
ନୂଆଦିଲ୍ଲୀ, 05 ନଭେମ୍ବର (ହି.ସ.) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବରେ ଶୁଭକାମନା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଶ୍ୱ ଓ ସମାଜକୁ ଶାନ୍ତି, ପ୍ରେମ, ସମାନତା ଓ ମାନବତାର ବାର୍ତା ଦେଇଥିବା ସିଖ ଧର୍ମର ସ୍ଥାପକ ଶ୍ରୀ ଗୁରୁ ନାନକ ଦେବ ଜୀଙ୍କ ପ୍ରକାଶ ପର୍ବର ହାର୍ଦ୍ଦିକ ଶୁଭେଚ୍ଛା। ଗୁରୁ ନାନକ ଦେବ ଜୀ ଗୋଟିଏ ପଟେ ଭକ୍ତିକୁ ଜୀବନର ମୂଳ ମନ୍ତ୍ର ବୋଲି କହିଥିଲେ, ଅନ୍ୟପଟେ ଅନ୍ୟାୟ ଓ ଅତ୍ୟାଚାର ସାମ୍ନା କରିବା ପାଇଁ ନିର୍ଭୀକ ହେବାର ପ୍ରେରଣା ଦେଇଥିଲେ।ସେ ସାମାଜିକ ସମାନତା ପାଇଁ ଲଙ୍ଗର ପରମ୍ପରାର ଆରମ୍ଭ କରିଥିଲେ ଓ ଧର୍ମଶାଳା ସ୍ଥାପନା କରି କରୁଣା ଓ ସମ୍ବେଦନାର ମାର୍ଗ ପ୍ରଶସ୍ତ କରିଥିଲେ। ତାଙ୍କର ଆଦର୍ଶ ସବୁ ପରିସ୍ଥିତିରେ ମାନବ ଜୀବନକୁ ସଠିକ ଦିଗ ଦେଖାଏ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ