
ନୂଆଦିଲ୍ଲୀ, 5 ନଭେମ୍ବର (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ବୁଧବାର ଦିନ ପ୍ରସିଦ୍ଧ ଲୋକଗାୟିକା ଓ ‘ବିହାର କୋକିଳା’ ଶାରଦା ସିହ୍ନାଙ୍କ ପ୍ରଥମ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଶାରଦା ସିହ୍ନା ଲୋକଗୀତ ମାଧ୍ୟମରେ ବିହାରର କଳା ଓ ସଂସ୍କୃତିକୁ ଏକ
ନୂଆ ପରିଚୟ ଦେଇଥିଲେ, ଯେଉଁଥି ପାଇଁ ତାଙ୍କୁ ସର୍ବଦା ସ୍ମରଣ କରାଯିବ।
ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ସ’ରେ ଲେଖିଛନ୍ତି — “ବିହାର କୋକିଳା ଶାରଦା ସିହ୍ନାଙ୍କ ପ୍ରଥମ ପୁଣ୍ୟତିଥିରେ ତାଙ୍କୁ
ଭାବଭରା ଶ୍ରଦ୍ଧାଞ୍ଜଳି। ସେ ବିହାରର କଳା ଓ ସଂସ୍କୃତିକୁ ଲୋକଗୀତ ମାଧ୍ୟମରେ ନୂତନ ପରିଚୟ
ଦେଇଥିଲେ,
ଯେଉଁଥିପାଇଁ ସେ ସର୍ବଦା ସ୍ମରଣୀୟ ରହିବେ। ଛଠ ମହାପର୍ବ ସହ ଜଡିତ
ତାଙ୍କ ସୁମଧୁର ଗୀତ ସଦା ଲୋକମାନଙ୍କ ଠାରେ ଗୁଞ୍ଜରିତ ହୋଇଉଠେ।”
ଉଲ୍ଲେଖନୀୟ ଯେ, ଶାରଦା ସିହ୍ନାଙ୍କୁ ବିହାରର ଲୋକସଂସ୍କୃତିର ପ୍ରତୀକ ମନାଯାଏ। ସେ ଛଠ
ମହାପର୍ବ ସହିତ ଅନେକ ପାରମ୍ପରିକ ପର୍ବ ଉପଲକ୍ଷେ ଅମର ଲୋକଗୀତ ଗାଇଥିଲେ, ଯାହା ତାଙ୍କୁ ସମଗ୍ର ଦେଶରେ ଜନପ୍ରିୟ କରିଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା