ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶରେ ଭଦ୍ରକ ଜିଲ୍ଲାର କିଶୋରୀଙ୍କ କୃତିତ୍ୱ
ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଏକ ଦୁଇଦିନିଆ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶରେ ଭଦ୍ରକର ଛାତ୍ରୀମାନେ ସେମାନଙ୍କ କୃତିତ୍ୱ ଦେଖାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ମହିଳା ଓ ଶିଶୁ ବିଭାଗ ଓଡ଼ିଶା ଦ୍ୱାରା ଅନୁଷ୍ଠିତ ଏହି ସମାବେଶରେ ୩୦ ଜିଲ୍ଲାର ୫ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ
rajya stariya kishore kishori


ଭଦ୍ରକ, ୩୦ ଅକ୍ଟୋବର (ହି.ସ.) - ଏକ ଦୁଇଦିନିଆ ରାଜ୍ୟସ୍ତରୀୟ କିଶୋରୀ କିଶୋର ସମାବେଶରେ ଭଦ୍ରକର ଛାତ୍ରୀମାନେ ସେମାନଙ୍କ କୃତିତ୍ୱ ଦେଖାଇଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ଭୁବନେଶ୍ୱର ଠାରେ ମହିଳା ଓ ଶିଶୁ ବିଭାଗ ଓଡ଼ିଶା ଦ୍ୱାରା ଅନୁଷ୍ଠିତ ଏହି ସମାବେଶରେ ୩୦ ଜିଲ୍ଲାର ୫ ଜଣ ଲେଖାଏଁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଭଦ୍ରକ ଜିଲ୍ଲାର ଚାନ୍ଦବାଲି -୨ ବ୍ଲକର ସୁସ୍ମିତା ବେହେରା, ଅର୍ଚିତା ଅଗସ୍ତି, ତିହିଡି ବ୍ଲକର ସୁଶ୍ରୀ ଦେବାଂଶି ମିଶ୍ର, କ୍ରିଷ୍ଣା ରାଣୀ ମଲ୍ଲିକ ଓ ଧାମନଗର ବ୍ଲକର ଅଙ୍କିତା ସେଠୀ ଚିତ୍ରାଙ୍କନ,ନୃତ୍ୟ, ସଙ୍ଗୀତ ଓ ଡିଜିଟାଲ ଷ୍ଟୋରୀ ଟେଲିଙ୍ଗ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଧାମନଗର ବ୍ଲକର ଅଙ୍କିତା ସେଠୀ ସଙ୍ଗୀତ (ସିନିଅର ) ରେ ଦ୍ୱିତୀୟ ଓ ଚାନ୍ଦବାଲି -୨ ବ୍ଲକର ସୁସ୍ମିତା ବେହେରା ନୃତ୍ୟ ( ଜୁନିଅର ) ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ମହିଳା ଓ ଶିଶୁ ବିକାଶ ସଚିବ ଶୁଭା ଶର୍ମା, ନିର୍ଦ୍ଦେଶିକା ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଠାରୁ ପ୍ରମାଣ ପତ୍ର ସହ ନଗଦ ଟ ୧୫୦୦ ଓ ୧୦୦୦ ଟଙ୍କା ପୁରସ୍କାର ରାଶି ଗ୍ରହଣ କରିଛନ୍ତି। ଏଥିପାଇଁ ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ ରାଉତରାଏ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଓ ଭଦ୍ରକ ଜିଲ୍ଲାର ସମସ୍ତ ଆଇ ସି ଡ଼ି ଏସ ର କର୍ମକର୍ତ୍ତା ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande