ନେବାର କେବଳ ମାଧ୍ୟମ ନ ହୋଇ ଏକ ଉତ୍ତମ ସଂଚୟର ବାଟ ହୋଇପାରିଛି। ଯେଉଁଠି ବ୍ୟାଙ୍କ୍ ନାହିଁ ସେଠାରେ ସଂଚୟର ଏକ ନୂତନ ବାଟ ଡାକ ବିଭାଗ ଦେଖାଇଛି। ଅତି କମ ରେ ଏକ ଶହ ଟଙ୍କା ରେ ଡାକ ବିଭାଗରେ ଖାତା ଖୋଲି ପାରିବେ।ସାଇବର ସେଲ ଅଧିକାରୀ ବନ୍ଦନା ଦେବୀ ବିଭିନ୍ନ ସାଇବରଓ ଅନ ଲାଇନ ଠକେଇ ଜନିତ ଅପରାଧ ବିଷୟରେ ସୂଚନା ଦେଇଥିଲେ।ପରିଶେଷରେ ଜିଲ୍ଲା ଆର୍ôଥକ ସେବା ଓ ସଂଚୟ ବିଭାଗ ଅଧିକାରିଣୀ ଆର୍ôଥକ ସାକ୍ଷରତା, ବିଭିନ୍ନ ସଞ୍ଚୟ ଯୋଜନା, ବୀମା ଯୋଜନା, ସାଇବର ସଚେତନତା ସମ୍ପର୍କରେ ସଚେତନ କରିଥିଲେ ଓ ଅଭିଭାବକ ମାନଙ୍କୁ ଶିଶୁ କନ୍ୟା ପାଇଁ ସୁକନ୍ୟା ସମୃଦ୍ଧି ଆକାଉଣ୍ଟ ଖୋଲିବା ପାଇଁ ପ୍ରେରିତ କରିଥିଲେ। ଏହି ସଭାରେ ଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ ଡେପୁଟି କଲେକ୍ଟର , ସହାୟକ ଜିଲ୍ଲାପାଳ , ସମସ୍ତ ବିଭାଗର କର୍ମଚାରୀ ଯୋଗ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande