
ସୁବର୍ଣ୍ଣପୁର, 2 ନଭେମ୍ବର (ହି.ସ.)
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପବିତ୍ର କାର୍ତ୍ତିକ ପଞ୍ଚୁକ ଉତ୍ସବ ଆଜି ଦେବୋତ୍ଥାନ ଏକାଦଶୀ ରୁ ଆରମ୍ଭ ହୋଇଯାଇଛି । ଆଜି ଏ ଅବସରରେ ଭୋର୍ ୫.୦୦ ଘ. ରେ ଦ୍ବାର ଫିଟା, ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା, ଖେଚୁଡ଼ି ଭୋଗ ଆଦି ପୂଜାନୀତି ପରେ ଶ୍ରୀଜିଉମାନଙ୍କ ଲକ୍ଷ୍ମୀନାରାୟଣ ଓ ବାଙ୍କଚୁଡ଼ା ବେଶ ଅନୁଷ୍ଠିତ ହୋଇଥିଲା । ଆଜି ଏ ପବିତ୍ର ତିଥିରେ ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାୟକଙ୍କ ସପରିବାର ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମହାପ୍ରଭୁଙ୍କ ଦିବ୍ଯ ଦର୍ଶନ ପାଇଁ ବହୁ ସଂଖ୍ଯାରେ ଭକ୍ତ ଦର୍ଶନାର୍ଥୀଙ୍କ ସମାଗମ ହୋଇଥିଲା। ଗୁଣାକର ପଣ୍ଡା ଓ ଜଗନ୍ନାଥ ହୋତା ବେଶ ଓ ପୂଜା ନୀତି ସଂପାଦନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ