ଚରମ୍ପାରୁ ବାଇକ୍ ଡିକି ଭାଙ୍ଗି ଲୁଟ୍ ହୋଇଥିବା ଟଙ୍କା ଉଦ୍ଧାର କଲା ପୁଲିସ୍‌
ଭଦ୍ରକ, ୨ ନଭେମ୍ବର (ହି.ସ.) - ଗତ ଅକ୍ଟୋବର ମାସ ୧୦ ତାରିଖ ଦିନ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍‌ରେ ୨ ଜଣ ଲୁଟେରା ଚରମ୍ପା ପଂଚାୟତର ଥୋରଦା ଗ୍ରାମନିବାସୀ ଗୌରହରି ମହାନ୍ତିଙ୍କ ମୋଟରସାଇକେଲ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରିଥିଲେ । ଉକ୍ତ ଲୁଟ୍ ଘଟଣାର ଦ
CHRAMPA DIKI BHANGI LUT TANKA UDHAR


ଭଦ୍ରକ, ୨ ନଭେମ୍ବର (ହି.ସ.) - ଗତ ଅକ୍ଟୋବର ମାସ ୧୦ ତାରିଖ ଦିନ ଭଦ୍ରକ ସହରାଂଚଳ ଥାନା ଅଧୀନସ୍ଥ ଚରମ୍ପାର ଷ୍ଟେସନ ରୋଡ୍‌ରେ ୨ ଜଣ ଲୁଟେରା ଚରମ୍ପା ପଂଚାୟତର ଥୋରଦା ଗ୍ରାମନିବାସୀ ଗୌରହରି ମହାନ୍ତିଙ୍କ ମୋଟରସାଇକେଲ୍ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରିଥିଲେ । ଉକ୍ତ ଲୁଟ୍ ଘଟଣାର ଦୃଶ୍ୟ ଏକ ସିସିଟିଭିରେ କଏଦ ହୋଇଥିଲା । ତେବେ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିର୍ଦ୍ଦେଶ କ୍ରମେ ସହରାଂଚଳ ଥାନାଧିକାରୀ ପ୍ରଭାଂଶୁ ମିଶ୍ର ତଦନ୍ତ କରି ଆଜି ଯାଜପୁରର ଏକ ଘରୁ ଲୁଟ୍ ଟଙ୍କା ମଧ୍ୟରୁ ୪ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛନ୍ତି । ଲୁଟେରା ୨ ଜଣ ଫେରାର ଥିବାବେଳେ ଥାନାଧିକାରୀ ଶ୍ରୀ ମିଶ୍ର ଜବତ କରିଥିବା ଟଙ୍କାକୁ ଗୌରହରି ମହାନ୍ତିଙ୍କୁ ଫେରସ୍ତ କରିଥିବାର ଜଣାପଡିଛି । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande